PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ହଠାତ୍‌ ପୋଲ ଉପରେ ଜଳିଗଲା ଡମ୍ଫର, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ବାଲେଶ୍ବର: ଜାତୀୟ ରାଜପଥରେ ଅଘଟଣ। ବାଲେଶ୍ବର ଜିଲ୍ଲା ତାମୁଳିଆ ପୋଲ ଉପରେ ଏକ ଅଘଟଣ ଦେଖିବାକୁ ମିଳିଛି। ଜାତୀୟ ରାଜପଥରେ ଚାଲୁଥିବା ଅବସ୍ଥାରେ ଏକ ଡମ୍ଫରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଯାହାଫଳରେ ଡମ୍ଫରଟି ପୋଡ଼ି ଯାଇଛି।

ମିଳିଥିବା ସୂଚନା ମୁତାବିକ, ଓଡି ୦୪ ଏଲ୍‌ ୫୬୦୩ ନମ୍ବର ବିଶିଷ୍ଟ ଏକ ଡମ୍ଫର ବାଲେଶ୍ବର ସହରରୁ ରାଜପଥ ଅଭିମୁଖେ ଯାଉଥିବା ବେଳେ ଅପରାହ୍ନ ପ୍ରାୟ ୧ଟା ସମୟରେ ନିଆଁ ଲାଗି ଯାଇଥିଲା। ଏଥିରୁ ଗାଡି ତ୍ରାଇଭର ଅଳ୍ପକେ ରକ୍ଷା ପାଇ ଯାଇଥିଲେ । ଖବରପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୋଲ ଉପରେ ଭିଡ ହେବାରୁ ପୁଲିସ ଭିଡ ନିୟନ୍ତ୍ରଣ କରିଛି । ଡମ୍ଫରରେ ନିଆଁ ଲାଗିବାର ପ୍ରକୃତ କାରଣ ଜଣା ନଥିଲେ ବି ବ୍ୟାଟେରିରେ ସର୍ଟସର୍କିଟ କାରଣରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।