କରଣ ଜୋହରଙ୍କୁ ଯଦି ଫସାଇ ଦେବ ତ ତୁମକୁ ଛାଡ଼ି ଦେବୁ – ଏନସିବି ଉପରେ ଅଭିଯୋଗ ଲଗେଇଲେ ଡ୍ରଗ୍ସ କେସ୍‌ରେ ଗିରଫ ହୋଇଥିବା କ୍ଷିତିଜ୍ ପ୍ରସାଦ

ମୁମ୍ୱାଇ –ଫିଲ୍ମ ପ୍ରଯୋଜକ କ୍ଷିତିଜ୍ ପ୍ରସାଦ  ଏନ୍‌ସିବି ଉପରେ  ଗମ୍ଭୀର ଅଭିଯୋଗ କରିଛନ୍ତି ।  ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ( ଏନସିବି) ସୁଶାନ୍ତ ସିଂହ ରାଜପୁତ କେସ୍‌ରେ ଲିଙ୍କ୍‌ ଥିବା  ଡ୍ରଗ୍ସ ମାମଲାରେ କ୍ଷିତିଜ୍ ପ୍ରସାଦଙ୍କୁ କରିଥିଲା ।  କ୍ଷିତିଜ୍ ପ୍ରସାଦଙ୍କ ଓକିଲ  ସତିଶ୍‌ ମାନଶିନ୍ଦେ ରବିବାର ଦିନ ବମ୍ୱେ ହାଇକୋର୍ଟରେ ଏହି କଥା କହିଛନ୍ତି କି , ଏଜେନ୍ସିର ଅଫିସରମାନେ ପ୍ରଯୋଜକଙ୍କୁ  ବ୍ଲାକ୍‌ମେଲ୍‌ କରିଛନ୍ତି  ଓ ଚାପ ପକାଇଛନ୍ତି ।

ଓକିଲ କହିଛନ୍ତି କ୍ଷିତିଜ୍ ପ୍ରସାଦଙ୍କୁ ପଚରାପଚରି ବେଳେ କରଣଜୋହର ଓ ତାଙ୍କର  ଟପ୍‌ କେ ଏଜୁକ୍ୟୁଟିଭ୍‌ଙ୍କୁ ଫସାଇବା ପାଇଁ ଜୋର ଜବରଦସ୍ତ କରାଯାଇଛି । ଓକିଲ ମାନଶିନ୍ଦେ ପ୍ରସାଦଙ୍କ ତରଫରୁ କୋର୍ଟରେ କହିଛନ୍ତି କି ,  ଏନସିବିର ଅଫିସରମାନେ କହିଥିଲେ କି ଯଦି ମୁଁ କରଣ ଜୋହର , ସୋମେଲ ମିଶ୍ରା, ରାକ୍ଷି , ଅପୂର୍ବା , ନୀରଜ ବା ରାହିଲ ଙ୍କର ନାଁ ନେବି ତ ମୋତେ ଛାଡ଼ି ଦେବେ ।

କହିରଖୁଛୁ କି ଗତ ସପ୍ତାହରେ ଏଜେନ୍ସି କ୍ଷିତିଜଙ୍କୁ ଗିରଫ କରିନେଇଥିଲା । ତାଙ୍କ ତରଫରୁ ତାଙ୍କର ଓକିଲ କହିଥିଲେ କି , ଅଫିସରମାନେ ମୋ ଉପରେ ମିଛ ଅଭିଯୋଗ  ଲଗାଇବାକୁ କହିଥିଲେ କି କୁହ ଯେ କରଣ ଜୋହର ଓ ତାଙ୍କର ଟିମ୍‌ ଡ୍ରଗ୍ସ ନେଉଥିଲେ। ମୋ ଉପରେ ଅନେକ ଚାପ ପକାଇଥିଲେ ବି ମୁଁ ତାଙ୍କ କଥା ମାନିନଥିଲି। କାରଣ ମୁଁ ଏହି ଲୋକଙ୍କୁ ବ୍ୟକ୍ତିଗତ ଭାବେ ଜାଣେନାହିଁ ଏବଂ ମୁଁ କାହା ଉପରେ ମିଛ ଅଭିଯୋଗ ଲଗାଇବାକୁ ଚାହୁଁନି ।   

   ସମ୍ବନ୍ଧିତ ଖବର


ଚଳିତ ବର୍ଷ ଶ୍ରୀକ୍ଷେତ୍ରର ନିଆରା ଦେବୀ ସଭା

ନାବିଳାକାକୁ ଟେକି ନେଉଥିଲେ ପୋଲିସ ଭ୍ୟାନ ଦେଖି ଛାଡି ପଳାଇଲେ ଦୁର୍ବୃତ୍ତ

କରୋନା ସଂକ୍ରମଣର ଆତଙ୍କ ଭିତରେ ଆସିଲା ଭଲ ଖବର —ଅଧ୍ୟୟନରୁ ସ୍ପଷ୍ଟ ହେଲା ଏହି ତଥ୍ୟ

ବିଶ୍ୱସ୍ତରୀୟ ଟାଇମ୍ସ ହାଇଅର ଏଡୁକେସନ ରାକିଙ୍ଗ୍‌ରେ ସୋଆ ସ୍ଥାନିତ

ଦେଖନ୍ତୁ-ଭିଡିଓ ତିଆରି କରିବା ପାଇଁ ଏକ କୋଟି ଟଙ୍କାର ଲକ୍ସରି କାର୍‌ ଜାଳିଦେଲେ ୟୁଟ୍ୟୁବର

କରୋନା ଭାକ୍‌ସିନ୍‌ କେବେ ଉପଲବ୍ଧ ହେବ ? ସିରମ ଇନଷ୍ଟିଚ୍ୟୁଟ୍‌ର ସିଇଓ କହିଲେ ….