ଲକଡାଉନ୍‌ ଚେକିଂ ବେଳେ ୩୨ ଲକ୍ଷଟଙ୍କାର ଧଳାଜହର ଜବତ,ଗାଡି ଛାଡି ଚମ୍ପଟ୍ ମାରିଲା ବେପାରି

ଭଦ୍ରକ ୮/୪:  ଲକଡାଉନ୍‌ ଚେକିଂ ବେଳେ ଜବତ ହେଲା ବ୍ରାଉନ ସୁଗାର । ଭଦ୍ରକ ଟାଉନ ପୋଲିସ ଲକଡାଉନ୍ ବିଭିନ୍ନ ଛକରେ ଚେକିଂ ବେଳେ ୩୨୦ ଗ୍ରାମର ଧଳାଜହର ଜବତ ହୋଇଛି। ଘଟଣା ସ୍ଥଳରୁ ଅଭିଯୁକ୍ତ ଗାଡି ଛାଡି ଫେରାର ହୋଇଯାଇଥିବା ବେଳେ ବାଇକ୍‌ଟିକୁ ପୋଲିସ୍‌ ଜବତ କରିଛି। ଜବତ ବ୍ରାଉନସୁଗାରର ମୂଲ୍ୟ ପାଖାପାଖି ୩୨ ଲକ୍ଷରୁ ଅଧିକ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ ଭଦ୍ରକ ଟାଉନ ପୋଲିସ ଲକଡାଉନ୍ ବେଳେ ସହର ମଧ୍ୟକୁ କଟକଣା ନମାନି ଆସୁଥିବା ବାଇକ ଚେକିଂ କରିବା ସହ ସିଜ କରୁଥିଲା। ବନ୍ତଛକ ନିକଟରେ ଚେକିଂ ଚାଲିଥିବା ସମୟରେ ଜନୈକ ଯୁବକ ପୋଲିସକୁ ଦେଖି ଗାଡି ବୁଲାଇ ଖସି ଯାଇଥିଲା।ପୋଲିସ ବାଇକକୁ ଚେକିଂ କରିବାବେଳେ ଗାଡିରୁ ବ୍ରାଉନସୁଗାର ଭର୍ତ୍ତି ଜରି ମିଳିଥିଲା। ତେବେ ଜବତ ବ୍ରାଉନସୁଗାରର ମୂଲ୍ୟ ୩୨ ଲକ୍ଷରୁ ଅଧିକ ହେବ ବୋଲି ଭଦ୍ରକ ଏସପି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି।

   ସମ୍ବନ୍ଧିତ ଖବର


ହାତୀ ପରେ ଏବେ ଗାଈ: ଗର୍ଭବତୀ ଗାଈକୁ ଦେଲେ ବିସ୍ଫୋରକ ଭର୍ତ୍ତି ଖାଦ୍ୟ, ଅଭିଯୁକ୍ତ ଗିରଫ

ମାଟି ତଳୁ ମିଳିଲା ଶହ ଶହ ଆଧାର କାର୍ଡ: ଲୋକଙ୍କୁ ନଦେଇ ଘର ପଛପଟେ ପୋତି ଦେଇଥିବା ଅଭିଯୋଗ

ଭଲ ଖବର: ୧୮ଟି ଜିଲ୍ଲାରୁ ସୁସ୍ଥ ହେଲେ ଆଉ ୧୭୮ ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ

ଅବଢ଼ା ଟିକେ ପାଇବାକୁ ମନ… କେବେ ବାହାରିବ ଅନନ୍ତବାସୁଦେବଙ୍କ ପ୍ରସାଦ

‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା

ମା’ର ମମତା ପାଖରେ ସବୁ ତୁଛ: ୫ ଦିନ ହେଲା ମଲା ଛୁଆକୁ ଧରି ବୁଲୁଛି