ସାଉଦୀ ଅରାମକୋର ଦୁଇ ବଡ଼ ତେଲ କମ୍ପାନି ଉପରେ ଡ୍ରୋନ୍ ହମଲା

ନୂଆଦିଲ୍ଲୀ ୧୪।୯: ସାଉଦୀ ଆରବ ଅରାମକୋର ଦୁଇଟି କେନ୍ଦ୍ର ଉପରେ ଡ୍ରୋନ ଦ୍ବାରା ହମାଲା କରାଯାଇଛି ବୋଲି ସୂଚନା ମିଳିଛି। ଫଳରେ ନିଆଁ ଲାଗିଥିବା ଖବର ପ୍ରକାଶ ହୋଇଛି। ସମାଚାର ଏଜେନ୍ସି ଏଏଫପି ସୂତ୍ରରୁ ପ୍ରକାଶ ଯେ, ସାଉଦୀ ଆରବ ଅରାମକୋର ଦୁଇଟି ସେଣ୍ଟର ଉପରେ ଡ୍ରୋନ ଆକ୍ରମଣ କରାଯାଇଛି।

ଯାହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଛି। ଏହି ଭିଡ଼ିଓରେ ଭୟଙ୍କର ନିଆଁ ଲାଗିଥିବା ଦେଖିବାକୁ ମିଳୁଛି। ସାଉଦୀ ଆରବର ସରକାରୀ ମିଡ଼ିଆ ବର୍ତ୍ତମାନ ଯାଏଁ ଏହି ଘଟଣାର ରିପୋର୍ଟ ଦେଇନାହିଁ। ଅରାମକୋ ଏବଂ ସାଉଦୀ ଆରବର ଅଧିକାରୀମାନେ ବର୍ତ୍ତମାନ କୌଣସି ଟିପ୍ପଣୀ ଦେଇନାହାଁନ୍ତି।

ସୂଚନାଯୋଗ୍ୟ, ଅରାମକୋ ଉପରେ ଆତଙ୍କବାଦୀମାନଙ୍କର ପୂର୍ବରୁ ନଜର ଥିଲା। ଅଲ-କାୟଦାର ଆତ୍ମଘାତୀ ବିଷ୍ପୋରଣ ୨୦୦୬ ମସିହା ଫେବ୍ରୁଆରୀ ମାସରେ ଏହି ତେଲ କମ୍ପାନୀ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା କିନ୍ତୁ ତାହା ସଫଳ ହୋଇପାରିନଥିଲା।

   ସମ୍ବନ୍ଧିତ ଖବର


ବିହାର ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟରେ ବହୁ ମହାରଥୀ ଦେବେ ଅଗ୍ନି ପରୀକ୍ଷା, ଉତ୍ତର ବିହାର ଉପରେ ସମସଙ୍କ ନଜର

ତୁର୍କୀରେ ସୁନାମି, ଇଜ୍‌ମିର୍‌ ସହର ଭିତରେ ପଶିଲା ପାଣି

ଫ୍ରାନ୍ସରେ ଅବସ୍ଥାପିତ ପାକିସ୍ତାନ ରାଷ୍ଟ୍ରଦୂତଙ୍କ ଅପସାରଣ ନିଷ‌୍ପତ୍ତିରେ ମୋହର ମାରିଲା ପାକ୍‌ ପାର୍ଲିଆମେଣ୍ଟ, ହେଲେ ୩ ମାସ ହେଲାଣି ନାହାନ୍ତି ରାଷ୍ଟ‌୍ରଦୂତ

ସ୍ବାବ ପରେ ଏବେ ପରିସ୍ରାରୁ ଜାଣିପାରିବେ କରୋନା ରିପୋର୍ଟ!

ଭାରତ ବିପକ୍ଷରେ କିଛି ମ୍ୟାଚ ଖେଳିବେନି ଏହି ଅଷ୍ଟ୍ରେଲିଆ କ୍ରିକେଟର, କ’ଣ ପାଇଁ ଜାଣନ୍ତୁ

ମିସ୍ ଇଣ୍ଡିଆ ୟୁନିଭର୍ସ -୨୦୨୦ ମୁକୁଟ ଜିତିଲେ ବୈଷ୍ଣବୀ ସିଂ, ମେଧାବୀ ଛାତ୍ରୀ ସହ ଜଣେ ଭଲ ମଡେଲର