୨୬/୧୧ ଭଳି ଆକ୍ରମଣ କରିବାକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ଯୋଜନା: ଡ୍ରୋନ ଯୋଗେ ପଞ୍ଜାବକୁ ଅସ୍ତ୍ର ଚାଲାଣ

ନୂଆଦିଲ୍ଲୀ ୨୬/୯: ପଞ୍ଜାବ ପୁଲିସ ଦାବି କରିଛି ଯେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇ ଏବେ ଚୀନ୍‌ ନିର୍ମିତ ଡ୍ରୋନ ବ୍ୟବହାର କରି ପଞ୍ଜାବ ଭିତରକୁ ଅସ୍ତ୍ର, ଜାଲିନୋଟ ଏବଂ ଗୋଳାବାରୁଦ ଚାଲାଣ କରୁଛି । ପଞ୍ଜାବ ଓ ପଡୋଶୀ ରାଜ୍ୟଗୁଡିକରେ ୨୬/୧୧ ମୁମ୍ବାଇ ଆକ୍ରମଣ ଘଟଣା ଭଳି ଆକ୍ରମଣ କରିବା ଲକ୍ଷ୍ୟରେ ସିଏ ଏପରି ଷଡ଼ଯନ୍ତ୍ର କରିଛି । ରାଜ୍ୟ ପୁଲିସ ଏହି ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ କରିବା ସହିତ ୫ ଜଣ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ୫ଟି ଏକେ-୪୭ ରାଇଫଲ, ୧୬ଟି ମ୍ୟାଗାଜିନ, ୪୭୨ ରାଉଣ୍ଡ ଗୁଳି, ଚାରିଟି ଚୀନ୍‌ ନିର୍ମିତ .୩୦ ବୋର ପିସ୍ତଲ, ପିସ୍ତଲ ପାଇଁ ଥିବା ୮ଟି ମ୍ୟାଗାଜିନ ଓ ୭୨ ରାଉଣ୍ଡ ଗୁଳି, ୯ଟି ଗ୍ରେନେଡ, ୫ଟି ସାଟେଲାଇନ ଫୋନ, ଦୁଇଟି ମୋବାଇଲ ଫୋନ , ଦୁଇଟି ୱେୟାରଲେସ ସେଟ ଏବଂ ୧୦ ଲକ୍ଷ ଟଙ୍କାର ଜାଲିନୋଟ ଜବତ କରିଛି ।

ପୁଲିସର କହିବାନୁଯାୟୀ, ଏସବୁ ଅସ୍ତ୍ରଶସ୍ତ୍ର, ଜାଲିନୋଟ ଏବଂ ଫୋନସେଟ ଚାଲାଣ କରିବା ପାଇଁ ସମୁଦାୟ ୮ଟି ଡ୍ରୋନ ବ୍ୟବହାର କରାଯାଇଥିଲା । ସେପ୍ଟେମ୍ବର ୯ରୁ ୧୬ ଭିତରେ ଏହି ଡ୍ରୋନଗୁଡିକ ୧୦ ଥର ଉଡାଣ ଭରି ଏସବୁ ସାମଗ୍ରୀ ଭାରତରେ ପକାଇଥିଲେ । ସେଗୁଡିକୁ ପରେ ଖଲିସ୍ତାନୀ ଆତଙ୍କବାଦୀମାନେ ସଂଗ୍ରହ କରିଥିଲେ । କିନ୍ତୁ ଗତ ରବିବାର ଶେଷ ଥର ପାଇଁ ଏସବୁ ସାମଗ୍ରୀ ଭାରତ ଭିତରେ ପକାଉଥିଲାବେଳେ ଗୋଟିଏ ଡ୍ରୋନ ବୈଷୟିକ ତ୍ରୁଟି କାରଣରୁ ପଞ୍ଜାବର ଏକ ସୀମାବର୍ତ୍ତୀ ଗ୍ରାମରେ ଖସିପଡିଥିଲା । ଏହାପରେ ଜଣେ ଆତଙ୍କବାଦୀ ସେଇ ଡ୍ରୋନଟିକୁ ଜଳାଇ ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲା ।

ମାତ୍ର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପୁଲିସ ଟିମ୍‌ ସେଠାରେ ପହଞ୍ଚିଯାଇଥିଲା ଏବଂ ସେଇ ଆତଙ୍କବାଦୀକୁ ଗିରଫ କରିଥିଲା । ପରେ ତା’ର ସୂଚନା ଭିତ୍ତିରେ ଆଉ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କର ଜେରାରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ କହିଛି କି ପାକିସ୍ତାନ ଏବଂ ଜର୍ମାନୀରେ ଥିବା କିଛି ଖଲିସ୍ତାନୀ ଆତଙ୍କବାଦୀଙ୍କ ସହିତ ଏମାନଙ୍କର ଲିଙ୍କ୍‌ ଥିଲା ।

   ସମ୍ବନ୍ଧିତ ଖବର


ଜମ୍ମୁ-କଶ୍ମୀର: କୁଲଗ୍ରାମରେ ଆତଙ୍କୀ ଆକ୍ରମଣ, ଚାଲିଗଲା ୩ ବିଜେପି ନେତାଙ୍କ ଜୀବନ

କଲରାପତରିଆର ଡିଆଁ ଦେଖି ଲୋକେ କହିଲେ ଅଲମ୍ପିକ୍ ଯିବା ଉଚିତ୍, ଭିଡିଓ ଭାଇରାଲ

ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

କରୋନା ଟିକା ଲଞ୍ଚ କରିବା ପାଇଁ ପ୍ରସ୍ତୁତ ହେଉଛି ମୋଡେର୍ଣ୍ଣା

ପିଏମ୍‌ ମୋଦୀଙ୍କ ‘ଜଙ୍ଗଲରାଜ କି ଯୁବରାଜ’ ଆକ୍ଷେପର ଜବାବ ରଖିଲେ ତେଜସ୍ବୀ, କହିଲେ ‘ସେ ଦେଶର ପ୍ରଧାନମନ୍ତ୍ରୀ, ଯାହା ବି କହି ପାରିବେ’

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର