ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ଅକାଳ ମୃତ୍ୟୁ

କୁଆଳୋ ୨୩/୯: ଅନୁଗୁଳ ଓ ପରଜଙ୍ଗ ଥାନା ଇଲାକାରେ ଆଜି ଦୁଇଟି ପୃଥକ ଘଟଣାରେ ପୋଖରୀରେ ବୁଡ଼ି ଦୁଇ ନାବାଳିକା ଅକାଳ ମୃତ୍ୟୁ ମୁଖରେ ପଡ଼ିଛନ୍ତି । ଅନୁଗୁଳ ସହର ଉପକଣ୍ଠ ଖଲାରି ଗ୍ରାମର ୪ ବର୍ଷର ବାଳିକା ସାଙ୍ଗସାଥୀଙ୍କ ସହ ପୋଖରୀରେ ଗାଧୋଉଥିବା ବେଳେ ବୁଡ଼ି ଯାଇଥିଲା । ମୃତ ବାଳିକା ହେଲେ ଖଲାରି ଗ୍ରାମର ମଞ୍ଜା ନାୟକଙ୍କ ଝିଅ ଗୁଗୁଲି ।

ରବିବାର ଛୁଟି ଦିନ ଥିବାରୁ ଗୁଗୁଲି ସକାଳ ପ୍ରାୟ ୯ଟା ବେଳକୁ ସାଙ୍ଗମାନଙ୍କ ସହ ଗାଁର ବୁଢ଼ାବନ୍ଧକୁ ଗାଧୋଇବାକୁ ଯାଇଥିଲା । ପୋଖରୀରେ ଗୋଡ଼ ଖସି ଯିବାରୁ ସେ ଗଭୀର ପାଣିରେ ବୁଡ଼ି ଯାଇଥିଲା । ଗୁଗୁଲି ବୁଡି ଯାଉଥିବା ଦେଖି ଅନ୍ୟ ପିଲାମାନେ ପାଟି କରିଥିଲେ । ପିଲାଙ୍କ ପାଟି ଶୁଣି ପାଖରେ ଥିବା ଜଣେ ଲୋକ ବନ୍ଧକୁ ଡେଇଁ ଗୁଗୁଲିକୁ ଉଦ୍ଧାର କରିଥିଲେ । ତୁରନ୍ତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ମୃତ ଘୋଷଣା କରିଥିଲେ ।

ସେହିପରି ପରଜଙ୍ଗ ଥାନା ରେଣ୍ଠାପାଟ ପଞ୍ଚାୟତ ଅନ୍ତର୍ଗତ ପାଣିଗେଙ୍ଗୁଟିଆ ଗ୍ରାମର ଯୁଧିଷ୍ଠିର ନାଏକଙ୍କ ଝିଅ ମାମୁନି (୫) ପୋଖରୀରେ ବୁଡ଼ି ମୃତ୍ୟୁ ମୁଖରେ ପଡ଼ିଥିଲା । ପୂର୍ବାହ୍ନ ପ୍ରାୟ ୧୦ଟା ବେଳେ ଦୁଇ ଭଉଣୀଙ୍କ ସହ ମାମୁନି ଗାଁ ପାଖ ପୁନିଆନାଳୀ ପୋଖରୀକୁ ଗାଧୋଇବାକୁ ଯାଇଥିଲା । ହେଲେ ଗୋଡ଼ ଖସିଯିବାରୁ ମାମୁନି ପାଣିରେ ବୁଡ଼ି ଯାଇଥିଲା । ଅନ୍ୟ ଦୁଇ ଭଉଣୀ ଗ୍ରାମରେ ଜଣାଇବା ପରେ ଗ୍ରାମବାସୀ ପୋଖରୀରେ ଖୋଜାଖୋଜି କରିଥିବା ବେଳେ ତାଙ୍କ ପତ୍ତା ପାଇନଥିଲେ । ପରଜଙ୍ଗ ଅଗ୍ନିଶମ ବାହିନୀ ପହଞ୍ଚି ମାମୁନିକୁ ପୋଖରିରୁ ଉଦ୍ଧାର କରିଥିଲା । ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

   ସମ୍ବନ୍ଧିତ ଖବର


ମାଲବାହୀ ଅଟୋ ହୁକରେ ଲାଗି ଓଲଟିଲା ଯାତ୍ରୀବାହୀ ଅଟୋ: ୨ ଯାତ୍ରୀ ଆହତ

ପରିବା ଚୋରି କରିବା ଚୋରଙ୍କୁ ପଡିଲା ମହଙ୍ଗା:ଗଛରେ ବାନ୍ଧିଦେଲେ ଗାଁଲୋକେ, ବସିଲା କଙ୍ଗାରୁ କୋର୍ଟ

କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ

ସ୍ତ୍ରୀର ଚରିତ୍ର ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ହତ୍ୟା କଲା ସ୍ବାମୀ, ଅଭିଯୁକ୍ତ ଫେରାର

ରାସ୍ତାରୁ ଯୁବକଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଜଲାପୁଟ ଜଳ ଭଣ୍ଡାରରେ ବୁଡି ୩ ଯୁବକ ନିଖୋଜ, ୨ ଦିନ ପରେ ସୂଚନା ଦେଲେ ବଞ୍ଚିଯାଇଥିବା ବନ୍ଧୁ: ଓଡ୍ରାଫ ଟିମ୍ ଉଦ୍ଧାର କାର୍ଯ୍ୟ ଜାରି