PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଭୁବନେଶ୍ୱରରୁ ୪ଟି ଶୋ ରୁମ୍‌ରେ ବ୍ରାଣ୍ଡେଡ୍‌ ନାମରେ ନକଲି ଟିଭି ଜବତ- ଅଧା ଦରରେ ରିହାତି ଦେଇ ବିକୁଥିଲେ

ଭୁବନେଶ୍ୱର- ରାଜଧାନୀ ଭୁବନେଶ୍ୱରରେ ନାମୀ ଦାମୀ ବ୍ରାଣ୍ଡ କହି ଠକେଇ । ଏହାପୁଣି ସୋ ରୁମ୍‌ମାନଙ୍କରେ । ଲକ୍ଷ୍ମୀସାଗର, ବଡ଼ଗଡ଼, ଏୟାରପୋର୍ଟ ଓ ମଞ୍ଚେଶ୍ବରର ଏହି ଦାମୀ ସୋ ରୁମ୍‌ରୁ ୧୨୦ଟି ଟିଭି ଜବତ କରାଯାଇଛି । ଏୟାରପୋର୍ଟ କାରର୍ଗିଲ ବସ୍ତି ଅଞ୍ଚଳର ଗଣପତି ଟିଭି ଶୋ ରୁମ ମାଲିକ ମାନସ ଜେନା,ବଡ଼ଗଡ଼ ଟଙ୍କପାଣି ରୋଡରେ ଥିବା ସାଇ ଇଲେକ୍ଟ୍ରୋନିକ୍ସର ମାଲିକ ଶିବ ପ୍ରସାଦ ସାହୁ , ଲକ୍ଷ୍ମୀସାଗର ନେତାଜୀ ମାର୍କେଟ୍ ଅଞ୍ଚଳର ଖୁସି ଇଲେଟ୍ରୋନିକ୍ସର ମାଲିକ ଟି. ପ୍ରଭାକର ରାଓ, , ଓ ମଞ୍ଚେଶ୍ବର ଇଡକୋ କଲୋନୀରେ ଥିବା ୟୁନାଇଟେଡ୍ ଇଲେକଟ୍ରୋନିକ୍ସର ମାଲିକ ସାମିନ ଖାନ ଗିରଫ ହୋଇଛନ୍ତି ।


ଏମାନେ ପାରାଦୀପ ପୋର୍ଟରୁ ଟିଭି ଆଣି ବିନା ଜିଏସ୍‌ଟିରେ ଏତେ କମ୍‌ ଦାମରେ ଟିଭି ବିକୁଥିବା କଥା ଗ୍ରାହକମାନଙ୍କୁ କହି ଠକୁଥିଲେ । ବିଦେଶରୁ ବିନା ଜିଏସ୍‌ଟିରେ ପାରିଦୀପ ପୋର୍ଟରୁ ଚୋରାରେ ଟିଭି ଆଣି ବିକୁଥିବା କଥା ଗ୍ରାହକଙ୍କୁ କହୁଥିଲେ ।

ବେଶ୍‌ ନାମୀ ଦାମୀ ବ୍ରାଣ୍ଡର ଟିଭି ବିକୁଥିଲେ । କୋଲକତା ମାର୍କେଟରୁ ନକଲି ଚୀନ୍‌ ଏବଂ ଅନ୍ୟ ନକଲି କମ୍ପାନୀ ତିଆରି କରୁଥିବା ଟିବି କିଣି ଶସ୍ତାରେ ବିକୁଥିଲେ । ପୋଲିସ ଏହାର ଅଭିଯୋଗ ପାଇବା ପରେ ସୋ ତଦନ୍ତ କରି ୧୨୦ଟି ଟିଭି ଜବତ କରି ଏମାନଙ୍କୁ ଗିରଫ କରିଛି ।