ମଦୁଆ ବାପର କାଠ ଫାଳିଆ ମାଡ଼ରେ ୫ ମାସର ଶିଶୁ କନ୍ୟାର ମୃତ୍ୟୁ

ଆନନ୍ଦପୁର ୧୬/୧୦: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଆନନ୍ଦପୁର ପୌରପରିଷଦ ୧୩ନଂ ୱାର୍ଡ଼ ସାଉଟିସାହିରେ ଦୁଃଖଦ ଘଟଣା ଘଟିଯାଇଛି । ମଦୁଆ ବାପର କାଠ ଫାଳିଆ ମାଡ଼ରେ ୫ ମାସର ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ଏ ଘଟଣା ପରେ ଅଭିଯୁକ୍ତ ବାପା ଫେରାର ଅଛି ।

ଅପରାହ୍ନ ପ୍ରାୟ ୩ଟାରେ ସାଉଟି ସାହିର ସନାତନ ଦେହୁରୀଙ୍କ ଅନ୍ୟ ଜଣଙ୍କ ସହିତ ଝଗଡ଼ା ହୋଇଥିଲା । ଝଗଡ଼ା ସମୟରେ ସନାତନଙ୍କ ସ୍ତ୍ରୀ ୫ ମାସର ଶିଶୁ କନ୍ୟାକୁ କାଖରେ ଧରି ଉଭୟଙ୍କୁ ବୁଝାସୁଝା କରୁଥିଲେ । ଏହି ସମୟରେ ଉତ୍ତ୍ୟକ୍ତ ସନାତନ ଏକ କାଠଫାଳିଆରେ ସ୍ତ୍ରୀଙ୍କୁ ମାରିବାକୁ ଉଦ୍ୟମ କରିଥିଲେ । ଏଥିରେ ସନାତନଙ୍କ ସ୍ତ୍ରୀଙ୍କ ହାତରେ ଆଘାତ ଲାଗିବା ସହିତ କାଖରେ ଧରିଥିବା ଶିଶୁ କନ୍ୟାର ମୁଣ୍ଡରେ ଶକ୍ତ ପାହାର ବାଜିଥିଲା । ଫଳରେ ଶିଶୁ କନ୍ୟା ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ।

ଡାକ୍ତର ପ୍ରାଥମିକ ଚିକିତ୍ସା ପରେ କଟକ ସ୍ଥାନାନ୍ତର କରିଥିଲେ । ୧୦୮ ଯୋଗେ କଟକ ନେବା ବାଟରେ ଶିଶୁ କନ୍ୟାର ଅବସ୍ଥା ଆହୁରି ଗୁରୁତର ହୋଇପଡ଼ିଥିଲା । ତେଣୁ ଯାଜପୁର ଡାକ୍ତରଖାନାକୁ ନେଇଯାଇଥିଲେ ପରିବାର ଲୋକେ । ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ । ପରିବାର ଲୋକେ ଶିଶୁ କନ୍ୟାକୁ ଘରକୁ ଫେରାଇ ଆଣିଥିବାବେଳେ କୌଣସି ସୂତ୍ରରୁ ଖବର ପାଇ ଆନନ୍ଦପୁର ଏସ୍‌ଡିପିଓ ବିଦ୍ୟୁତ୍‌ କୁମାର ପଣ୍ଡା ସାଉଟିସାହିରେ ପହଞ୍ଚିଥିଲେ । ଏସ୍‌ଡିପିଓ ଶିଶୁ କନ୍ୟାର ମା’ଠାରୁ ସମସ୍ତ ଘଟଣା ଜାଣିବା ପରେ ତଦନ୍ତ ପାଇଁ ଘସିପୁରା ଥାନାକୁ ସୂଚନା ଦେଇଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୁଲିସ ନିଜ ଆଡୁ ତଦନ୍ତ ଆରମ୍ଭ କରିଛି ।

   ସମ୍ବନ୍ଧିତ ଖବର


ରସିକିଆ ଓଏଏସ୍‌ ଅଧିକାରୀଙ୍କ ବିକଳ ଅଶୀଳ୍ଲ ପ୍ରେମ

ସ୍ତ୍ରୀ ରାଜନୀତିରେ , ପୁଅ ଇଂଲଣ୍ଡରେ ପଢୁଛନ୍ତି MBBS: ୮ଜଣ ପୁଲିସଙ୍କୁ ମାରି ବାପା ଫେରାର୍

୬ ଏକର ଜମି ହୋଇଗଲା ସମସ୍ତଙ୍କର କାଳ: ହିଷ୍ଟ୍ରୀ ସିଟର ବିକାଶ ଦୁବେର ମା’ ଖୋଲିଲେ ବହୁ ଗୁମର

ଲୋକ ନକଲି ମାଡ଼ ଅସଲି: ସାମ୍ବାଦିକ ପରିଚୟ ଦେଇ ଆଦାୟ କରୁଥିଲେ ଟଙ୍କା, ଦୁଇ ଯୁବକଙ୍କୁ ନିସ୍ତୁକ ପିଟି ଛାଡ଼ିଲେ ଠିକାଦାର

ବ୍ୟବସାୟୀଙ୍କୁ ହତ୍ୟା ପରେ ନଦୀରେ ଫିଙ୍ଗି ଦେଇଥିବା ଅଭିଯୋଗ: ମଙ୍ଗଳା ମୁହାଣରୁ ମୃତଦେହ ଉଦ୍ଧାର, ୨ ଅଟକ

ଦୁଷ୍କର୍ମକାରୀଙ୍କ ସହିତ ମହିଳା ଏସ୍‌ଆଇ ଡିଲ୍: ୨୦ଲକ୍ଷ ଟଙ୍କା ଲାଞ୍ଚ ନେବେ ଧରିଲା ଭିଜିଲାନ୍ସ