PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ଟିଭି ଡିଲରେ ୪୨୦, ବିନା ଜିଏସଟିରେ ଚାଲିଥିଲା ବେପାର , ଚଢ଼ଉ କଲା ସ୍ପେଶାଲ ସ୍କ୍ଵାଡ୍

ଭୁବନେଶ୍ଵର, ୦୧/୦୬ : ରାଜଧାନୀରେ ବିକ୍ରି ହେଉଛି ନକଲି ଟିଭି। ନାମୀଦାମୀ ବ୍ରାଣ୍ଡର କହି ଗ୍ରାହକଙ୍କୁ ଚୂନ ଲଗାଉଛନ୍ତି ସୋରୁମ ମାଲିକ। ଏହି ନକଲି ଟିଭି ବିକ୍ରି କରି ମାଲେମାଲ ହେଉଛନ୍ତି କିଛି ସୋରୁମ୍ ମାଲିକ। ଭୁବନେଶ୍ଵରରୁ ଆଜି ଏହି ଠକ ସୋରୁମ ମାଲିକଙ୍କୁ ଗିରଫ କଲା ସ୍ପେଶାଲ ସ୍କ୍ଵାଡ୍।

ସୂଚନାନୁଯାୟୀ, କୋଲକାତାରୁ ଡୁପ୍ଲିକେଟ ଟିଭି ଆଣି ଭୁବନେଶ୍ଵରରେ ଅଧା ଦାମରେ ବିକ୍ରି କରୁଥିଲେ ସୋରୁମ୍ ମାଲିକ। ଆଜି ଏହି ସୋରୁମରେ ଚଢାଉ କରି ସୋରୁମ ମାଲିକଙ୍କୁ ଗିରଫ କରିଛି ସ୍ପେଶାଲ ସ୍କ୍ଵାଡ। ତାଙ୍କ ନିକଟରୁ ୧୨୦ ନକଲି ଟିଭି ଜବତ ହୋଇଛି। ଏହି ନକଲି ଟିଭି ଗୁଡିକ ପାରାଦୀପ ପୋର୍ଟରୁ ଆଣି ବିନା ଜିଏସଟିରେ ବିକ୍ରି କରାଯାଉଥିବା କହି ଗ୍ରାହକମାନଙ୍କୁ ଠକୁଥିଲେ ଏହି ସୋରୁମ୍ ମାଲିକ। ଏପରିକି ନାମୀଦାମୀ ବ୍ରାଣ୍ଡ ଲଗାଇ ନକଲି ଟିଭି ବିକ୍ରି କରୁଥିଲେ। ତେବେ ପୋଲିସ ତାଙ୍କୁ ଗିରଫ କରି ଅଧିକ ଛାନଭିନ୍ କରୁଛି।