PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବଗଡ : ରିଆମାଳ ରେଞ୍ଜ ନୁଆଁଡିହି ସେକ୍ସନ ଖିଲେଇ ଜଙ୍ଗଲରେ ହାତୀ ଆକ୍ରମଣ ଯୋଗୁଁ ବନ ଶ୍ରମିକ ଗୁରୁତର
  • ||
  • କୋଣାର୍କ : ରୋଗ କଷ୍ଟ ସହିନପାରି ସ୍କୁଲ ହତାରେ ଆତ୍ମହତ୍ୟା କଲେ ବୃଦ୍ଧ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୫୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୩୪ ପଜେଟିଭ୍
  • ||
  • ନୀଳଗିରି : ମାଡ଼ିଆସୁଛନ୍ତି ନୀଳଗିରି ଆଡକୁ ଝାଡ଼ଖଣ୍ଡ ହାତୀ, ଚାଷୀ ଆତଙ୍କିତ
  • ||
  • କଳାହାଣ୍ଡି : ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ଜଳେଶ୍ଵର : ବିପଦ ସଂକେତ ଉପରେ ପ୍ରବାହିତ ହେଉଛି ଜଳକା, ବନ୍ୟା ପାଣି ଘେରରେ ୧୦ରୁ ଉର୍ଦ୍ଧ୍ଵ ଗ୍ରାମ
  • ||
  • ଲମତାପୁଟ : ଅଟୋରୁ ୧୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଗାଡି ଛାଡି ୨ ମାଫିଆ ଫେରାର୍
  • ||

ହସ୍ପିଟାଲରେ ଲାଲୁଙ୍କୁ ସାକ୍ଷାତ କରିପାରିଲେନି ତେଜସ୍ବୀ, କହିଲେ ବାପାଙ୍କ ବିରୋଧରେ ଚାଲିଛି ଷଡଯନ୍ତ୍ର

ପାଟନା,୭।୪: ଆରଜେଡି ନେତା ଓ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଅଭିଯୋଗ କରିଛନ୍ତି ଯେ, ତାଙ୍କର ବାପା  ତଥା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ସହ ତାଙ୍କୁ ଦେଖା କରିବାର ଅନୁମତି ଦିଆଯାଉ ନାହିଁ। ଏହା ସହ ସେ କହିଛନ୍ତି ପ୍ରତିଦିନ ତାଙ୍କ ରୁମରେ  ଚଢଉ କରାଯାଉଛି। ତେଜସ୍ବୀ ଏଥିପାଇଁ ବିଜେପି ଉପରେ ଏକଛତ୍ରବାଦୀ ଶାସନ କରୁଥିବା ଅଭିଯୋଗ ଆଣିଛନ୍ତି। ତେଜସ୍ବୀ ଆଜି ଟ୍ବିଟ୍ କରି କହିଛନ୍ତି ‘ଗତ କାଲି ସନ୍ଧ୍ୟାରେ ରାଞ୍ଚି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ମୋ ବାପାଙ୍କୁ ଭେଟିବା ପାଇଁ ଅପେକ୍ଷାରେ ରହିଛି। କିନ୍ତୁ ଏକଛତ୍ରବାଦୀ ବିଜେପି ସରକାରଙ୍କ ନିୟମ ଅନୁସାରେ ଜଣେ ପୁଅକୁ ତା ବାପା ସହିତ ଦେଖା କରିବାକୁ  ମଧ୍ୟ ଦିଆଯାଉ ନାହିଁ। ଲାଲୁ ଜୀଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି। ଜେଲ ସୁରକ୍ଷାରେ ଓ ଏବେ ହସ୍ପିଟାଲାରେ ଚିକିତ୍ସା ସମୟରେ ତାଙ୍କ ରୁମରେ ସବୁବେଳେ ଚଢଉ ହେଉଛି।’

ଏହା ପରେ ତେଜସ୍ବୀ ଆଉ ଏକ ଟ୍ବିଟ୍ କରିଛନ୍ତି ଯେ, ’ଦୁଇ ସପ୍ତାହ ପୂର୍ବରୁ ଜେଲ ଅଧୀକ୍ଷକଙ୍କୁ ଡାକ୍ତର ଲାଲୁ ଜୀଙ୍କ ଇକୋ ଓ ଏକ୍ସ-ରେ କରିବାକୁ କହିଥିଏେ। କିନ୍ତୁ ତାହା  ଏଥିପାଇଁ ହୋଇପାରିଲାନି ଯେ ତାଙ୍କୁ ଆଉ ଏକ ବିଲ୍ଡିଂକୁ ନେବାପାଇଁ ସୁରକ୍ଷା ଉପଲବ୍ଧ କରାଯାଇ ପାରିନଥିଲା। ଏହା ଅନ୍ୟାୟ, ଭଲ ବ୍ୟବହାର କରାଯାଉନାହିଁ। ଏହା ହେଉଛି ମାନବିକତାର ଉଲଂଘନ।’

ଲାଲୁଙ୍କୁ ପାଟନାରୁ ରାଞ୍ଚିକୁ ଦେଖା କରିବାକୁ ଆସିଥିବା ତେଜସ୍ବୀଙ୍କୁ ଏଥର ନିରାଶ ହେବାକୁ ପଡିଛି। କାରଣ ଜେଲ କର୍ତ୍ତୁପକ୍ଷ ତାଙ୍କୁ ଏବେ ଦେଖା କରିବାକୁ ଅନୁମତି ଦେଇନଥିବା ବେଳେ ଆସନ୍ତା ଶନିବାର ଦେଖା କରିପାରିବେ ବୋଲି କହିଛନ୍ତି। ଯାହାଫଳରେ ତେଜସ୍ବୀ ତାଙ୍କ ବାପାଙ୍କୁ ଦେଖା ନକରି ଫେରିଯାଇଛନ୍ତି ପାଟନା। ଗତ କାଲି ସେ ତାଙ୍କ ବାପାଙ୍କୁ ଦେଖା କରିବାକୁ ରାଞ୍ଚିର ରିମ୍ସ ହସ୍ପିଟାଲ ଆସିଥିବା ବେଳେ ସୁରକ୍ଷାକର୍ମୀମାନେ ତାଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ। ଫଳରେ ଦେଢ ଘଣ୍ଟାଧରି ସେଠାରେ ତାଙ୍କର ସୁରକ୍ଷାକର୍ମୀଙ୍କ ସହିତ ଯୁକ୍ତିତର୍କ ହୋଇଥିଲା। କିନ୍ତୁ ଏସବୁ ପରେ ମଧ୍ୟ ତେଜସ୍ବୀଙ୍କୁ ନିରାଶ ହୋଇ ଫେରିବାକୁ ପଡିଛି ପାଟନା।

ସମ୍ବନ୍ଧିତ ଖବର