ଡ୍ରାଇଭିଂ ଲାଇସେନ୍ସ ପାଇଁ ଟେଷ୍ଟିଂ ଚାଲିଥିଲା ବେଳେ ଅଘଟଣ: ଗାଡ଼ି ଚଢ଼ିଗଲା, ୭ ବାଇକ୍‌ ଚୂର୍‌ମାର

ଫୁଲବାଣୀ ୨୬/୧୧: ଡିସେମ୍ବର ୧ରୁ ମୋଟର ଆଇନ୍‌କୁ କଡ଼ାକଡ଼ି କରାଯିବା ନେଇ ପୁଣିଥରେ ମନ୍ତ୍ରୀ ଘୋଷଣା କରିଛନ୍ତି । ଏନେଇ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆରଟିଓ ଅଫିସ୍‌ ଆଗରେ ଏବେ ଯାତ୍ରା ଚାଲିଛି । ବିଭାଗୀୟ କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନାରେ ସସସ୍ତ କାଗଜପତ୍ର କରାଯାଉଛି । ଏହାକୁ ନେଇ ପ୍ରତିଦିନ ଫୁଲବାଣୀ ଆର୍‌ଟିଓ କାର୍ଯ୍ୟାଳୟରେ ହଜାର ଜହାର ସଂଖ୍ୟାରେ ସାଧାରଣ ଜନତାଙ୍କର ଗହଳି ଲାଗିରହିଥାଏ ବିଭିନ୍ନ ପ୍ରକାର ଗାଡ଼ିର କାଗଜପତ୍ର ତିଆରି କରିବା ପାଇଁ । ଆଜି କାର୍ଯ୍ୟାଳୟରେ ଦେଖାଯାଇଛି ଏକ ଭିନ୍ନ ଦୃଶ୍ୟ । ଗାଡ଼ି ଚାଳନା ଟେଷ୍ଟିଂ ସମୟରେ ଚାଳକ ଜାଣିନପାରି ହଠାତ୍‌ ଗାଡ଼ି ଗଡ଼ାଇ ଦେବାରୁ ସମ୍ମୁଖରେ ଥିବା ପ୍ରାୟ ୭ଟି ବାଇକ୍‌ ଚୁର୍‌ମାର୍‌ ହୋଇଯାଇଛି ।

ପ୍ରକାଶଯେ, ଜନୈକ ବ୍ୟକ୍ତି ୪ ଚକିଆ ଗାଡ଼ି ଲାଇସେନ୍‌ସ ପାଇଁ ଆବେଦନ କରିଥିବା ବେଳେ ଆଜି ତାଙ୍କର କିପରି ଗାଡ଼ି ଚଳାଇବା ଜାଣିଛନ୍ତି ଟେଷ୍ଟ୍‌ କରାଯାଉଥିଲା । ଆରଟିଓ କର୍ତ୍ତୃପକ୍ଷ ମଧ୍ୟ ଏନେଇ ଉପସ୍ଥିତ ଥିଲେ । ମାତ୍ର ଗାଡ଼ି ଚାଳକ ଠିକ୍‌ଭାବେ ଚଳାଇପାରିନଥିବାବେଳେ ସମ୍ମୁଖରେ ଥିବା ଗାଡ଼ିକୁ ଧକ୍କା ଦେଇଛି । ୭ଟି ବାଇକ୍‌ ଭାଙ୍ଗିରୁଜି ଯାଇଛି । ଉପସ୍ଥିତ ଲୋକମାନେ ଛତ୍ରଭଙ୍ଗ ଦେଇଥିଲେ । ସୌଭାଗ୍ୟବସତଃ କେହି ମୃତାହତ ହୋଇନାହାନ୍ତି । ନିଶ୍ଚିତମୁଖେ ବଡ଼ ଦୁର୍ଘଟଣାରୁ ଲୋକମାନେ ଅଳ୍ପକେବର୍ତ୍ତୀ ଯାଇଛନ୍ତି । ଏତେ ଗହଳି ପୂର୍ଣ୍ଣ ସ୍ଥାନରେ କିପରି ଡ୍ରାଇଭିଂ ଟେଷ୍ଟ ନିଆଯାଉଥିଲା ଏହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଘଟଣା ସ୍ଥଳରେ ଆର୍‌ଟିଓ ତଥା ଏମଭିଆଇ ଦୂତିକୃଷ୍ଣ ସାମନ୍ତରାୟ ପହଞ୍ଚି ଯେଉଁ ମାନଙ୍କର ଗାଡ଼ି ଭାଙ୍ଗିଛି ହୋଇଯାଇଛି ସେମାନଙ୍କୁ ବୁଝାସୁଝା କରିଥିଲେ । ଆରଟିଓ ଅଫିସ୍‌କୁ କାଗଜପତ୍ର ପାଇଁ ଆସିଥିବା ବ୍ୟକ୍ତିଙ୍କ ଗାଡ଼ି ଭାଙ୍ଗିରୁଜି ଯାଇଥିବାବେଳେ ସେମାନଙ୍କର କ୍ଷତିପୂରଣ କିଏ ଦେବ ତାହାକୁ ନେଇ ପ୍ରଶ୍ନ ଉଠିଛି ।

   ସମ୍ବନ୍ଧିତ ଖବର


ଆଜି ବଡ଼ଓଷା: ଧବଳେଶ୍ୱର ପୀଠରେ ଲାଗି ହେବ ଧଳା ଗଜ ମଣ୍ଡା, ଅଟକାଳି ଭୋଗ

ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ନିଛାଟିଆ ରାସ୍ତାରେ ଦୁଷ୍କର୍ମ ଉଦ୍ୟମ: ଅଭିଯୁକ୍ତକୁ ବାନ୍ଧିଲା ପୁଲିସ୍

ଚାଉଳ ଡବାରୁ ମିଳିଲା ଚାରି ଲକ୍ଷ, ଟଙ୍କା ଚୋରି ଅଭିଯୋଗରେ ଜଣେ ଗିରଫ

ବୋଲେରୋକୁ ଧକ୍କା ଦେଇ ଜଳିଗଲା କଣ୍ଟେନର : ଫ୍ଲିପ୍‌କାର୍ଟ ସାମଗ୍ରୀ ନେଇ ମୁମ୍ବାଇରୁ କୋଲକାତା ଯାଉଥିଲା, ୫ ଆହତ

ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା, ଶ୍ରଦ୍ଧାଳୁ ଦେଖିପାରିବେନି ବଡ଼ସିଂହାର ବେଶ

ଓଭର ଟେକ୍‌କୁ ନେଇ ବଚସା, ବସ୍‌ ଉପରକୁ ଗୁଳିମାଡ଼ କରି ଫେରାର ଦୁଇ ଯୁବକ ଓ ଯୁବତୀ