ଯାଜପୁର, ୧୬/୦୫ : ଯାଜପୁର ୨୦ ନଂ ଜାତୀୟ ରାଜପଥ ମହେଶ୍ୱରପୁର ପେଟ୍ରୋଲ ପମ୍ପ୍ ନିକଟରେ ବସ୍ ସହ ଡ୍ରମ୍ଫର ମୁହାଁମୁହିଁ ଧକ୍କା । ୧୧ ଯାତ୍ରୀ ଆହତ। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ଯାଜପୁର ଜିଲ୍ଲା ବରି କାଇପଡ଼ାରୁ କଟକ ଯାଉଥିବା ଦେବଯାନୀ ନାମକ ଯାତ୍ରୀବାହୀ ବସ୍ ମହେଶ୍ୱରପୁର ପେଟ୍ରୋଲ ପମ୍ପ୍ ନିକଟରେ ଏକ ଚିପ୍ସ ବୋଝେଇ ଡମ୍ଫର୍ ସାମ୍ନାସାମ୍ନି ଧକ୍କା ହୋଇଥିଲା। ଫଳରେ ୧୧ରୁ ଉର୍ଦ୍ଧ୍ଵ ଯାତ୍ରୀ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ରାସ୍ତାର ଉଭୟ ପାର୍ଶ୍ଵରେ ଶତାଧିକ ଗାଡି ମୋଟର ଅଟକି ରହିଛି। ତେବେ ବସ୍ରେ ୩୦ରୁ ଉର୍ଦ୍ଧ୍ଵ ଯାତ୍ରୀ ଥିବାବେଳେ ଡ୍ରାଇଭର ଓ ହେଲ୍ପର ଫେରାର ହୋଇଥିବା ଜଣାପଡିଛି।