ଏମିତି ଠକୁଥିଲେ ବ୍ୟାଙ୍କ ବନ୍ଧୁ, ନକଲି ଟିପ ଚିହ୍ନ ଦେଇ ଉଠାଉଥିଲେ ପଇସା

https://newsroom.unsw.edu.au/
ଶାହଜହାଁପୁର ୨୩/୨: ୟୁପିର ଶାହଜହାଁପୁର ଜିଲ୍ଲାରେ ବ୍ୟାଙ୍କ ଖାତାରୁ ନକଲି ଟିପଚିହ୍ନ ଦେଇ ଟଙ୍କା ବାହାର ମାମଲାରେ ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଏହି ଗ୍ୟାଙ୍ଗ ଗତ କିଛି ଦିନ ହେବ ସକ୍ରିୟ ଥିଲା । ଏଥିରେ ୪ ଜଣ ବ୍ୟାଙ୍କ କର୍ମଚାରୀ ମଧ୍ୟ ସାମିଲ ଥିଲେ । ସମସ୍ତଙ୍କୁ ଗିରଫ କରିଛି ପୋଲିସ । ଜିଲ୍ଲାଧିକାରୀ ଇନ୍ଦ୍ର ବିକ୍ରମ ସିଂହ କହିଛନ୍ତି ଯେ ଫେବୃୟାରୀରେ ଜଲାଲାବାଦ ତହସିଲ ଦିବସରେ ୭୫ ବର୍ଷୀୟ ଜଣେ ବୃଦ୍ଧ ଅଭିଯୋଗ କରିଥିଲେ କି ପ୍ରଧାନମନ୍ତ୍ରୀ କିଷାନ ନିଧିରେ ଆସିଥିବା ୨ ହଜାର ଟଙ୍କା କିଏ ବାହାର କରିନେଇଛି । ଏହା ପରେ ଜିଲ୍ଲାଧିକାରୀ ନିଜ ପାଖରୁ ୨ ହଜାର ଟଙ୍କା ବାହାର କରି ତାଙ୍କୁ ଦେଇ ଦେଇଥିଲେ ।
ଜିଲ୍ଲାଧିକାରୀ ସିଂହ ତହସିଲ ଦିବସରେ ସ୍ଥିତ ବ୍ୟାଙ୍କ ପ୍ରବନ୍ଧକଙ୍କୁ ସେହି ଆଇଡି ସମ୍ପର୍କରେ ପତ୍ତା ଲଗାଇବା ପାଇଁ ନିର୍ଦ୍ଦେଶ ଦେଲେ ଯେଉଁଥିରୁ ପଇସା ବାହାର କରାଯାଇଥିଲା । ଏହା ପରେ ବ୍ୟାଙ୍କ ପ୍ରବନ୍ଧକ ଯାଞ୍ଚରେ ହୁକୁମ ସିଂହ ନାମକ ଜଣେ ବ୍ୟାଙ୍କ ବନ୍ଧୁଙ୍କଠୁ ସୂଚନା ଆଣି ଜିଲ୍ଲାଧିକାରୀଙ୍କ ସାମ୍ନାରେ ପୋଲିସକୁ ପ୍ରଦାନ କଲେ । ପୋଲିସ ମହାନୀରିକ୍ଷକ ବରେଲି ଜୋନ୍ ରାଜେଶ କୁମାର ପାଣ୍ଡେ କୁହନ୍ତି କି ଜିଲ୍ଲାଧିକାରୀ ଇନ୍ଦ୍ର ବିକ୍ରମ ସିଂହଙ୍କ ପାଖକୁ ଆସିଥିବା ଅଭିଯୋଗ ସମ୍ପର୍କରେ ଜାଣିବା ପରେ ଥାନା ଜଲାଲାବାଦ ପ୍ରଭାରୀ ଜସବୀର ସିଂହଙ୍କ ନେତୃତ୍ୱରେ ଏକ ଟିମ୍ ଗଠନ ହେଲା । ଏହା ପରେ ହୁକୁମ ସିଂହଙ୍କ ସମେତ ଜଲାଲାବାଦ କ୍ଷେତ୍ରର ୪ ବ୍ୟାଙ୍କ ମିତ୍ର ଶିବରାମ, ସୁନିଲ ତ୍ରିପାଠୀ, ଗୌରବକୁ ଗିରଫ କଲା ପୋଲିସ ।
ଗ୍ଲୁ ଗନରୁ ହୋଇଥିଲା ଟିପଚିହ୍ନର କ୍ଲୋନ୍
ଅଭିଯୁକ୍ତମାନେ ଧରା ପଡିବା ପରେ ସବୁ ତଥ୍ୟ ସାମ୍ନାକୁ ଆସିଥିଲା । ସେମାନେ ଗ୍ଲୁ ଗନରେ ଟିପ ଚିହ୍ନର କ୍ଲୋନ୍ ପ୍ରସ୍ତୁତ କରି ପରେ ଫେଭିକଲରେ ଆଙ୍ଗୁଠିର ନମୁନା ପ୍ରସ୍ତୁତ କରିଦେଉଥିଲେ । ଏହା ପରେ ସରକାରୀ ଯୋଜନାରେ ଆସୁଥିବା ଗରିବଙ୍କ ପଇସା ବାହାର କରିନେଉଥିଲେ । ଏହି ମାମଲାରେ ଥାନା ଜଲାଲାବାଦରେ ୪ଟି ମାମଲା ମଧ୍ୟ ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତଙ୍କଠାରୁ କମ୍ପ୍ୟୁଟର ଗ୍ଲୁ ଗନ୍, ଟିପ ଚିହ୍ନର ନମୁନା ତଥା ମୋହର ଆଦି ଜବତ କରିଛି । ପୋଲିସ ଅଭିଯୁକ୍ତମାନଙ୍କୁ ଜେଲ୍ ପଠାଇଛି ଏବଂ ଅନ୍ୟମାନଙ୍କ ସନ୍ଧାନ ଜାରି ରହିଛି ।