PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

ବାଲକୋଟ୍ ଏୟାର ଷ୍ଟ୍ରାଇକ୍ ବେଳେ ଜୈଶ କ୍ୟାମ୍ପରେ ସକ୍ରିୟ ଥିଲା ୨୮୦ ଟି ମୋବାଇଲ

ନୂଆଦିଲ୍ଲୀ,୪।୩: ଭାରତୀୟ ବାୟୁସେନା  ପାକିସ୍ତାନର ବାଲକୋଟରେ ପଶି ଏୟାର ଷ୍ଟ୍ରାଇକ୍ କରିବା ସମୟରେ ୨୮୦ ଜଣ ଆତଙ୍କବାଦୀ ନିହତ ହୋଇଥିବାର ପ୍ରମାଣ ମିଳିଛି। ନ୍ୟାସନାଲ ଟେକ୍ନିକାଲ ରିସର୍ଚ ଅର୍ଗନାଇଜେସନ୍ (ଏନଟିଆରଓ)ର ସର୍ଭିଲାନ୍ସରୁ ଜଣାପଡିଛି ଯେ , ବାଲକୋଟରେ ଏୟାର ଷ୍ଟ୍ରାଇକ ବେଳେ ୨୮୦ଟି ମୋବାଇଲ ଫୋନ ସକ୍ରିୟ ଥିଲା। ଏଥିରୁ ସ୍ପଷ୍ଟ ହେଉଛି ଭାରତୀୟ ବାୟୁସେନା ଯେଉଁ ସମୟରେ  ବାଲକୋଟ ସ୍ଥିତ ଜୈଶ-ଏ-ମହମ୍ମଦ କ୍ୟାମ୍ପ ଉପରେ ଆକ୍ରମଣ ହୋଇଥିଲା। ସେ ସମୟରେ ସେଠାରେ ୨୮୦ ଜଣ ଆତଙ୍କବାଦୀ ଉପସ୍ଥିତ ଥିଲେ।

ଏନଟିଆରଓର ସୂଚନା ଅନୁସାରେ ଏହି ବିଷୟରେ ଭାରତୀୟ ଗୁଇନ୍ଦା ବିଭାଗ (ରିସର୍ଚ ଆଣ୍ଡ ଆନାଲିସିସ୍ ଓ୍ବିଙ୍ଗ) ର’ ପକ୍ଷରୁ ସୂଚନା ଦିଆଯାଇଥିଲା। ଗୁଇନ୍ଦା ବିଭାଗ ମଧ୍ୟ ସାଟେଲାଇଟ୍ ଜରିଆରେ ବାଲକୋଟ୍ କ୍ୟାମ୍ପରେ ବହୁ ସଂଖ୍ୟାରେ ଆତଙ୍କବାଦୀ ଉପସ୍ଥିତ ଥିବାର ସୂଚନା ଦେଇଥିଲା। ଏହି ସୂଚନା ପାଇବା ପରେ ଭାରତୀୟ ବାୟୁସେନାର ମିରାଜ ଯୁଦ୍ଧ ବିମାନ ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା।

ସମ୍ବନ୍ଧିତ ଖବର