ଜନ୍ମାଷ୍ଟମୀରେ ୫ ଘଣ୍ଟା ପାଇଁ ଶ୍ରୀମନ୍ଦିର ଦର୍ଶନ ବନ୍ଦ ରହିବ

ପୁରୀ ୨୨/୮ :ଶୁକ୍ରବାର ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ । ସମ୍ପନ୍ନ ହେବ ମହାପ୍ରଭୁଙ୍କ ବାଲ୍ୟଳୀଳା । ଏହି ସ୍ୱତନ୍ତ୍ର ନୀତି ପାଇଁ ଶ୍ରୀମନ୍ଦିର ଚଳଚଞ୍ଚଳ ହୋଇଛି । ଗୁରୁବାର ଭାଦ୍ରବ କୃଷ୍ଣପକ୍ଷ ସପ୍ତମୀ ଅବସରରେ ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମର ପୂର୍ବ ବିଧି ପାଳନ ହେବ । ଶ୍ରୀକୃଷ୍ଣଙ୍କ ଜନ୍ମ ପୂର୍ବରୁ ମହାପ୍ରଭୁ ଜଗନ୍ନାଥଙ୍କୁ ଯେଉଡ଼ ଭୋଗ ଲାଗି କରାଯିବ । ଗର୍ଭଯନ୍ତ୍ରଣାରୁ ଉପଶମ ପାଇଁ ଏହି ଭୋଗ ଲାଗି ହୁଏ ।

ଜନ୍ମାଷ୍ଟମୀ ନୀତି ପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ୫ ଘଣ୍ଟା ପାଇଁ ବନ୍ଦ ରହିବ । ସନ୍ଧ୍ୟାଧୂପ ନୀତି ପରେ ଠାକୁରଙ୍କ ଜନ୍ମାଷ୍ଟମୀ ବିଧି ଅନୁଷ୍ଠିତ ହେବ । ଶୁକ୍ରବାର ସନ୍ଧ୍ୟା ୬ଟାରୁ ରାତି ୧୧ଟା ପର୍ଯ୍ୟନ୍ତ ଠାକୁରଙ୍କ ଏହି ନୀତି ଅନୁଷ୍ଠିତ ହେବ । ସେହି ସମୟରେ ଭକ୍ତମାନେ ଠାକୁରଙ୍କ ଦର୍ଶନ ପାଇପାରିବେ ନାହିଁ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ରହିଛି । ସେହି ଦିନର ଠାକୁରଙ୍କ ନୀତିକୁ ନେଇ ଦର୍ଶନ ସମୟ ନିର୍ଦ୍ଧାରଣ ହେବ ବୋଲି ଶ୍ରୀମନ୍ଦିର ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି ।

ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ ସମସ୍ତ ଲୀଳାଗୁଡ଼ିକ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିଭିନ୍ନ ବେଶ କରାଯାଏ । ମହାପ୍ରଭୁଙ୍କ ବନଭୋଜି ବେଶ ସହ କୋଳି ବିକା, ବକାସୁର ଓ ଅର୍ଘାସୁର ବଧ, କାଳୀୟଦଳନ ବେଶ ଓ ଧେନୁକାସୁର ବଧ, ପ୍ରଳମ୍ବାସୁର ବଧ ଓ କୃଷ୍ଣ ବଳାରାମ ବେଶ, ବସ୍ତ୍ରହରଣ ଲୀଳା ଓ ସପ୍ତପୁରୀ ଅମାବାସ୍ୟା, ଦାବାଗ୍ନି ଲୀଳା, ନିକୁଞ୍ଜ ଲୀଳା, ଭାଦ୍ରବ ଶୁକ୍ଳ ତୃତୀୟାରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ, ବିମ୍ବାସୁର ବଧ ଲୀଳା, କୃଷ୍ଣଲୀଳା ଓ ଲବଣିଖିଆ ନୀତି ପାଳିତ ହେବ । ବନଭୋଜି ବେଶ ଓ କାଳୀୟଦଳନ ବେଶରେ ମହାପ୍ରଭୁଙ୍କୁ ଦେଖିଲେ କୃଷ୍ଣଙ୍କ ଭଳି ଦୃଶ୍ୟମାନ ହୁଅନ୍ତି ମହାପ୍ରଭୁ । ଏହି ଦେବ ନୀତିରେ ଶ୍ରୀକ୍ଷେତ୍ରବାସୀ ପ୍ରତ୍ୟକ୍ଷ ଅଂଶଗ୍ରହଣ କରିଥାନ୍ତି । ଶ୍ରୀକ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ ।

   ସମ୍ବନ୍ଧିତ ଖବର


ପୁରୀ :୪୫୦ ସଂକ୍ରମିତ ସେବକ ଚିହ୍ନଟ – କରୋନା ନେଲାଣି ୮ ମୁଣ୍ଡ ,ସାମାଜିକ ସମାଗମରୁ ସଂକ୍ରମଣ

କରୋନାରେ ଆଉ ୧୫ ସଂକ୍ରମିତଙ୍କ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୭୩୬ରେ ପହଞ୍ଚିଲା

୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ବରିଷ୍ଠ ଦଇତା ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ଦେହାନ୍ତ

ମହିଳା IICଙ୍କୁ ନିର୍ଯାତନା : ସ୍ବାମୀଙ୍କ ବିରୋଧରେ ଆଣିଲେ ସଙ୍ଗିନ ଅଭିଯୋଗ, ଥାନାରେ ଏତଲା

ବିଜେଡି ପ୍ରାର୍ଥୀ ହେବେ ଓଡିଆ ସିନେଷ୍ଟାର ଅରିନ୍ଦମ୍ !