ବ୍ରାଉନ୍‌ସୁଗର ବେପାର ମାମଲାରେ କମିସନରେଟ୍‌ ପୁଲିସ୍‌ର କନଷ୍ଟେବଳ ଗିରଫ:୩୦ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ

ଭୁବନେଶ୍ୱର ୧୪/୧୧: ବ୍ରାଉନ୍‌ସୁଗର ବେପାର କରୁଥିବା ଅଭିଯୋଗରେ କମିଶରେଟ୍‌ ପୁଲିସ୍‌ର ଜଣେ କନଷ୍ଟେବଳଙ୍କୁ ଗିରଫ କରିଛି ନୂଆପଲ୍ଲୀ ଥାନା ପୁଲିସ୍‌ । ଅଭିଯୁକ୍ତ କନଷ୍ଟେବଳ ହେଲେ ଜେ.ଭାରିମଲ୍‌ । ପୁଲିସ୍‌କୁ ପେସାକୁ ଢାଲ କରି ଦୀର୍ଘ ଦିନ ହେବ ସେ ଏହି ବେପାର କରୁଥିଲେ । ବୁଧବାର ବେହେରା ସାହିରୁ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ଠାରୁ ୩୦ ଗ୍ରାମ୍‌ ବ୍ରାଉନ୍‌ସୁଗର ଜବତ କରାଯାଇଛି ବୋଲି କମିଶନରେଟ୍‌ ପୁଲିସ୍‌ ମୁଖ୍ୟାଳୟରୁ ସୂଚନା ମିଳିଛି ।

ଜେ. ଭାରିମଲ୍‌ କମିଶନରେଟ୍‌ ପୁଲିସ୍‌ ରିଜର୍ଭ ବାରାକ୍‌ରେ ଦୀର୍ଘ ବର୍ଷ ହେବ ଅଛନ୍ତି । ତାଙ୍କ ନାଁରେ ଅନେକ ଅଭିଯୋଗ ରହିଛି । ୨୦୦୮ରେ ନୂଆପଲ୍ଲୀରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାରେ ସାମିଲ ଅଭିଯୋଗରେ ପୁଲିସ୍‌ ତାଙ୍କୁ ଗିରଫ କରିଥିଲା । ପରେ ଉକ୍ତ ଘଟଣାରେ ଅନ୍ୟ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ କୋର୍ଟ । ହେଲେ ଜେ. ଭାରିମଲ୍‌ ନିର୍ଦ୍ଦୋଷରେ ଖଲାସ ହୋଇ ଯାଇଥିଲେ । ଏହାପରେ ପୁଣି ସେ ଡ୍ୟୁଟିରେ ଯୋଗ ଦେଇଥିଲେ । କିଛି ଦିିନ ନିରବ ରହିବା ପରେ ୨୦୧୬ ମସିହା ଠାରୁ ଆରମ୍ଭ କରିଥିଲେ ବ୍ରାଉନ୍‌ସୁଗର ବେପାର । ଏକଥା ପୁଲିସ୍‌ କି ଗୁଇନ୍ଦା ବିଭାଗ କେହି କିଛି ଜାଣି ନଥିଲେ । ୨୦୧୭ରେ ଜେ. ଭାରିମଲ୍‌ଙ୍କ ଖୋର୍ଦ୍ଧାକୁ ବଦଳି ହୋଇଥିଲା । ସେଠାରେ ମାରପିଟ୍‌ କରିବା ସହ ନିଶା ବେପାରୀଙ୍କ ସହ ଆଡ୍ଡା ଜମାଇଥିଲେ ।

ତେଣୁ ୨୦୧୮ରେ ପୁଣି ଭୁବନେଶ୍ୱର ଫେରିଥିଲେ । ନୂଆପଲ୍ଲୀ ଥାନା ବେହେରା ସାହିରେ ରହି ବେଧଡ଼କ ବ୍ରାଉନ୍‌ସୁଗର ବେପାର କରିଥିଲେ । ପୁଲିସ୍‌ କନଷ୍ଟେବଳ ହେଇଥିବାରୁ ଭୟ ନ କରି ଲକ୍ଷ ଲକ୍ଷ ଟଙ୍କାର ବେପାର କରୁଥିଲେ । କିଛି ଦିନ ତଳେ ତାଙ୍କ ବିଷୟରେ ଡିସିପି ଅନୁପ ସାହୁ ଖବର ପାଇଥିଲେ । ଏହାପରେ ପୁଲିସ୍‌ କମିଶନରଙ୍କୁ ଘଟଣା ବିଷୟରେ ଜଣାଇଥିଲେ । କମିଶନର ତାଙ୍କ ଟିମ୍‌ କ୍ୟୁଏଟିକୁ ଜେ. ଭାରିମଲ୍‌ଙ୍କ ପଛରେ ଲଗାଇ ଦେଇଥିଲେ । ବୁଧବାର ବେହେରା ସାହିରେ ସେ ବେପାର କରୁଥିବା ସମୟରେ ପୁଲିସ୍‌ ତାଙ୍କୁ ଧରିଥିଲା । ଏହି ଘଟଣାରେ ପୁଲିସ୍‌ ଅଧିକ ତଦନ୍ତ ଜାରି ରଖିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବ ।

   ସମ୍ବନ୍ଧିତ ଖବର


ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା

ଭଙ୍ଗାହେଲା ଏମଏଲଏ କ୍ୱାର୍ଟର୍ସ, ନିର୍ମାଣ ହେବ ଅତ୍ୟାଧୂନିକ ସୁବିଧା ସୁଯୋଗ ଥିବା ବହୁତଳ କୋଠା

ଗର୍ଭବତୀ ଦୁଷ୍କର୍ମ ପୀଡିତାଙ୍କୁ ଜୀଅନ୍ତା ଜଳାଇଲା ଅଭିଯୁକ୍ତ, ହସ୍ପିଟାଲ ଯିବା ବେଳେ ଅଧା ବାଟରେ ଆଖିବୁଜିଲେ ପୀଡିତା

ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟାମାମଲା: ମୁଖ୍ୟ ଅଭିଯୁକ୍ତ ଶୁଭମ୍ ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ କୋର୍ଟରେ ଦେଖାଇଲା ଡାକ୍ତରୀ ସାର୍ଟିଫିକେଟ୍, ହସ୍ପିଟାଲ ପକ୍ଷରୁ କୁହାଗଲା…