ପୁଲିସ ଡିଏସ୍‌ପି ସ୍ତରରେ ବଡ ଧରଣର ଅଦଳବଦଳ: ୨୫ ଜଣ ନୂଆ ଡିଏସ୍‌ପିଙ୍କୁ ଦାୟିିତ୍ବ

କଟକ,୨୫/୦୮: ପୁଲିସ ଡିଏସ୍‌ପି ପାହ୍ୟାରେ ଅଦଳବଦଳ କରାଯାଇଛି । ନିକଟରେ ବିଜୁ ପଟ୍ଟନାୟକ ପୁଲିସ୍‌ ଏକାଡେମୀରୁ ଟ୍ରେନିଂ ଶେଷ କରିଥିବା ନବାଗତ ଓପିଏସ୍‌ ଅଫିସର ତଥା ଡିଏସ୍‌ପି ପାହ୍ୟା ଅଧିକାରୀଙ୍କୁ ନିଯୁକ୍ତି ପରେ ବିଭିନ୍ନ ଅଧିକାରୀଙ୍କ ଅଦଳବଦଳ କରାଯାଇଛି । ନବାଗତ ଓପିଏସ୍‌ ଅଧିକାରୀ ସଞ୍ଜୟ କୁମାର ମହାପାତ୍ରଙ୍କୁ କୋରାପୁଟ ଜିଲ୍ଲା ନନ୍ଦପୁର ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି ।

ସେହିପରି ନବାଗତ ଓପିଏସ୍‌ ବିମଳକାନ୍ତ ନାୟକଙ୍କୁ ବ୍ରହ୍ମପୁର, ଆଦିତ୍ୟ ସେନଙ୍କୁ ପାପଡ଼ାହାଣ୍ଡି ଏସ୍‌ଡିପିଓ, ଆକାଶ ଚନ୍ଦ୍ର ସାହୁଙ୍କୁ ରାୟଗଡ଼ା ଜିଲ୍ଲା ବିଷମ କଟକ ଏସ୍‌ଡିପିଓ, ଦୀପକ କୁମାର ଗୋଚ୍ଛାୟତଙ୍କୁ ଏସ୍‌ଡିପିଓ ବରଗଡ଼, ଇନ୍ଦୁରେଖା ପଶ୍ଚିମକବାଟଙ୍କୁ କେନ୍ଦୁଝର ଡିଆଇବି ଡିଏସ୍‌ପି, ସୌରଭ ଓତାଙ୍କୁ ଏସ୍‌ଡିପିଓ ବଣେଇ, ଶଶାଙ୍କ ଶେଖର ବେଉରାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଏସ୍‌ଡିପିଓ ଭାବେ ଅବସ୍ଥାପିତ କରାଯାଇଛି ।

ରାଉରକେଲା ପିସିଆର୍‌ ସେଲ୍‌ ଡିଏସ୍‌ପି ଏସ୍‌.ଏନ୍‌. ସମଦ୍‌ଙ୍କୁ ପାନପୋସ ଏସ୍‌ଡିପିଓ, ସେହିପରି ପାନପୋସ୍‌ରେ ଦୀର୍ଘ ଦିନ ହେଲା ଏସ୍‌ଡିପିଓ ଦାୟିତ୍ୱରେ ଥିବା ଅସୀମ କୁମାର ପଣ୍ଡାଙ୍କୁ ରାଉରକେଲା ପିସିଆର ସେଲ୍‌ ଡିଏସ୍‌ପି ଭାବେ ବଦଳି କରାଯାଇଛି । କଟକ ସ୍ପେସାଲ ବ୍ରାଞ୍ଚ ଡିଏସ୍‌ପି ଗୋପାଳକୃଷ୍ଣ ବେହେରାଙ୍କୁ ବିଧାନସଭା ସିକ୍ୟୁରିଟି ଅଫିସର, ଡିଏସ୍‌ପି ସାର୍ଥକ ରାୟଙ୍କୁ ବ୍ରହ୍ମପୁରରୁ ଭଦ୍ରକ ସଦର ଏସ୍‌ଡିପିଓ, କ୍ରାଇମବ୍ରାଞ୍ଚ ଡିଏସ୍‌ପି ରୀତେଶ ମହାପାତ୍ରଙ୍କୁ ଏସ୍‌ଡିପିଓ ନୀଳଗିରି, ଦିଲ୍ଲୀପ ନାୟକଙ୍କୁ ଅନୁଗୁଳରୁ ଏସ୍‌ଡିପିଓ ଆର. ଉଦୟଗିରି, ଭଦ୍ରକ ସଦର ଏସ୍‌ଡିପିଓ ସୁନୀଲ ନନ୍ଦଙ୍କୁ ଭଦ୍ରକ ପିସିଆର ସେଲ୍‌, ନୀଳଗିରି ଏସ୍‌ଡିପିଓ ଅମୂଲ୍ୟ ଧରଙ୍କୁ ବାଲେଶ୍ୱର ହେଡକ୍ୱାର୍ଟର ଡିଏସପି, ବରଗଡ଼ ଏସଡିପିଓ ସୁଧାକର ସାହୁଙ୍କୁ ବରଗଡ଼ ଆଇୟୁସିଏଡବ୍ଲୁ ଡିଏସ୍‌ପି, ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଏସ୍‌ଡିପିଓ ବିଜୟ ନନ୍ଦଙ୍କୁ ଡିଏସ୍‌ପି ଅନୁଗୁଳ, ହରିଶଚନ୍ଦ୍ର ପାଣ୍ଡେଙ୍କୁ କେନ୍ଦୁଝରରୁ ସୁନ୍ଦରଗଡ଼, ଅଶୋକ ଦାସଙ୍କୁ ଭଦ୍ରକରୁ ଏସ୍‌ଡିପିଓ ଧାମନଗର, କୋରାପୁଟ ନନ୍ଦପୁର ଏସ୍‌ଡିପିଓ ଧୀରେନ୍ଦ୍ର ସ୍ୱାଇଁଙ୍କୁ ବୌଦ୍ଧ ହେଡକ୍ୱାର୍ଟର୍‌ ଡିଏସ୍‌ପି, ଅନୂପ କୁମାର କାନୁନଗୋଙ୍କୁ ଖୋର୍ଦ୍ଧାରୁ ବାଲେଶ୍ୱର ପିସିଆର ସେଲ୍‌, ମନୋଜ କୁମାର ରାଉତଙ୍କୁ ବାଲେଶ୍ୱରରୁ ଏସ୍‌ଟିଏଫ୍‌ ଭୁବନେଶ୍ୱର, କଟକ କମିସନରେଟ୍‌ର ଏସିପି ସତ୍ୟଜିତ୍‌ ମିଶ୍ରଙ୍କୁ ସୋନପୁର ହେଡକ୍ୱାର୍ଟର ଡିଏସ୍‌ପି ଓ ଏସିପି ରବୀନ୍ଦ୍ରନାଥ ଶତପଥିଙ୍କୁ ଭୁବନେଶ୍ୱର କମିସନରେଟ୍‌ରୁ ଅନୁଗୁଳ ପୁଲିସ୍‌ ଜିଲ୍ଲାର ଡିଏସ୍‌ପି ଭାବେ ବଦଳି କରାଯାଇଛି । ବଦଳି ହୋଇଥିବା ଡିଏସ୍‌ପି ପାହ୍ୟାର ଅଧିକାରୀମାନଙ୍କୁ ତୁରନ୍ତ ରିଲିଭ୍‌ କରିବା ପାଇଁ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।