କଟକ ସଦରରେ ଉଡ଼ିଲା ଡ୍ରୋନ୍ କ୍ୟାମେରା

କଟକ ୨୨/୫: କଟକ ସହରରେ ଉଡିଲା ଡ୍ରୋନ କ୍ୟାମେରା। କଟକ ସଦର ଥାନା ପକ୍ଷରୁ ଶୁକ୍ରବାର ଡ୍ରୋନ କ୍ୟାମେରା ମାଧ୍ୟମରେ ​‌ପାଟ୍ରୋଲିଂ ଆରମ୍ଭ ହୋଇଛି। ଆକାଶ ମାର୍ଗରୁ  କଟକର ବିଭିନ୍ନ ଅଞ୍ଚଳ ଉପରେ ତୀକ୍ଷ୍ମଣ ନଜର ରଖିବା ଲାଗି ଡ୍ରୋନ କ୍ୟାମେରାର ବ୍ୟବସ୍ଥା କରାଯାଇଛି। କଟକ ସଦର ଥାନାର ଆଇଆଇସି ସୁଧାଂଶୁ ଭୂଷଣ ଜେନା କହିଛନ୍ତି ଯେ, ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା କରାଯାଇଛି।

ଏହାସହ ଥାନା ଅଞ୍ଚଳରେ କିଛି ଜନଗହଳି ସ୍ଥାନମାନଙ୍କରେ ସାମାଜିକ ଦୂରତା ନିୟମକୁ ଉଲଂଘନ କରୁଥିବା ବ୍ୟକ୍ତିଙ୍କ ଉପରେ ଡ୍ରୋନ କ୍ୟାମେରା ନଜର ରଖିବ। ଯେଉଁମାନେ ମାସ୍କ ବ୍ୟବହାର କରୁ ନାହାନ୍ତି ସେମାନଙ୍କ ଉପରେ ଡ୍ରୋନ କ୍ୟାମେରା ତୀକ୍ଷ୍ମଣ ନଜର ରଖିବ​‌ ବୋଲି କଟକ ସଦର ଥାନା ଅଧିକାରୀ କହିଛନ୍ତି। ଏହା ସାମାଜିକ ଦୂରତା, ମାସ୍କ ବ୍ୟବହାର  କରୁ ନଥିବା ବ୍ୟକ୍ତି ଏବଂ ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଥାନା ଅଧିକାରୀ ଚେତାବନୀ ଦେଇଛନ୍ତି।

   ସମ୍ବନ୍ଧିତ ଖବର


କମ୍ପାନି ହାତରେ କାଠଯୋଡ଼ି! ଜୈବ ବିବିଧତା ନଷ୍ଟ ହେବା ଆଶଙ୍କା

ମହାନଦୀରେ ବୁଡ଼ି ଯାଉଥିବା ବନ୍ଧୁକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଲା ଆଉ ଜଣେ ବନ୍ଧୁ

ସୋମବାରଠୁ ସ୍ୱାଭାବିକ ହେବ ଘରୋଇ ବସ୍‌ ସେବା! ପହିଲାରୁ ୬୧ ଦିନର ଅଫ୍‌ ରୋଡ୍‌ ଅବଧି ପୂରଣ ହେବ, ମିଳିବ ଇନ୍‌ସ୍ୟୁରାନ୍ସ ସୁବିଧା

ଭୁଷୁଡ଼ିଲା ବଜ୍ରକବାଟୀ ମୁଖ୍ୟ ଡ୍ରେନ୍, ୩ଟି ଘର ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ

ହାଇକୋର୍ଟଙ୍କ ଉଦ୍‌ବେଗ: ସଂସ୍କୃତିକୁ ଭ୍ରଷ୍ଟ କରୁଛି ‘ଟିକ୍‌ଟକ୍‌’, ଏହା ଉପରେ ନିୟନ୍ତ୍ରଣ ଆବଶ୍ୟକ

ଏସ୍‌ପି ପାହ୍ୟାକୁ ୭ ଓପିଏସ୍‌ଙ୍କ ପଦୋନ୍ନତି