୪ ଲକ୍ଷ ଟଙ୍କାର ନକଲି ଜର୍ଦ୍ଦା ଜବତ କଲା ପୋଲିସ୍, ଭଡ଼ାଘରେ ଚାଲିଥିଲା କାରବାର

ଭଦ୍ରକ, ୨୫/ ୧୦: ରାଜ୍ୟରେ ପୁଣିଥରେ ଜବତ ହେଲା ନକଲି ଜର୍ଦ୍ଦା। ଭଦ୍ରକ ଟାଉନ ପୋଲିସ୍‌ ଚଢ଼ାଉ କରି ନକଲି ଜର୍ଦ୍ଦା କାରବାର ପର୍ଦ୍ଦାଫାସ କରିିଛି। ଜବତ ହୋଇଥିବା ନକଲି ଜର୍ଦ୍ଦାର ମୂଲ୍ୟ ପାଖାପାଖୀ ୪ ଲକ୍ଷରୁ ଅଧିକ ଟଙ୍କା ହେବ।

ଖବର ଅନୁଯାୟୀ, ଭଦ୍ରକ ସହରର ମୋଟେଲ ଛକ ନିକଟ ଏକ ଭଡା ଘରେ ନକଲି ଜର୍ଦ୍ଦା ଗଚ୍ଛିତ ଥିବା ଖବର ପୋଲିସକୁ ମିଳିଥିଲା। ଟାଉନ ପୋଲିସର ଏକ ଟିମ୍‌ ସେହି ଭଡା ଘର ଉପରେ ଚଢ଼ାଉ କରିଥିଲା ।ତେବେ ପୋଲିସକୁ ଚଢ଼ାଉ ସମୟରେ ବହୁ କମ୍ପାନୀର ନକଲି ଜର୍ଦ୍ଦା ମିଳିଥିଲା । ଜବତ ନକଲି ଜର୍ଦ୍ଦାର ଆନୁମାନିକ ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ତେବେ ବର୍ତ୍ତମାନ ସୁଦ୍ଧା କୌଣସି ଲୋକଙ୍କୁ ଗିରଫ କରିନାହିଁ ପୋଲିସ । ଘଟଣାରେ ଅଧିକ ତନାଘନା ଜାରି ରଖିଛି ପୋଲିସ।