PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୁମୁଡିବନ୍ଧ: ଗାଈକୁ ବଞ୍ଚାଇଲା, ଛେଳି ପଲ ଉପରେ ଚଢିଗଲା ମାଲ୍ ବୋଝେଇ ଟ୍ରକ୍, ଓଲଟିବାରୁ କ୍ୟାବିନ୍‌ରେ ପଶିଗଲେ ଡ୍ରାଇଭର ଓ ହେଲ୍ପର୍
  • ||
  • ନରସିଂହପୁର: ଅଗ୍ନିକାଣ୍ଡରେ ଜଳିଗଲା ପାଞ୍ଚ ପରିବାରର ୫ ବଖରା ଘର, ପୋଡ଼ି ପାଉଁଶ ହୋଇଗଲା ଆସବାବପତ୍ର
  • ||
  • ଭୁବନେଶ୍ୱର: ଓଜେଇଇର ଏମ୍‌ବିବିଏସ୍, ବିଡ଼ିଏସ୍ କାଉନସେଲିଂ ସ୍ଥଗିତ
  • ||
  • ନୂଆଦିଲ୍ଲୀ: ଲୋକସଭାରେ ୩ କୃଷି ଆଇନ ଉଚ୍ଛେଦ ବିଲ୍ ପାରିତ
  • ||
  • କେନ୍ଦୁଝର: କାନଝରୀ ଡ୍ୟାମରୁ ଯୁବକଙ୍କ ମୃତଦେହ ଉଦ୍ଧାର, ଗତକାଲି ଗାଧୋଇଲା ବେଳେ ବୁଡି ଯାଇଥିଲେ…
  • ||
  • ରାୟଗଡ଼: ନିୟମଗିରି ପାହାଡର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର, ଡିସେମ୍ବର ୨ ରୁ ୮ ତାରିଖ ପର୍ଯ୍ୟନ୍ତ ପିଏଲଜିଏ ସପ୍ତାହ ପାଳନ
  • ||
  • ବ୍ରହ୍ମପୁର: ସପ୍ତାହେ ହେଲା ଶାଶୂ ଘର ଆଗରେ ତପସ୍ୱିନୀ: ସ୍ୱାମୀ ଘରକୁ ଯିବେ କି ନାହିଁ ଆଜି କୋର୍ଟରେ ଶୁଣାଣି
  • ||
  • ଯାଜପୁର: ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||
  • ଭୁବନେଶ୍ୱର : ୪/୫ରେ ଆନ୍ଧ୍ର କିମ୍ବା ଓଡ଼ିଶା ଉପକୂଳ ଛୁଇଁପାରେ ସମ୍ଭାବ୍ୟ ବାତ୍ୟା, ୩ରୁ ପଡ଼ିବ ପ୍ରଭାବ,
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଏକକାଳୀନ ୩ଟି ସ୍ଥାନରେ ରେଡ୍‌, ବର୍ତ୍ତମାନ ସୁଦ୍ଧା ୫ ଲକ୍ଷ ଟଙ୍କା ଜବତ
  • ||
  • ପୁରୀ : ଦାରୁଦିଅଁଙ୍କ ପଇତାଲାଗି ନୀତି, ଅପରାହ୍ନ ୪ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ଭୋଗରାଇ : ବାବା ଚନ୍ଦନେଶ୍ଵରଙ୍କ ମନ୍ଦିର ସମ୍ମୁଖରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ଟି ଅସ୍ଥାୟୀ ଦୋକାନ
  • ||
  • ଯାଜପୁର : ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ, ବଡ଼ ପୁଅକୁ ଲହୁ ଲୁହାଣ କଲେ ଗାଁର ଅସାମାଜିକ ଯୁବକ
  • ||

ମଦ ପିଇ ବାଟବଣା ହେଲେ ଯୁବକ: ପ୍ରଥମେ ୧୦୦ ପରେ ୧୦୮କୁ କଲ୍ କରି ଛାଡିବାକୁ କଲେ ନିବେଦନ…

ପୁରୀ,୧୦/୦୮: ‘ମୋ ନାଁ ଉଦିଆ । ବାସେଳୀ ସାହି ଥାନା ପୁଲିସକୁ ପଚାରିବେ ମୁଁ କେମିତିକା ପିଲା । ଟିକେ ଦୟା କରନ୍ତୁ। ମୋତେ ନେଇ ମୋ ଘରେ ଛାଡି ଦିଅନ୍ତୁ । ମୁଁ ବାଟ ପାଉନି । ତମେ ତ ବିକୁଛ, ଆମେ ପିଇଲେ ଅସୁବିଧା କେଉଁଠି ରହିଲା ।’ ଏମିତି କହି କହି ବଡ଼ଦାଣ୍ଡରେ ଯାହାକୁ ଦେଖୁଥିଲେ ତାଙ୍କ ନିକଟରେ ନେହୁରା ହେଉଥିଲେ ଜଣେ ଯୁବକ । ହେଲେ କେହି ବୁଝୁନଥିଲେ ତାଙ୍କ କଥା । ଯୁବକ ଜଣକ ବଳଗଣ୍ଡି ଛକରେ ପହଞ୍ଚିବା ପରେ ତାଙ୍କର ଏଭଳି ଅବସ୍ଥା ପଛର କାରଣ ଜଣାପଡିଥିଲା ।

ସୂଚନା ମୁତାବିକ ବାସେଳୀ ସାହି ଥାନା ଅଞ୍ଚଳରେ ଯୁବକଙ୍କ ଘର। ୪ ଜଣ ସାଙ୍ଗଙ୍କ ସହ ଯୁବକ ଜଣକ ତାଳବଣିଆ ପାଣିଟାଙ୍କି ଚ୍ୟାମ୍ବର ନିକଟକୁ ଯାଇଥିଲେ । ସେଠାରେ ଜମିଥିଲା ମଦମାଂସର ଆସର । ମଦ ପିଇ ପ୍ରାୟ ୩ ଘଣ୍ଟା ସେଠାରେ ବିତିଗଲା । ଯୁବକଙ୍କ ମୁଣ୍ଡକୁ ନିଶା ଚଢିଗଲା । ଏହାପରେ ସମସ୍ତ ସାଙ୍ଗ ତାଙ୍କୁ ସେଠାରେ ଛାଡି ଚାଲିଗଲେ। ଯୁବକ ମଧ୍ୟ ଘଟଣାସ୍ଥଳରେ ଶୋଇ ପଡିଥିଲେ । ଦୀର୍ଘ ସମୟ ପରେ ତାଙ୍କ ନିଦ ଭାଙ୍ଗିଥିଲା । ଜଙ୍ଗଲ ଭିତରେ ନିଜକୁ ଏକା ପାଇ ଯୁବକଙ୍କ ବୁଦ୍ଧି ହଜି ଯାଇଥିଲା । ସେ ଘରକୁ ଫେରିବାର ବାଟ ପାଇନଥିଲେ । ତାଳବଣିଆ ଜଙ୍ଗଲ ଭିତରେ ଫସି ବୁଲିଥିଲେ । ଏହାପରେ ସେ ୧୦୦ ନମ୍ବରକୁ କଲ୍‌ କରିଥିବା କହିଛନ୍ତି ।

ଯୁବକଙ୍କ କହିବା ଅନୁସାରେ ପିସିଆର୍‌କୁ କଲ୍‌ କରି ସେ ମଦ୍ୟପାନ କରିଥିବା ଓ ନିଶା ହୋଇଯିବା ପରେ ଜଙ୍ଗଲରେ ଛାଡି ସାଙ୍ଗମାନେ ପଳାଇଥିବାରୁ ବାଟବଣା ହୋଇଥିବା କହିଥିଲେ । ତେଣୁ ତାଙ୍କୁ ଉଦ୍ଧାର କରିବାକୁ ନେହୁରା ହୋଇଥିଲେ । କିନ୍ତୁ ପୁଲିସ ଶୁଣି ନଥିଲା । ନିଶା ଛାଡିଗଲେ ଘରକୁ ଯିବ ବୋଲି କଲ୍‌ ରିସିଭ୍‌ କରିଥିବା ବାବୁ କହିଥିବା ଯୁବକ କହିଛନ୍ତି । ସେ ତାଳବଣିଆରୁ ଚାଲି ଚାଲି ବଡ଼ଦାଣ୍ଡକୁ ଆସିଥିଲେ । ବାଟରେ ଯିଏ ଦେଖା ହେଉଥିଲେ ସମସ୍ତଙ୍କୁ ଘରେ ଛାଡି ବୋକୁ ଅନୁରୋଧ କରୁଥିଲେ । ବଡ଼ଦାଣ୍ଡ ବଳଗଣ୍ଡି ଛକରେ ପହଞ୍ଚି ଛିଡା ହୋଇଥିବା ଲୋକଙ୍କ ସହ କିଛି ସମୟ କଥା ହୋଇ ଅନୁଭୂତି ବଖାଣିଥିଲେ । ଲୋକଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଯୁବକ କହିଥିଲେ ଯେ, ସେ ଓ ତାଙ୍କ ସାଙ୍ଗ ଏବଂ ଅନ୍ୟ ନିଶାଖୋରମାନେ ନିୟମିତ ଭାବେ ତାଳବଣିଆ ପାଣି ଟାଙ୍କି ଚ୍ୟାମ୍ବରକୁ ସୁରକ୍ଷିତ ସ୍ଥାନ ଭାବେ ବାଛି ନେଇଛନ୍ତି । ସେହି ଅଞ୍ଚଳରେ ପିସିଆର୍‌ ବୁଲୁନଥିବାରୁ ନିଶାପାଣି କରିକୁ ସୁବିଧା ହେଉଛି ବୋଲି ସେ କହିଥିଲେ । ବାସ୍‌ ଏହାପରେ ଯେଉଁ ନମ୍ବରକୁ କଲ୍‌ କରିଥିଲ ସେହି ନମ୍ବରକୁ ପୁଣି ଥରେ ଡାଏଲ୍‌ କରିବାକୁ କହିଥିଲେ ଲୋକେ ।

ଯୁବକ ଜଣକ ଡାଏଲ୍‌ କରିବାବେଳେ ଜଣାପଡିଥିଲା ଯେ ତାହା ୧୦୦ ନୁହେଁ । ସେ ୧୦୮କୁ ଡାଏଲ୍‌ କରି କହୁଛନ୍ତି ଯେ, ତୁମେ ତ ବିକୁଛ ଆମେ ପିଇଲେ ଅସୁବିଧା କ’ଣ । ଯଦି ନିଶା ଚଢିଗଲା ମୋତେ ଉଦ୍ଧାର କରିବା ତ ତୁମ କାମ । ଉତ୍ତରରେ କଲ୍‌ ରିସିଭ୍‌ କରିଥିବା ବାବୁ ଜଣକ କେଉଁ ସ୍ଥାନରେ ଅଛ ବୋଲି ପଚାରିବାବେଳେ ଯୁବକ ଠିକଣା ବି ଦେଇ ପାରୁନଥିଲେ । କରୋନା ଭୟରେ ତାଙ୍କୁ କେହି ନଛୁଇଁ ସ୍ଥାନୀୟ ଲୋକେ ରିକ୍ସାରେ ଘରେ ପହଞ୍ଚାଇବାର ବ୍ୟବସ୍ଥା କରିଥିଲେ ।