ନକଲି ଜର୍ଦ୍ଦା କାରବାର ଉପରେ ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ମାଡ଼, ଛଡାଇ ନେଲେ ବୁମ୍-କ୍ୟାମେରା…

ଭଦ୍ରକ: ନକଲି ଜର୍ଦ୍ଦା କାରବାର ଉପରେ ଚଢ଼ାଉ ବେଳେ ପୋଲିସ ଓ ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି ।  ପୋଲିସ କର୍ମଚାରୀଙ୍କୁ ମାଡ଼ମାରିବା  ସହ ସାମ୍ବାଦିକଙ୍କୁ ମାଡ଼ ମାରି ମୋବାଇଲ ଭାଙ୍ଗିଲେ ଅସାଧୁ ବ୍ୟବସାୟୀ । ଘଟଣାସ୍ଥଳ ରେ ଉତ୍ତେଜନା ଦେଖାଦେଇଛି । ଭଦ୍ରକ ଜିଲ୍ଲା ପୁରୁଣାବଜାର ଥାନା ହେଲାସାହିରେ ଘଟଣା ଘଟିଛି ।

ନକଲି ଜର୍ଦ୍ଦା ତିଆରି ହେଉଥିବା ଖବର ପାଇ ଭଦ୍ରକ ପୋଲିସ ଚଢ଼ାଉ କରିଥିଲା । କିଛି ନକଲି ଜର୍ଦ୍ଦା ଓ ତିଆରି ସାମଗ୍ରୀ ଜବତ ପରେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ପୋଲିସ ଗାଡିକୁ ଧକ୍କା ମାରିବା ସହ ପୋଲିସ କର୍ମଚାରୀଙ୍କୁ ମାଡ଼ ମାରିଥିବା ସୂଚନା ମିଳିଛି । ଖବର ପାଇ କେତେକ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳକୁ ଯାଇଥିବା ବେଳେ ସାମ୍ବାଦିକଙ୍କୁ ମାଡ଼ ମାରିଥିଲେ । ପରେ ମୋବାଇଲ ଭାଙ୍ଗିବା ସହ ମୋବାଇଲ, ବୁମ ଓ ବ୍ୟାଗ ଛଡାଉ ନେଇଥିଲେ । ପରେ ଅଧିକ ପୋଲିସ ପହଞ୍ଚିବା ପରେ ମଧ୍ୟ ପୋଲିସ ଘଟଣାସ୍ଥଳରୁ ଆସିପାରିନାହିଁ । କିମ୍ବା ଜବତ ନକଲି ଜର୍ଦ୍ଦା ଓ ସାମଗ୍ରୀ ଉଦ୍ଧାର ହୋଇପାରି ନାହିଁ ।