ବଲିଉଡରେ ଡ୍ରଗ୍ସ: ଏନସିବିର ରାଡାରରେ ଆସିପାରନ୍ତି ୫୦ ସେଲିବ୍ରିଟି, ପ୍ରଡ୍ୟୁସର ଓ ଡାଇରେକ୍ଟର

ମୁମ୍ବାଇ,୨୪।୯: ସୁଶାନ୍ତ ସିଂ ରାଜପୁତଙ୍କ ସନ୍ଦିଗ୍ଧ ମୃତ୍ୟୁ ମାମଲାର ତଦନ୍ତ ବେଳେ ସାମନାକୁ ଆସିଥିବା ଡ୍ରଗ୍ସ ଲିଙ୍କ ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀ ସାରା ଦେଶକୁ ଚକିତ କରିଛି। ସୁଶାନ୍ତଙ୍କ ମାମଲାରେ ପଚାର ଉଚରା ବେଳେ ରିୟା ଚକ୍ରବର୍ତ୍ତୀ, ଡ୍ରଗ୍ସ ପେଡଲର୍ସଙ୍କ ସହିତ ଅନ୍ୟ ଲୋକଙ୍କୁ ଗିରଫ କରାଯାଇ ସାରିଛି। ପଚରାଉଚରା ବେଳେ ଏହି ଲୋକମାନେ ଫିଲ୍ମ ଇଣ୍ଡଷ୍ଟ୍ରୀର ବହୁ ଲୋକଙ୍କ ନାଁର ଖୁଲାସା କରିଥିଲେ। କୁହାଯାଉଛି ଯେ, ନାର୍କୋଟିକ୍ସ କନଟ୍ରୋଲ ବ୍ୟୁରୋ(ଏନସିବି)ର ରାଡାରରେ ଅତି କମରେ ୫୦ରୁ ଅଧିକ ସେଲିବ୍ରିଟି ରହିଛନ୍ତି। ଏମାନଙ୍କ ଭିତରେ ବଲିଉଡ ସେଲିବ୍ରିଟି, ପ୍ରଡ୍ୟୁସର ଓ ଡାଇରେକ୍ଟରଙ୍କ ନାଁ ଆସିପାରେ।

ଏନସିବି ଦୀପିକା ପାଦୁକୋନ୍, ଶ୍ରଦ୍ଧା କପୁର, ସାରା ଅଲ୍ଲୀ ଖାନ୍ ଓ ରକୁଲ ପ୍ରୀତ ସିଂ ଏବଂ ଅନ୍ୟମାନଙ୍କୁ ପଚରାଉଚରା ପାଇଁ ଡକାଇଛି। ଜଣେ ଅଧିକାରୀ ବୁଧବାର ଏହି ସୂଚନା ଦେଇଛନ୍ତି। ଏନସିବିର ବରିଷ୍ଠ ଅଧିକାରୀ କହିଛନ୍ତି, ଦୀପିକାଙ୍କୁ ଶୁକ୍ରବାର ଡକାଯାଇଛି।

ଦୀପିକା ପାଦୁକୋନ୍, ସିମୋନ୍ ଓ ରକୁଲପ୍ରୀତଙ୍କୁ ଏନସିବିର ମୁମ୍ବାଇର କୋଲାବା ସ୍ଥିତ ଗେଷ୍ଟ ହାଉସରେ ପଚରାଉଚରା କରାଯିବ। ଏହା ସହିତ ସାରା ଅଲ୍ଲୀ ଖାନ୍ ଓ ଶ୍ରଦ୍ଧା କପୁରଙ୍କୁ ଏନସିବିର ଜୋନାଲ ଅଫିସରେ ପଚରାଉଚରା କରାଯିବା। ଏହା ସହିତ ଏନସିବି ବଲିଉଡ ପାର୍ଟିର ମଧ୍ୟ ଯାଞ୍ଚ କରିବ।

   ସମ୍ବନ୍ଧିତ ଖବର


ରୋହିତଙ୍କୁ ନେଇ ଚର୍ଚ୍ଚା: ଆହତ କାରଣରୁ ଟିମ୍‌ ଇଣ୍ଡିଆରୁ ବାଦ ପଡ଼ିଲେ ହିଟ୍‌ମ୍ୟାନ୍, ପରେ ଭାଇରାଲ ହେଲା ରୋହିତଙ୍କ ନେଟ୍‌ ପ୍ରାକ୍ଟିସ୍‌ ସମୟର ଫଟୋ

ପୁଲଓ୍ବାମାରେ ଏନକାଉଣ୍ଟର: ଜଣେ ଆତଙ୍କବାଦୀ ନିହତ, ଆଉ ଜଣେ ଆତଙ୍କୀ କଲା ଆତ୍ମସମର୍ପଣ

ପୁଣି କମିଲା ସୁନା ଦର, କେତେ କମିଲା ଜାଣନ୍ତୁ

ଲୁବିଏନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲେ ମହେଶ ଭଟ୍ଟ- ୧କୋଟିର ମାନହାନି ମାମଲା ରୁଜୁ କଲେ

AstraZenecaର ଟିକା ବୃଦ୍ଧଙ୍କ ପାଇଁ ପ୍ରଭାବଶାଳୀ ହେବ! ବଢ଼ାଇବ ରୋଗ ପ୍ରତିରୋଧକ ଶକ୍ତି

ବ୍ୟକ୍ତିଙ୍କର ଅଭିନବ ପ୍ରତିବାଦ – ଅନ୍ତଃବସ୍ତ୍ର ପିନ୍ଧି ଷ୍ଟୋର୍‌କୁ ଯିବାର ଭିଡ଼ିଓ ଭାଇରାଲ