PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜଳେଶ୍ୱର: ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଠାବ
  • ||
  • ନୟାଗଡ଼: କଟକ ଅବକାରୀ ଗୋଇନ୍ଦା ବିଭାଗ ଦ୍ବାରା ୨କିଲୋ ୩୦୦ଗ୍ରାମ ଅଫିମ ଜବତ, ଜଣେ ଗିରଫ
  • ||
  • ପୁରୀ: ଶ୍ରୀମନ୍ଦିର ସହ ଜଡ଼ିତ ୨୩ଜଣ କରୋନା ପଜିଟିଭ୍ ଚିହ୍ନଟ : ସେବାୟତଙ୍କ ସମେତ ଏକାଧିକ କର୍ମଚାରୀ ସଂକ୍ରମିତ
  • ||
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ସେନା ବାହିନୀରେ ଭର୍ତ୍ତି ପାଇଁ ପ୍ରସ୍ତୁତ କରୁଥିଲେ ଫେକ୍‌ କରୋନା ରିପୋର୍ଟ, ଗୋଟିଏ ଭୁଲ୍‌ ରାକେଟ୍‌ର କଲା ପର୍ଦ୍ଦାଫାସ୍‌

https://www.aajtak.in/

ହରିଆଣା : ସେନା ବାହିନୀରେ ଭର୍ତ୍ତି ପାଇଁ ପ୍ରସ୍ତୁତ କରାଯାଉଛି ଫେକ୍‌ କରୋନା ରିପୋର୍ଟ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏମିତି ଏକ ମାମଲା ହରିଆଣାର ଫତେହାବାଦରୁ ସାମନାକୁ ଆସିଛି । ସେନା ବାହିନୀରେ ଭର୍ତ୍ତି ପାଇଁ କରୋନାର ଡୁପ୍ଲିକେଟ୍‌ ରିପୋର୍ଟ ପ୍ରସ୍ତୁତ କରାଯାଉଛି ।

ସୂଚନା ଆଧାରରେ ଫତେହାବାଦର ରତିଆ ସହରର ଏକ ଫଟୋଷ୍ଟେଟ୍‌ର ଦୋକାନରେ କରୋନାର ଫେକ୍‌ ରିପୋର୍ଟ ତିଆରି ହେଉଥିଲା । କରୋନାର ଡୁପ୍ଲିକେଟ୍‌ ରିପୋର୍ଟ ତିଆରି କରୁଥିବା ଦୋକାନରେ ସ୍ୱାସ୍ଥ୍ୟ ବିଭାଗ ଓ ପୁଲିସ୍‌ ଟିମ୍‌ ଚଢ଼ାଉ କରିଥିଲା , ଯେଉଁଠାରୁ କରୋନା  ରିପୋର୍ଟର କିଛି ଜାଲ୍‌ କାଗଜପତ୍ର , ଲ୍ୟାପ୍‌ଟପ୍‌ ଓ ପ୍ରିଣ୍ଟର ଜବତ ହୋଇଛି ।

ଏହି ଘଟଣା ପରେ ସଂପୃକ୍ତ ବିଭାଗର ଟିମ୍‌ ଦୋକାନ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି। ପୁଲିସ୍‌ ଓ ଏବେ ସୁଦ୍ଧା ସ୍ୱାସ୍ଥ୍ୟ ବିଭାଗର ତଦନ୍ତରେ ସାମାନାକୁ ଆସିଛି କି ସେନାରେ ଭର୍ତ୍ତି ପାଇଁ ଯୁବକଙ୍କୁ କରୋନାର ନେଗେଟିଭ୍‌ ରିପୋର୍ଟ ଦିଆଯିବାର ରାକେଟ୍‌ ଚାଲୁ ଥିଲା । ୨ଜଣ ଯୁବକ ଫଟୋଷ୍ଟେଟ୍‌ର ଦୋକାନରୁ ରିପୋର୍ଟ ନେଇ ଏସ୍‌ଏମ୍‌ଓ ପାଖରେ ଦସ୍ତଖତ କରିବାକୁ ପହଞ୍ଚିଥିଲେ , କିନ୍ତୁ ସେମାନଙ୍କର ଗୋଟିଏ ଭୁଲ୍‌ ଯୋଗୁଁ ପୂରା ମାମଲାର ଖୁଲାସା ହୋଇଥିଲା। ଆଉ ଏହି ରାକେଟ୍‌ର ମୁଖା  ଖୋଲିଥିଲା ।

ଏସ୍‌ଏମ୍‌ଓ ପୁଲିସ୍‌କୁ ସୂଚନା ଦେବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । କୁହାଯାଉଛି କି  , ଜିଲ୍ଲାର ସକବା ରତିଆରେ ଏକ ଫଟୋଷ୍ଟେଟ୍‌ର ଦୋକାନରୁ ଏହି  ଫେକ୍‌ ନେଗେଟିଭ୍‌ କରୋନା ରିପୋର୍ଟ ପ୍ରସ୍ତୁତ କରି ସେନା ଭର୍ତ୍ତି ପାଇଁ ଯାଉଥିବା ଯୁବକଙ୍କୁ ଦିଆଯାଉଥିଲା । ଏହି ମାମଲା ,ସେତେବେଳେ ପଦାକୁ ଆସିଲା ଯେବେ ଫର୍ଜି କରୋନା ରିପୋର୍ଟକୁ ନେଇ ସେନାରେ ଭର୍ତ୍ତି ପାଇଁ ଯାଉଥିବା ୨ଜଣ ଯୁବକ ରତିଆ ନାଗରିକ ହସ୍ପିଟାଲର ଏସ୍‌ଏମ୍‌ଓ ଡାକ୍ତର ଭରତଙ୍କ ପାଖରେ ରିପୋର୍ଟରେ ଦସ୍ତଖତ କରିବାକୁ ପହଞ୍ଚିଥିଲେ ।  

ଏସ୍‌ଏମ୍‌ଓ ଡାକ୍ତର ଭରତଙ୍କୁ କରୋନା ରିପୋର୍ଟରେ ନକଲି ଓ ଏହା ଉପରେ ହୋଇଥିବା କାଉଣ୍ଟର ଦସ୍ତଖତ ଉପରେ ସନ୍ଦେହ ହେଲା । ଡାଃ ଭରତଙ୍କ ଅନୁସାରେ , କରୋନର ଫେକ୍‌ ରିପୋର୍ଟ ଆଣିଥିବା ଯୁବକଙ୍କ ଠାରୁ ଯେବେ ଦୃଢ଼ ଭାବେ ପଚରାଗଲା ତ ସେ ଏହି ଫଟୋଷ୍ଟେଟ୍‌ର ଦୋକାନର ଠିକଣା କହିଥିଲେ, ଯେଉଁଠି କରୋନାର ନକଲି  ରିପୋର୍ଟ ପ୍ରସ୍ତୁତ କରାଯାଉଥିଲା । ଏହାପରେ ଏହି ସୂଚନା ପୁଲିସ୍‌କୁ ଦିଆଯାଇଥିଲା ।