ଟ୍ରାଫିକ୍ ଜଗିବ ଡ୍ରୋନ୍: ଭୁବନେଶ୍ବର ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ଘୋଷଣା ହେଲା ‘ନୋ ଓଭରଟେକିଂ’ଜୋନ୍

ଭୁବନେଶ୍ବର ୨୬।୮: ଦାୟିତ୍ବହୀନ ହୋଇ ଗାଡ଼ି ଚଲାଉଛନ୍ତି କି? ତେବେ ହୋଇଯାଆନ୍ତୁ ସାବଧାନ। କାରଣ ଏବେ ଦାୟିତ୍ବହୀନ ଗାଡ଼ି ଚାଳକଙ୍କ ଉପରେ ନଜର ରଖିବ ଡ୍ରୋନ୍ କ୍ୟାମେରା। ତେବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କମିଶନରେଟ ପୋଲିସ ନେଇଛି ଏକ ବଡ ପଦକ୍ଷେପ । ଯେଉଁଥିରେ ଭୁବନେଶ୍ୱରରେ ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଛକ ଯାଏଁ ‘ନୋ ଓଭରଟେକିଂ’ ଜୋନ ଭାବେ ଘୋଷଣା କରାଯାଇଛି । ଏଥିସହିତ ନିୟମ ଭାଙ୍ଗିଲେ ଖିଲାପକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ମଧ୍ୟ ରୋକ୍ ଠୋକ୍ ଶୁଣାଇ ଦିଆଯାଇଛି ।

ରବୀନ୍ଦ୍ର ମଣ୍ଡପରୁ ଏୟାରପୋର୍ଟ ଯାଏଁ ଲୋକସବା ଭବନଠାରୁ ଆରମ୍ଭ କରି ବିଧାନସଭା, କ୍ୟାପିଟାଲ ହସପିଟାଲ ଓ ଅନ୍ୟାନ୍ୟ ପ୍ରମୁଖ ଅଫିସ ରହିଛି । ପ୍ରତ୍ୟେକ ଦିନ ଏହି ରାସ୍ତା ଦେଇ ଭିଆଇପି ଯାତାୟତ କରିଥାନ୍ତି । ଅଧିକ ଗାଡି ମଧ୍ୟ ଏହି ରାସ୍ତା ଦେଇ ଚାଲିଥାଏ। ଅଧିକାଂଶ ସମୟରେ ଗାଡ଼ି ଚାଳକ ଟ୍ରାଫିକ ନିୟମକୁ ଭାଙ୍ଗି ଗାଡ଼ି ଚଲାଇଥାନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ରବୀନ୍ଦ୍ରମଣ୍ଡପରୁ ଏୟାରପୋର୍ଟ ଯାଏଁ ରାସ୍ତାକୁ ‘ନୋ ଓଭରଟେକିଂ’ ଜୋନ ଘୋଷଣା କରିଛି ।

   ସମ୍ବନ୍ଧିତ ଖବର


ରାଉରକେଲାରେ ଫୁଟିଲା ଗୁଳି …

ଦାଦା-ଝିଆରୀ ପ୍ରେମ , ବିବାହ ପରେ ଆରମ୍ଭ ହେଲା ନିର୍ଯାତନା…ଆଉ ତାପରେ…

ପାନୀୟଜଳ ପ୍ରକଳ୍ପ ନାଁରେ ଗାଁ ଲୋକଙ୍କୁ ଭୁତାଇଛି ଇମ୍ଫା କମ୍ପାନୀ – ପିଇବା ପାଣି ପାଇଁ ସମସ୍ୟାରେ ଲୋକେ

ଓଡ଼ିଶାବାସୀ ଖୁସି ନୁହନ୍ତି -ଅବିବାହିତଙ୍କଠାରୁ ବିବାହିତ ଅଧିକ ଖୁସି

ରୁପାରେ ଝଲସିବ ଶ୍ରୀମନ୍ଦିରର ଦ୍ୱାର – ତିନି ଦ୍ୱାର ଡିଜାଇନ୍‌ ଦେଖିଲେ ମୁମ୍ବାଇ ବିଶେଷଜ୍ଞ

ବଳାତ୍କାର ଯୋଗୁଁ ଅନ୍ତଃସତ୍ତ୍ୱା ଭିନ୍ନକ୍ଷମ ଯୁବତୀଙ୍କୁ ନ୍ୟାୟ ମାମଲା -ଗାଇଡ୍‌ଲାଇନ୍‌ ଜାରି କଲେ ହାଇକୋର୍ଟ