ଏଣିକି ଡ୍ରାଇଭିଂ ଲାଇସେନ୍ସ ପାଇବା ଆହୁରି ସହଜ, ଜାଣନ୍ତୁ ନିୟମ

ନୂଆଦିଲ୍ଲୀ ୧୩/୧: ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ କରିବା ପାଇଁ ଏବେ ଆପଣଙ୍କୁ ଚିନ୍ତା କରିବା ଦରକାର ନାହିଁ କିମ୍ବା ଅଧିକ ସମୟ ଅପେକ୍ଷା କରିବା ଦରକାର ନାହିଁ । ଉତ୍ତର ପ୍ରଦେଶ, ମଧ୍ୟପ୍ରଦେଶ, ବିହାର ଓ ଝାରଖଣ୍ଡ ସମେତ ଅନେକ ରାଜ୍ୟ ଡ୍ରାଇଭିଂ ଲାଇସେନ୍ସ ପ୍ରସ୍ତୁତ ପ୍ରକ୍ରିୟାକୁ ସହଜ କରିଦେଇଛନ୍ତି । ଏହି ରାଜ୍ୟମାନଙ୍କରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ବହୁତ କମ୍ ସମୟରେ ହୋଇଯିବ । ଏଥିପାଇଁ ଅଧିକ ସମୟ ଅପେକ୍ଷା କରିବାକୁ ପଡିବନି ।

ବିହାରରେ କେବଳ ଅନଲାଇନ୍ ଆବେଦନ
ବିହାରରେ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କେବଳ ଅନଲାଇନ୍ କରାଯାଉଛି । ଅଫଲାଇନ୍ ସିଷ୍ଟମ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଯାଇଛି । ବିହାରରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ସ୍ଲଟ ବୁକ୍ ହେଲେ ଆପଣଙ୍କୁ ୭୪୦ ଟଙ୍କା ପୈଠ କରିବାକୁ ପଡିବ । ସ୍ଲଟ୍ ବୁକ୍ କରିବା ପରେ ଲର୍ଣ୍ଣିଂ ଲାଇସେନ୍ସ ଯାଞ୍ଚ ପରୀକ୍ଷା ପାଇଁ ନିଜ ସୁବିଧା ଅନୁସାରେ ଆପଣଙ୍କୁ ଡେଟ୍ ମିଳିଯିବ ।

ପରିବହନ କାର୍ଯାଳୟରେ କେବଳ ଅନଲାଇନ୍ ପରୀକ୍ଷାରେ ଭାଗ ନେବା ପାଇଁ ଆବେଦନକାରୀଙ୍କୁ ଯିବାକୁ ପଡିବ । ଏହି ପରୀକ୍ଷାରେ ୧୦ଟି ପ୍ରଶ୍ନର ଜବାବ ଦେବାକୁ ହେବ । ଏଥିପାଇଁ ଆବେଦକଙ୍କୁ ୧୦ ମିନିଟ୍ ମିଳିବ । ଏଥିରେ ପାସ୍ ହେବା ପାଇଁ ୧୦ରୁ ୬ର ଜବାବ ସଠିକ୍ ଦେବାକୁ ପଡିବ । ରେଜଲ୍ଟ ମଧ୍ୟ ସାଙ୍ଗେ ସାଙ୍ଗେ ଆସିଯିବ । ଲର୍ଣ୍ଣିଂ ଲାଇସେନ୍ସ ଟେଷ୍ଟର ଫଳାଫଳ ଆସିବା ପରେ ସାର୍ଟିଫିକେଟ୍ ପ୍ରିଣ୍ଟ ଆପଣ କେଉଁଠୁ ବି ଆଣିପାରିବେ । କାର୍ଯ୍ୟାଳୟରେ ବସି ଅପେକ୍ଷା କରିବାକୁ ପଡିବନି । ସାର୍ଟିଫିକେଟ୍ ଆପଣଙ୍କ ମେଲକୁ ଆସିଯିବ ।

ଏହା ବ୍ୟତୀତ କିଛି ରାଜ୍ୟରେ ଏବେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫିସ୍ ଜମା କରିବା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ କରାଯାଇଛି । ମଧ୍ୟପ୍ରଦେଶରେ ଯଦି ଆପଣଙ୍କ ଲାଇସେନ୍ସ ଅନ୍ୟ ସହରରେ ଏବଂ ଆପଣଙ୍କ ପାଖରେ ବର୍ତ୍ତମାନ ରହୁଥିବା ସହରର ଆଡ୍ରେସ୍ ପ୍ରୁଫ୍ ଅଛି ତେବେ ଆପଣ ପର୍ମାନେଣ୍ଟ ଲାଇସେନ୍ସ ପ୍ରସ୍ତୁତ କରିପାରିବେ । ଏହା ବ୍ୟତୀତ ଉତ୍ତର ପ୍ରଦେଶ, ବିହାର, ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଛତିଶଗଡ ଭଳି ରାଜ୍ୟ ମଧ୍ୟ ନିଷ୍ପତ୍ତି ନେଇଛନ୍ତି କି ଏବେ ଲର୍ଣ୍ଣିଂ ଲାଇସେନ୍ସ ଓ ଗାଡିର ରେଜିଷ୍ଟ୍ରେସନ ଭଳି ନିୟମରେ ପରିବର୍ତ୍ତନ ଲାଗୁ କରିବେ ।

ଦିଲ୍ଲୀରେ ଡ୍ରାଇଭିଂ ଲାଇସେନ୍ସ ପାଇଁ ବଢୁଥିବା ଭିଡକୁ ଦେଖି ଆଉ ୪ ଆରଟିଓ ଖୋଲିବା ଉପରେ ବିଚାର କରାଯାଉଛି । ଦିଲ୍ଲୀ ପରିବହନ ମନ୍ତ୍ରୀ କୈଳାସ ଗେହଲଟଙ୍କ କହିବାନୁସାରେ ଦିଲ୍ଲୀରେ ଏବେ ୧୩ ଆରଟିଓ କାମ କରୁଛନ୍ତି । କିନ୍ତୁ ଏହି ସଂଖ୍ୟାରେ ବୃଦ୍ଧି କରିବା ଉପରେ ବିଚାର କରାଯାଉଛି ।