PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତେଲକୋଇ: ଟ୍ରକ୍ ପଛରେ ପିଟି ହେଲା ବାଇକ୍ : ୨ ଗୁରୁତର
  • ||
  • ୩ୟ ଟେଷ୍ଟ ଜିତିଲା ଭାରତ – ଇଂଲଣ୍ଡକୁ ୧୦ ୱିକେଟ୍‌ରେ ହରାଇଲା ଟିମ୍ ଇଣ୍ଡିଆ
  • ||
  • ଭୁବନେଶ୍ୱର- ୨୨ ବର୍ଷ ପରେ ବହୁ ଚର୍ଚ୍ଚିତ ବାରଙ୍ଗ ଦୁଷ୍କର୍ମ ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ ଘଟଣାରେ କମିଶନରେଟ୍‌ ପୋଲିସୁ ଶୁଭେଚ୍ଛା ଜଣାଇଲେ ରାଜ୍ୟପାଳ
  • ||
  • ଚନ୍ଦକା ଜଙ୍ଗଲରେ ନିଆଁ – ନିଆଁକୁ ଆୟତ୍ତ କଲା ଜଙ୍ଗଲ ବିଭାଗ
  • ||
  • ଭଞ୍ଜନଗର – ଅଚିହ୍ନା ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ସନ୍ଦେହ , ଜଙ୍ଗଲ ନିଆଁରେ ଜଣେ ସଂପୂର୍ଣ୍ଣ ପାଉଁଶ, ଗଛରେ ଝୁଲୁଛି ଅର୍ଦ୍ଧଦଗ୍ଧ ଯୁବତୀର ଶବ।
  • ||
  • ଅହମ୍ମଦାବାଦରେ ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ , ୨ୟ ଇନିଂସ୍‌ରେ ୮୧ ରନରେ ଇଂଲଣ୍ଡ ଅଲ୍ଆଉଟ୍
  • ||
  • ଭାରତ ଇଂଲଣ୍ଡ ଟେଷ୍ଟ ମ୍ୟାଚ- ଭାରତ ୧୪୫ ରନ୍‌ରେ ଅଲ୍‌ ଆଉଟ୍‌
  • ||
  • ନବରଙ୍ଗପୁର- ପରକିୟାପ୍ରୀତି ମହଙ୍ଗା , ପ୍ରେମିକ ସହ ବିବାହିତ ମହିଳା ଫେରାର ହୋଇ ଧରାପଡିବା ପରେ ଗାଁ ଦାଣ୍ଡରେ ବାନ୍ଧି ନିର୍ଧୁମ ଛେଚା ଖାଇଲେ ।
  • ||
  • ପାରାଦୀପ- ପାରଦୀପ ବନ୍ଦର ପକ୍ଷରୁ ୨୭ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ଵ ୨୭ ଟି ବିଭିନ ପ୍ରକଳ୍ପର ଏମଓୟୁ ସ୍ୱାକ୍ଷରିତ
  • ||
  • ଅନୁଗୁଳ: ଓଡ଼ପଡ଼ାରେ ୮ ବଖରା ଘର ଭାଙ୍ଗିଲେ ହାତୀ ପଲ
  • ||
  • ରାଜଗାଙ୍ଗପୁର ସମିତିସଭ୍ୟ ଉପନିର୍ବାଚନ । କୁକୁଡ଼ାମୁଣ୍ଡାରେ ପୁଷ୍ପିତା ଓ ବୁଚକୁପଡା ରେ ବସନ୍ତଙ୍କ ବିଜୟ । ଦୁଇଟିରେ ବିଜେଡି ସମର୍ଥିତ ପାର୍ଥୀଙ୍କ ବାଜିମାତ।
  • ||
  • ନୂଆପଡ଼ା – ଜିଲ୍ଲା ପରିଷଦ ଜୋନ୍ ୨ ନିର୍ବାଚନ ଫଳାଫଳ ବିଜେଡ଼ି ପ୍ରାର୍ଥୀ ଅବନୀ ରଞ୍ଜନ ଯୋଶୀ ୧୦୬୨୪ ଭୋଟରେ ବିଜୟୀ
  • ||
  • ଭଦ୍ରକ: ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ମହିଳାଙ୍କୁ ଏସିଡ ମାଡ଼ ଘଟଣା, ୨୦ବର୍ଷ ପରେ ଗିରଫ ହେଲା ଅଭିଯୁକ୍ତ ସୁବାସ
  • ||
  • ବାଲେଶ୍ବର: ଯୌତୁକ ନିର୍ଯାତନା ମୃତ୍ୟୁ ଅଭିଯୋଗ ମାମଲା, ୫ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ବାଲେଶ୍ୱର ଏଡିଜେମ କୋର୍ଟ
  • ||
  • ନୀଳଗିିରି: ଓଡ଼ିଆ ପଥର କାରିଗରଙ୍କ କମାଲ୍, ରାଜସ୍ଥାନରେ ଟ୍ରାଫିକ ସମସ୍ୟା ଓ ତାର ସୁଧାର ପାଇଁ ଗାଇଲେ ଗୀତ,
  • ||
  • ରାୟଗଡା: ନାଗାବଳି ନଦୀରୁ ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ
  • ||
  • କଟକ: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ମାମଲା, ଗର୍ଭପାତ କରାଇଥିବା ଡାକ୍ତର ଦେବାଶିଷ ଘୋଷଙ୍କୁ ହାଇକୋର୍ଟରୁ ମିଳିଲା ଜାମିନ
  • ||
  • ଅନୁଗୁଳ: NTPC CISF ଯବାନଙ୍କ ଏକାଉଣ୍ଟରୁ ଟଙ୍କା ଲୁଟ ଘଟଣା, ସାଇବର ଲୁଟେରାକୁ ପଶ୍ଚିମବଙ୍ଗରୁ ଗିରଫ କଲା ପୁଲିସ୍
  • ||
  • ତାଳଚେର ଥର୍ମାଲ ବନ୍ଦ ପ୍ରସଙ୍ଗ: ଆଜି ଠାରୁ ପ୍ରତୀକ ଆନ୍ଦୋଳନ ଆରମ୍ଭ
  • ||
  • ବାଲେଶ୍ବର: ଓଡ଼ିଶା-ପଶ୍ଚିମବଙ୍ଗ ସୀମା ବିଦାଦର ସମାଧାନ ପାଇଁ ପଶ୍ଚିମବଙ୍ଗରେ ବୈଠକ
  • ||

ନକଲି ସାମଗ୍ରୀର ହବ୍‌ ପାଲଟିଛି କଟକ ସହର : ପୁଣି ଭେଜାଲ ସିମେଣ୍ଟ କାରଖାନାରେ ରେଡ୍‌, ମାଲିକ ଚମ୍ପଟ

କଟକ ୨୩।୨: କଟକର ପାଣି ପବନକୁ ବାଦ୍‌ ଦେଲେ, ପ୍ରାୟ ସବୁଥିରେ ଲାଗିଛି ନକଲି ଛାପ । ତେଲ, ଘିଅ, ଜର୍ଦ୍ଦା, ଟମାଟୋ ସସ୍‌, ଆଚାର, ଚାପତି ଭଳି ଅନେକ ନକଲି ସାମଗ୍ରୀକୁ ଟାଗେର୍ଟ କରିଛି କମିଶନରେଟ୍‌ ପୁଲିସ୍‌ । ଏସବୁ ଭିତରେ ଆଜି ପୁଣି ନକଲି କାରଖାନ ଠାବ ହୋଇଛି । ନକଲି ସିମେଣ୍ଟ କାରଖାନାରେ ଚଢାଉ କରିଛି କମିଶନରେଟ୍‌ ପୋଲିସ । ଗୋଦାମ ଘରୁ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଜବତ କରାଯାଇଛି ।

ଖବର ଅନୁଯାୟୀ, କଟକ ଜଗତପୁର ସ୍ଥିତ କେନ୍ଦ୍ରାପଡା-ଚାନ୍ଦବାଲି ରୋଡର ଖଇରା ବ୍ରିଜ ନିକଟରେ ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି । ଏଠାରେ ଅଲଟ୍ରାଟେକ ସିମେଣ୍ଟ ନାଁରେ ନକଲି କରାଖାନା କରି ବେଧଡ଼କ ବେପାର ଚାଲିଥିଲା । ବଜାରକୁ ଅପମିଶ୍ରିତ ସାମଗ୍ରୀ ମଧ୍ୟ ଛାଡୁଥିଲେ । ଯାହାର ଖବର ପାଇବା ପରେ କମିଶନରେଟ୍‌ ପୋଲିସ କଡ଼ା ନଜର ରଖିଥିଲା । ଚଢାଉ ସମୟରେ ଗୋଦାମରେ ବିପୁଳ ପରିମାଣର ଭେଜାଲ ସିମେଣ୍ଟ ଠାବ ହୋଇଛି । ଯାହାକୁ ଜବତ କରିଛି କମିଶନରେଟ୍‌ ପୋଲିସ । ତେବେ କମିଶନରେଟ୍‌ ପୋଲିସର ଚଢାଉ ସମୟରେ କାରଖାନାର ମାଲିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

କହିବାକୁ ଗଲେ ଏବେ ନକଲି ସାମଗ୍ରୀର ହବ୍‌ ପାଲଟି ଯାଇଛି କଟକ ସହର। ପୂର୍ବରୁ ନକଲି ଚାପତି, ଆଚାର, ତେଲ, ସସ୍‌, ପାନମସଲ, ସିନ୍ଥେଟିକ୍‌ ପନିର ଭଳି ଆଜି ନକଲି ଘିଅ କାରଖାନା ଠାବ କରାଯାଇଥିଲା। ଆଜି ପୁଣି ଭେଜାଲ ସିମେଣ୍ଟ କାରଖାନାରେ ରେଡ୍‌ ହୋଇଥିବା ଜଣାପଡ଼ିଛି। ତେବେ ଏହିସବୁ ଘଟଣାରେ ତଦନ୍ତ‌ ଜାରି ରଖିଛି କମିଶନରେଟ୍ ପୋଲିସ ।