ଦିଲ୍ଲୀରେ ଘୋଷଣା ହେଲା ‘ଡ୍ରାଇ ଡେ’ର ନୂଆ ତାରିଖ: ଏଣିକି ମାତ୍ର ୩ ଦିନ ବନ୍ଦ ରହିବ, ଆଗରୁ ୨୧ ଦିନ ରହୁଥିଲା ବନ୍ଦ

ନୂଆଦିଲ୍ଲୀ ୨୪/୧: ନୂଆ ଅବକାରୀ ନୀତି ଅନୁସାରେ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏବେ ମଦ ଦୋକାନରେ ବର୍ଷରେ ମାତ୍ର ୩ ଦିନ ହିଁ ବନ୍ଦ ରହିବ । ଦିଲ୍ଲୀ ସରକାରଙ୍କ ଏକ୍ସସାଇଜ୍ କମିଶନର ଏହି ନୂଆ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି ।
ପୂର୍ବରୁ ବର୍ଷକରେ ୨୧ ଦିନ ବନ୍ଦ ରହୁଥିବା ମଦ ଦୋକାନ
କହିରଖୁଛୁ ଏପର୍ଯ୍ୟନ୍ତ ଚାଲିଆସୁଥିବା ବ୍ୟବସ୍ଥା ଅନୁସାରେ ମଦ ଦୋକାନ ବର୍ଷକରେ ୨୧ ଦିନ ବନ୍ଦ ରହୁଥିଲା । ଏହି ଦିନମାନଙ୍କୁ ‘ଡ୍ରାଇ ଡେ’ ମଧ୍ୟ କୁହାଯାଏ । ନୂଆ ଅବକାରୀ ନୀତି ଅନୁସାରେ ଦିଲ୍ଲୀରେ ‘ଡ୍ରାଇ ଡେ’ ହ୍ରାସ କରି ଏବେ ମାତ୍ର ୩ ଦିନ କରିଦିଆଯାଇଛି ।
ଏବେ ବର୍ଷକରେ ମାତ୍ର ୩ ଦିନ ହିଁ ବନ୍ଦ ରହିବ ଦୋକାନ
ଏକ୍ସସାଇଜ୍ କମିଶନରଙ୍କ ଦ୍ୱାରା ଜାରି ଆଦେଶରେ କୁହାଯାଇଛି ଯେ ଦିଲ୍ଲୀରେ ଏବେ ମାତ୍ର ୨୬ ଜାନୁୟାରୀ, ୧୫ ଅଗଷ୍ଟ ଏବଂ ୨ ଅକ୍ଟୋବରରେ ହିଁ ମଦ ଦୋକାନ ବନ୍ଦ ରହିବ । ଏହି ଆଦେଶରେ ଏହା ମଧ୍ୟ କୁହାଯାଇଛି ଯେ ଆବଶ୍ୟକ ପଡିଲେ ଦିଲ୍ଲୀ ସରକାର ଅନ୍ୟ କୌଣସି ଦିନ ମଧ୍ୟ ଡ୍ରାଇ ଡେ ଘୋଷଣା କରିପାରିବେ ।