ପ୍ରତିଦିନ କିସ୍ମିସ୍ର ପାଣି ପିଇଲେ ଅନେକ ଉପକାର ମିଳେ, ଜାଣନ୍ତୁ କେମିତି ପ୍ରସ୍ତୁତ କରିବେ ଏହି ପାଣି

ଅନେକ ଲୋକ ଏମିତି ହୋଇଥାନ୍ତି , ଯାହାଙ୍କର କି ଡ୍ରାଇ ଫୁଡ୍ସ ଡାଇଜେଷ୍ଟ ହୋଇ ନଥାଏ ଅର୍ଥାତ୍ ତାଙ୍କର ଶରୀରର ତାପମାତ୍ରା ବହୁତ ଅଧିକ ଥାଏ , ଏଥିପାଇଁ ତାଙ୍କୁ କୌଣସି ବି ଜିନିଷ ଡାଇଡେଷ୍ଟ ହୋଇ ପାରି ନଥାଏ। ଏହି ସ୍ଥିତିରେ ସେମାନେ ଡ୍ରାଇ ଫୁଡ୍ସ ଖାଆନ୍ତି ନାହିଁ , ହେଲେ ଇମ୍ୟୁନିଟି ବଢ଼ାଇବା ସହ ଡ୍ରାଇ ଫ୍ରୁଡ୍ସ ଅନେକ ରୋଗରୁ ରକ୍ଷା କରିଥାଏ। ଏମିତିରେ ଆପଣଙ୍କୁ ଯଦି ଡ୍ରାଇ ଫୁଡ୍ସ ଡାଇଜେଷ୍ଟ ହେଉନାହିଁ, ତ ଆପଣ ଏହାକୁ ଭିଜାଇ ଖାଇ ପାରିବେ। କିଛି ଡ୍ରାଇ ଫ୍ରୁଡ୍ସ ଏମିତି ଅଛି , ଯାହାର ପାଣି ପିଇଲେ ଆପଣ ସୁସ୍ଥ ରହିବେ । ଏଥିମଧ୍ୟରୁ କିସମିସ୍ ଗୋଟିଏ, ଆସନ୍ତୁ ସେ ବିଷୟରେ ଜାଣିବା –
ଆପଣଙ୍କର ମୋଟାପାକୁ କମ୍ କରିବାକୁ ଦେଇ ନଥାଏ ଏହି ୮ଟି ଜିନିଷ , ଓଜନ ହ୍ରାସ ପାଇଁ ଏହାକୁ ଦୂରେଇ ଦିଅନ୍ତୁ
ଏମିତି ରଖନ୍ତୁ କିସ୍ମିସ୍ର ପାଣି –
୨କପ୍ ପାଣି ଓ ୧୫୦ ଗ୍ରାମ୍ କିସ୍ମିସ୍ ନିଅନ୍ତୁ । ଏକ ପ୍ୟାନ୍ରେ ପାଣି ନେଇ ଗରମ କରି ଦିଅନ୍ତୁ । କିସ୍ମିସ୍କୁ ଏହି ପାଣିରେ ପକାଇ ରାତି ସାରା ଭିଜାଇ ରଖନ୍ତୁ । ସକାଳେ ଏହି ପାଣିକୁ ଛାଣି ନିଅନ୍ତୁ ଏବଂ ଅଳ୍ପ ମାତ୍ରାରେ ଗରମ କରନ୍ତୁ । ଏହି ପାଣିକୁ ସକାଳେ ଖାଲି ପେଟରେ ପିଅନ୍ତୁ । ସୁନିଶ୍ଚିତ କରନ୍ତୁ କି ଏହି ପାଣିକୁ ପିଇବା ପରେ ଆସନ୍ତା ୩୦ ମିନିଟ୍ ଯାଏ ଆପଣ କିଛି ବି ଖାଆନ୍ତୁ ନାହିଁ ।

କିସ୍ମିସ୍ ପାଣିକୁ ପିଇଲେ କଣ ଲାଭ ହୁଏ –
୧- କିସ୍ମିସ୍ ପାଣି ପିଇବା ଦ୍ୱାରା ଶରୀରରୁ ସବୁ ହାନିକାରକ ବିଷାକ୍ତ ପଦାର୍ଥ ବାହାରକୁ ବାହାରିବାରେ ଏହା ସାହାଯ୍ୟ କରେ।
୨- ଏହି ଡ୍ରିକ୍ସ ଲିଭରର ଜୈବ ରାସାୟନିକ ପ୍ରକ୍ରିୟାରେ ସୁଧାର ଆଣିଥାଏ ଏବଂ ଶରୀରରେ ରକ୍ତକୁ ଶୁଦ୍ଧ କରିବାରେ ସାହାଯ୍ୟ କରେ ।
୩-କିସ୍ମିସ୍ର ପାଣି ଶରୀରରୁ କୋଲେଷ୍ଟ୍ରଲକୁ କଣ୍ଟ୍ରୋଲ କରିଥାଏ ।
୪- ସକାଳେ କିସ୍ମିସ୍ ପାଣି ପିଇବା ଦ୍ୱାରା ଆପଣଙ୍କ ଓଜନ ମଧ୍ୟ ହ୍ରାସ ହେବାରେ ସାହାଯ୍ୟ କରେ । କିସ୍ମିସ୍ରେ ଫ୍ରୁଟୋଜ୍ ଓ ଗ୍ଲୁକୋଜର ମାତ୍ରା ଭରପୂର ଥାଏ , ଯାହା ଆପଣଙ୍କୁ ବହୁତ ଶକ୍ତି ପ୍ରଦାନ କରେ ।
୫-କିସ୍ମିସ୍ରେ ଫାଇବର ଥାଏ , ଯାହା ଆପଣଙ୍କ ପାଚନତନ୍ତ୍ର ପାଇଁ ବହୁତ ଭଲ । କିସ୍ମିସ୍ ପାଣି ପିଇବା ଦ୍ୱାରା ପାଚନରେ ସୁଧାର ଆସେ । ଏହା କବଜ୍ ଓ ଅପଚ ଭଳି ସମସ୍ୟାକୁ ମଧ୍ୟ ଦୂର କରିପାରେ ।
୬- କିସ୍ମିସ୍ରେ ବୋରୋନ୍ ଥାଏ । ଯାହା ଶରୀରର ହାଡ଼କୁ ନିର୍ମାଣ କରିଥାଏ । କିସ୍ମିସ୍ରେ କ୍ୟାଲେସିୟମ ମଧ୍ୟ ଥାଏ , ଯାହାକି ହାଡ଼ ପାଇଁ ଖୁବ୍ ଆବଶ୍ୟକୀୟ । ଯେଉଁ ଲୋକଙ୍କ ଠାରେ ଆଇରନ୍ କମ୍ ଥାଏ , ତାଙ୍କ ପାଇଁ ଏହି ପାଣି ପିଇବା ଉପକାରୀ ହୋଇଥାଏ । ଏହା ଶରୀରରେ ରକ୍ତ କଣିକା ତିଆରି କରେ ।
ରୁଟିର ଗୋଟିଏ ଖଣ୍ଡରେ ବଦଳିଯିବ ଆପଣଙ୍କର ଜୀବନ ! ଦୁଃଖ ବି ପାଖ ମାଡ଼ିବନି , କେମିତି ଜାଣନ୍ତୁ…