PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଓଲଟିବା ପରେ ହୁତ୍‌ହୁତ୍ ହୋଇ ଜଳିଗଲା ହାଇୱା

ବଡ଼ବିଲ, ୦୫/୦୮ : ଓଲଟିବା ପରେ ହୁତ୍‌ହୁତ୍ ହୋଇ ଜଳିଗଲା ହାଇୱା। କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ନିକଟରେ ଆଜି ମଧ୍ୟାହ୍ନରେ ଏହି ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବା ବେଳେ ଡ୍ରାଇଭର କି ହେଲପର ସେଠାରେ ନଥିଲେ।

ସୂଚନାନୁଯାୟୀ, ଓଡି ୦୯ ପି ୩୩୨୬ ନଂର ଏକ ହାଇୱା ଟ୍ରକ୍ ଆଜି ମଧ୍ୟାହ୍ନରେ ଯୋଡା ଥାନା ଅନ୍ତର୍ଗତ ବାଂଶପାଣି ନିକଟରେ ପଛୁଆ ପଛୁଆ ଗଡ଼ିଯାଇ ରାସ୍ତାକଡ଼ରେ ଥିବା ଏକ ଖାଲ ଭିତରକୁ ଓଲଟି ପଡିଥିଲା। ଏହାପରେ ବିସ୍ଫୋରଣ ଘଟି ହାଇୱାରେ ନିଆଁ ଲାଗିଯାଇଥିଲା। ହାଇୱାଟି ଜଳିବା ସମୟରେ ସେଠାରେ ଡ୍ରାଇଭର କି ହେଲପର ଉପସ୍ଥିତ ନଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ହାଇୱାଟିର କ୍ୟାବିନ୍ ଓ ଇଞ୍ଜିନ୍ ପୋଡି ପାଉଁଶ ହୋଇଯାଇଛି। ତେବେ ହାଇୱାଟି ଆପେ ଆପେ ଗଡିଯାଇଥିଲା ନା ଡ୍ରାଇଭର ଦୁର୍ଘଟଣା ଘଟାଇ ସେଠାରୁ ଫେରାର୍ ହୋଇଯାଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏନେଇ ଯୋଡା ଥାନା ପୋଲିସ ଅଧିକ ତଦନ୍ତ ଚଳାଇଛି।