ଡବଲ୍ ଦୁର୍ଘଟଣାରେ ଗଡ଼ିଲା ଦୁଇ ମୁଣ୍ଡ

ଭଦ୍ରକ ୧୩।୩ : ଭଦ୍ରକରେ ପୃଥକ ପୃଥକ ସ୍ଥାନରେ ଦୁର୍ଘଟଣା। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ହେଲେ ଗ୍ରାମାଞ୍ଚଳ ଥାନା କେଦାରପୁର ପଞ୍ଚାୟତର ଉତ୍ତମ ପାଳ ଓ ବନ୍ତ ଥାନା ତରାଗ ବେଲମଳା ଗ୍ରାମର ଅଜୟ ବାରିକ ।

ଅଜୟ ଚୂଡ଼ାକୁଟି ମେଲଣ ଦେଖି ଫେରୁଥିବା ସମୟରେ ଧାମନଗର ଥାନା ଦଇପୁର ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଛନ୍ତି । କୌଣସି ଏକ ଅଜଣା ଗାଡି ଧକ୍କା ଦେଇଥିବା ସୂଚନା ମିଳିଛି । ସେହିପରି ଉତ୍ତମ ପରିବା କିଣିବା ପାଇଁ ବଜାରକୁ ବାଇକରେ ଯାଉଥିବା ସମୟରେ ଆଉ ଗୋଟିଏ ବାଇକ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।