ଯୋଗାଶ୍ରମରେ ନକଲି ମଦ କାରଖାନା

ଭୁବନେଶ୍ୱର,୨୬ା୩(ବ୍ୟୁରୋ): ବିଶ୍ୱଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ ନାମରେ ବ୍ୟାନର ଟଙ୍ଗା ଯାଇଛି । ଭକ୍ତମାନଙ୍କ ଯିବାଆସିବା ବି ଚାଲିଛି । ଯୋଗାଶ୍ରମରେ ନାମ ସଂକୀର୍ତ୍ତନ ଠାରୁ ଆରମ୍ଭ କରି ବିଭିନ୍ନ ଆଧ୍ୟାତ୍ମିକ ପ୍ରବଚନ ଦିଆଯାଉଛି । କିନ୍ତୁ ଆଶ୍ରମ ଭିତରେ ବେଆଇନ୍‌ ଭାବେ ନକଲି ମଦ କାରଖାନା ଚାଲିଛି । ଦୀର୍ଘଦିନ ଧରି ଖଣ୍ଡଗିରିସ୍ଥିତ ବିଶ୍ୱଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମରେ ଚାଲିଥିବା ଏହି ବେଆଇନ କାରବାର ଆଜି ପଦାକୁ ଆସିଛି । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଆଶ୍ରମରେ ଚଢ଼ଉ କରାଯାଇ ବିପୁଳ ପରିମାଣର ସ୍ପିରିଟ୍‌ ଓ ଆସ୍କା-୪୦ମଦ, ଖାଲି ବୋତଲ, ଠିପି ଓ ସିଲ୍‌ ଆଦି ଜବତ କରାଯାଇଛି ।

ନକଲି ମଦ ତିଆରି କରୁଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ବିହାରର ରାମବଳି ଯାଦବ (୨୦), ସୁଗ୍ରୀବ ଯାଦବ (୨୧) ଓ ସ୍ୱାଧୀନ ସୁନ୍ଦରାୟ (୨୦) । ତେବେ ମଠାଧୀଶ କୁହାଯାଉଥିବା ଛୋଟା ବାବା ଓରଫ ଶ୍ରୀ ବିଚିତ୍ରାନନ୍ଦ ଦାଶ ସରସ୍ୱତୀ ମହାରାଜାଙ୍କୁ ଅବକାରୀ ବିଭାଗ ଅଧିକାରୀମାନେ ଗିରଫ ନ କରି ଛାଡ଼ି ଦେଇଛନ୍ତି । ଅବକାରୀ କେନ୍ଦ୍ରାଞ୍ଚଳ ଗୁଇନ୍ଦା ବିଭାଗ କଟକ-୨ ଆଇଆଇସି ଜଗଦିଶ ଚନ୍ଦ୍ର ସାମଲଙ୍କ ସୂଚନା ଅନୁଯାୟୀ, ଖଣ୍ଡଗିରି ଡୁମୁଡୁମା ମୌଜା ପ୍ଲଟ୍‌ ନଂ-୧୮ରେ ରହିଛି ବିଶ୍ୱଶାନ୍ତି ଆଧ୍ୟାତ୍ମିକ ଯୋଗାଶ୍ରମ । ଧରା ପଡ଼ିଥିବା ଅଭିଯୁକ୍ତମାନେ ଆଶ୍ରମ ଭିତରେ ଘରଭଡ଼ା ନେଇ ଦୀର୍ଘ ଦିନ ଧରି ଚଲାଇଥିଲେ ନକଲି ମଦ କାରବାର । ସେମାନେ ସରକାରୀ ଆସ୍କା-୪୦ ମଦ ଦୋକାନରୁ ଆସ୍କା ୪୦ କିଣି ଆଣୁଥିଲେ । ବିଭିନ୍ନ କବାଡ଼ିଆଙ୍କ ଠାରୁ ଆସ୍କା-୪୦ ବୋତଲ କିଣିବା ସହ ବିହାରରୁ ବୋତଲ ସିଲ୍‌ କରିବା ପାଇଁ ଷ୍ଟିକର ମଧ୍ୟ ଆଣି ରଖୁଥିଲେ ।

୨ଟି ଅସଲି ଆସ୍କା-୪୦ ବୋତଲ ଖୋଲି ତା’ ଭିତରେ ସ୍ପିରିଟ୍‌ ପୂରାଇ ତାକୁ ୩ଟି କରି ଦେଉଥିଲେ । ଏଭଳି ସିଲ୍‌ କରୁଥିଲେ ଯେ ତାହା ନକଲି ବୋଲି ଜଣା ପଡୁନଥିଲା । ନକଲି ଆସ୍କା-୪୦ ତିଆରି କରିବା ପରେ ସେମାନେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ ଆଜି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବଭିାଗ କଟକ-୨ ଆଇଆଇସ ିଜଗଦଶି ଚନ୍ଦ ୍ରସାମଲଙ୍କ ନେତତୃ୍େୱର ଏସଅ୍‌ାଇ ଧନେଶର୍ୱ ପାତ ୍ରଓ ଅନ୍ୟ କମର୍ଚାରୀମାନେ ଆଶମ୍ରରେ ଚଢ଼ଉ କରିଥିଲେ । ଆଶ୍ରମ ଭିତରେ ଥିବା ଭଡ଼ା ଘରୁ ୧୦୦୦ଟି ଆସ୍କା-୪୦ ବୋତଲ ଓ ଠିପି, ୧୦୦ ଲିଟର ଆସ୍କା-୪୦ ଓ ୨୦ ଲିଟର ସ୍ପିରିଟ୍‌ ଜବତ କରାଯିବା ସହ ୩ ବିହାରୀଙ୍କୁ ଗିରଫ କରାଯାଇଥିଲା । ଆଜି ଅପରାହ୍ଣରେ ୩ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ୍‌ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି ।

   ସମ୍ବନ୍ଧିତ ଖବର


ରାଜ୍ୟର ପ୍ରମୁଖ ୬ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ

‘ବାହା ନ ହେଲେ ମାରିଦେବି ନ ହେଲେ ମରିଯିବି’: ପାଗଳ ପ୍ରେମୀକୁ ବାନ୍ଧିଲା ପୁଲିସ

ଓଡ଼ିଶା ପୁଣି କରୋନା ନେଲା ୧୭ ଜୀବନ: ମୃତକଙ୍କ ସଂଖ୍ୟା ୧୬୫୭କୁ ବୃଦ୍ଧି

ସବୁଜ ହେଉଛି ଓଡ଼ିଶା ମାନଚିତ୍ର, କମୁଛି ସଂକ୍ରମିଣ: ୨୪ଘଣ୍ଟା ଆଉ ୬୬୮ ପଜିଟିଭ ଚିହ୍ନଟ୍ : ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୪ ହଜାର ଟପିଲା

ଆଜି ଯେ ରୂପଜୀବୀ, କାଲି ସେ ରାଣୀ ମହୁମାଛି: ଡିମାଣ୍ଡ ଦେଖି ସପ୍ଲାଏ କରୁଛନ୍ତି ଦଲାଲ୍,ଫୁଲ୍ ସୁରକ୍ଷାରେ ଗ୍ରାହକଙ୍କୁ ସନ୍ତୁଷ୍ଟ କରୁଛନ୍ତି ଯୁବତୀ

୨୪ରେ ଓଡ଼ିଶା ଆସିବେ ମୋହନ ଭାଗବତ୍‌