ରାଉରକେଲା, (ବ୍ୟୁରୋ): ବସ୍ରୁ କମ୍ପ୍ୟୁଟର ଚୋରି କରିବା ଅଭିଯୋଗରେ ପ୍ଲାଣ୍ଟସାଇଟ୍ ଥାନା ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ ସ୍ଥାନୀୟ ଗାନ୍ଧି ରୋଡ଼ର ଶମ୍ଭୁ ରାମ (୨୦) ଓ ରୋହିତ ସିଂହ(୧୯) । ସେମାନଙ୍କ ପାଖରୁ ପୁଲିସ୍ ଚୋରି କମ୍ପ୍ୟୁଟର ଜବତ କରିଛି । ଦୁଇ ଚୋରଙ୍କ ନାମରେ ପୁଲିସ୍ ଏକ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି ।
ପୁଲିସ୍ ସୂଚନା ଅନୁସାରେ, ବାସନ୍ତୀ କଲୋନୀରେ ରହୁଥିବା ଅଭୟ କୁମାର ନାୟକ ଗୋଟିଏ ନୂଆ କମ୍ପ୍ୟୁଟରକୁ ପାରାଦୀପ ପଠାଇବା ଲାଗି ଶ୍ରୀ ମା’ବସ୍ର ଚାଳକଙ୍କୁ ଦେଇ ଆସିଥିଲେ । ମାତ୍ର ଗତକାଲି ଉକ୍ତ ବସ୍ଟି କୌଣସି କାରଣକୁ ନେଇ ଗତକାଲି ପାରାଦୀପ ଅଭିମୁଖେ ଯାତ୍ରା କରିନଥିଲା । ବସ୍ଟି ବସ୍ଷ୍ଟାଣ୍ଡରେ ପାର୍କିଂ ହୋଇଥିବା ବେଳେ ଦୁଇ ଅଭିଯୁକ୍ତ ଶମ୍ଭୁ ଓ ରୋହିତ ଉକ୍ତ କମ୍ପ୍ୟୁଟରକୁ ଚୋରି କରି ନେଇଥିଲେ । ଏନେଇ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ୍ ଘଟଣାର ତଦନ୍ତ କରି ଦୁଇ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ଅଭିଯୁକ୍ତ ଶମ୍ଭୁ ଜଣେ ପେସାଦାର ଚୋର ହୋଇଥିବା ପୁଲିସ୍ ସୂଚନା ଦେଇଛି ।