PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ପାକିସ୍ତାନ ଲୋକଙ୍କ ପାଇଁ କ୍ଷୀର ପାଲଟିବ ସ୍ବପ୍ନ, ଲିଟରକୁ ବିକ୍ରି ହେଉଛି ୧୮୦ ଟଙ୍କା

ନୂଆଦିଲ୍ଲୀ,୧୨।୪: ପାକିସ୍ତାନର ସାଧାରଣ ଜନତାଙ୍କ ପାଇଁ ଦରଦାମ ବୃଦ୍ଧି ହୋଇପଡିଛି ଏବେ ବଡ ସମସ୍ୟା। ପନିପରିବା, ପେଟ୍ରୋଲ, ଡିଜେଲ ଆଦିର ଦରଦାମ ବୃଦ୍ଧ ପରେ ଏବେ ପାକିସ୍ତାନ ଲୋକଙ୍କ ପାଇଁ କ୍ଷୀର ଟିକିଏ ମିଳିବା କଷ୍ଟକର ହୋଇପଡିଛି। କରାଚୀ ଡାଏରି ଫର୍ମସ ଆସୋସିଏସନ୍ ହଠାତ ୧ ଲିଟର କ୍ଷୀରରେ ୨୩ ଟଙ୍କା ବଢାଇ ଦେବା କାରଣରୁ ଏବେ ସେଠାରେ ଗୋଟେ ଲିଟର କ୍ଷୀର ମୂଲ୍ୟ ୧୨୦ରେ ପହଁଞ୍ଚି ଯାଇଛି। ଖୁଚୁରା ବଜାରରେ ଏହା ଠାରୁ ସ୍ଥିତି ଆହୁରି ସଙ୍ଗୀନ, ସେଠାରେ କ୍ଷୀର ଲିଟର ୧୮୦ରୁ ଅଧିକ ଛୁଇଁ ଯାଇଛି।

ଉଲ୍ଲେଖନୀୟ ଯେ ପାକିସ୍ତାନୀର ଟଙ୍କାର ମୂଲ୍ୟ ଭାରତୀୟ ଟଙ୍କା ତୁଳନାରେ ଅଧା ମୂଲ୍ୟ। ଦରଦାମ ବୃଦ୍ଧି କାରଣରୁ ପାକିସ୍ତାନର ଲୋକେ ଖୁବ୍ କ୍ଷୁଧ ହୋଇଛନ୍ତି। ପାକିସ୍ତାନର ଖବରକାଗଜ ଡନ୍ ଅନୁସାରେ ଆସୋସିଏସନ୍ ପକ୍ଷରୁ କୁହାଯାଇଛି ସରକାରଙ୍କୁ ପୂର୍ବରୁ ବହୁବାର ଅନୁରୋଧ କରିଥିଲେ ଯେ, ଦାମ ବଢାଯାଉ, କିନ୍ତୁ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ନମିଳିବା ପରେ ଏହି ନିଷ୍ପତ୍ତି ନେବାକୁ ପଡିଛି। ତାଙ୍କର କହିବା ଅନୁସାରେ ଏବେ ଚାରା ଓ ଇନ୍ଧନର ଦାମ ବହୁତ ବଢିଯାଇଛି। ଅନ୍ୟପକ୍ଷେ ପ୍ରଶାସନ ଆସୋସିଏସନର ଏହି ପଦକ୍ଷେପକୁ ଭୁଲ ବୋଲି କହିଛି ଓ ଅଧିକ ଦାମରେ କ୍ଷୀର ବିକ୍ରି କରୁଥିବା ଖୁଚୁରା ବିକ୍ରେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛି। ପ୍ରଶାସନ କ୍ଷୀର ଲିଟରକୁ ୯୪ ଟଙ୍କା କରିଥିବା ବେଳେ ଖୁଚୁରା ବିକ୍ରେତା ଏହାଠାରୁ ଦୁଇଗୁଣା ଅଧିକ ନେଉଛନ୍ତି।

ଆର୍ଥିକ ସ୍ଥିତିରେ ଏବେ ପାକିସ୍ତାନ ଖୁବ୍ ଦୁର୍ବଳ ହୋଇପଡିଥିବା ବେଳେ ଦରଦାମ ବୃଦ୍ଧି ଗତ ୫ବର୍ଷର ରେକର୍ଡ ସ୍ତରରେ ପହଁଞ୍ଚିଯାଇଛି। ମାର୍ଚ୍ଚରେ ଦରଦାମ ବୃଦ୍ଧି ୯.୪ ପ୍ରତିଶତ ପର୍ଯ୍ୟନ୍ତ ପହଁଞ୍ଚି ଯାଇଥିଲା। ତୈଳର ବର୍ଦ୍ଧିତ ମୂଲ୍ୟ ଯୋଗୁ ପାକିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ସୁଦ୍ଧ ଦର ବୃଦ୍ଧି କରି ୧୦.୭୫ ପ୍ରତିଶତ କରିଦେଇଛି। ଅପ୍ରେଲରୁ ପେଟ୍ରୋଲ ଓ ଡିଜେଲର ଦର ୬ଟଙ୍କା ପ୍ରତି ଲିଟର ବଢିଯାଇଥିବା ବେଳେ କିରୋସିନି ୩ ଟଙ୍କା ଅଧିକ ବଢିଯାଇଛି। ସେଭଳି ଫଳ, ପରିବା ଓ ମାସଂର ଦାମ ମଧ୍ୟ ଲଗାତାର ଭାବରେ ବୃଦ୍ଦି ପାଉଛି।

ସମ୍ବନ୍ଧିତ ଖବର