ଉଡାଣ ବେଳେ ବିମାନରେ ମିଳିବ ଓ୍ବାଇ-ଫାଇ ସୁବିଧା,ଏୟାରଲାଇନ୍ସ କମ୍ପାନୀଙ୍କୁ ଅନୁମତି ଦେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨।୩: ଉଡାଣ ବେଳେ ଏବେ ବିମାନରେ ଯାତ୍ରୀମାନେ ବ୍ୟବହାର କରିପାରିବେ ଓ୍ବାଇ-ଫାଇ ସୁବିଧା। ମୋଦି ସରକାର ଏବେ ଏୟାରଲାଇନ୍ସ କମ୍ପାନୀ ଗୁଡିକୁ ଏହାର ଅନୁମତି ପ୍ରଦାନ କରିଛନ୍ତି। ଭାରତରେ ବିମାନ ଯାତ୍ରା ସମୟରେ ବିମାନରେ ଓ୍ବାଇ-ଫାଇଲ ସେବା ପ୍ରଦାନ କରିବାର ଘୋଷଣା ଗତ ମାସ ଟାଟା ଗ୍ରୁପର କମ୍ପାନୀ ନାଲକୋ ଓ ପାନାସୋନିକ୍ ଏଭିୟୋନିକ୍ସ କର୍ପୋରେସନ କରିଥିଲେ। ସେତେବେଳେ କୁହାଯାଇଥିଲା ଯେ, ଭିସ୍ତାରା ଏୟାରଲାଇନ୍ସ ସହିତ ଏହି ସେବାର ଆରମ୍ଭ କରାଯିବ। ଉଲ୍ଲେଖନୀୟ ଯେ, ଭିସ୍ତାରା ଟାଟା ଗ୍ରୁପ ଓ ସିଙ୍ଗାପୁର ଏୟାରଲାଇନ୍ସର ମିଳିତ କମ୍ପାନୀ ଅଟେ।

ଏହାକୁ ନେଇ ନାଲକୋ ପ୍ରବନ୍ଧନ ନିର୍ଦେଶକ ଏବଂ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ(ସିଇଓ) ପିଜି ନାଥ କହିଛନ୍ତି, ଆମେ ଏହା କହି ଉତ୍ସାହିତ ଯେ, ନାଲକୋ ଦେଶରେ ଦୀର୍ଘ ସମୟରୁ ପ୍ରତିକ୍ଷୀତ ଉଡାଣ ବ୍ରଡବ୍ୟାଣ୍ଡ ସେବାର ଶୁଭାରମ୍ଭ କରୁଛି। ଭିସ୍ତାରା ଏହି ସେବା ସମ୍ପର୍କିତ ପ୍ରଥମ ଏୟାରଲାଇନ୍ସ କମ୍ପାନୀ।’ ଏହା ସହିତ ସେ କହିଛନ୍ତି, ନାଲକୋ ଏ ସମ୍ପର୍କିତ ପାନାସୋନିକ୍ ଏଭିୟୋନିକ୍ସ କର୍ପୋରେସନର ଏକ ଅନୁଷଙ୍ଗି ସହିତ ପାର୍ଟନରସିପ୍ କରିଛି। ଉଲ୍ଲେଖନୀୟ ଯେ, ଡିସେମ୍ବର ୨୦୧୯ରେ ଖବର ଆସିଥିଲା ଯେ, ଭିସ୍ତାରାରେ ଜାନୁଆରୀରୁ ଯାତ୍ରୀଙ୍କୁ ଇନ୍-ଫ୍ଲାଇଟ୍ କନେକ୍ଟିଭିଟି ମିଳିବାକୁ ଲାଗିବ।

ନେଲକୋ ଏକ ଭିସେଟ୍ ସେବା ପ୍ରଦାନ କରୁଥିବା କମ୍ପାନୀ, ଯାହାର ସରକାରଙ୍କଠାରୁ ଭିସେଟ୍ ଲିଙ୍କ ମିଳିଯାଇଛି। ମୋଦି ସରକାର ଭିସ୍ତାରାକୁ ସ୍ପେକ୍ଟ୍ରମ ମଧ୍ୟ ଦେଇଥିଲେ। ଡାଟା ମିଳିବା ଦ୍ବାରା ଯାତ୍ରୀ ହ୍ବାଟସଆପ୍ ଭଳି ଆପର ବ୍ୟବହାର ଫୋନ୍ କଲ କରିବା ପାଇଁ କରିପାରନ୍ତି। ମଇ ୨୦୧୮ରୁ ପ୍ରଥମ ଭାରତୀୟ ବିମାନ କ୍ଷେତ୍ରରେ ଉଡୁଥିବା ପ୍ରତ୍ୟେକ ବିମାନକୁ ଡାଟା କିମ୍ବା ଫୋନ୍ ସେବାର ମଞ୍ଜୁରୀ ନଥିଲା। ଯାତ୍ରା ସମୟରେ ଯାତ୍ରୀଙ୍କୁ ନିଜର ମୋବାଇଲ ଫୋନ୍ ବନ୍ଦ କରିବା କିମ୍ବା ପରେ ଫ୍ଲାଇଟ୍ ମୋଡରେ ରଖିବାକୁ ପଡୁଥିଲା। ଏହି ନିମୟ ବିଦେଶରୁ ଆସୁଥିବା ବିମାନ ଉପରେ ମଧ୍ୟ ଲାଗୁ କରାଯାଉଥିଲା, ତେବେ କିନ୍ତୁ ଏବେ ଦୂରସଞ୍ଚାର ବିଭାଗ ପୂର୍ବରୁ ଲାଗିଥିବା ରୋକକୁ ହଟାଇ ଦେଇଛି।

ତେବେ ଓ୍ବାଇ-ଫାଇ ବ୍ୟବହାର କରିବା ନେଇ ମଧ୍ୟ କିଛି ସର୍ତ୍ତ ରହିଛି, ଯାହାକୁ ଯାତ୍ରୀ ପାଳନ କରିବେ। ଯେପରି ଯାତ୍ରା ସମୟରେ ଯାତ୍ରୀଙ୍କୁ ଇଲୋଟ୍ରୋନିକ୍ସ ଡିଭାଇସ୍, ଯେପରିକି ଲାପଟପ୍, ଟାବଲେଟ୍, ସ୍ମାର୍ଟଫୋନ୍, ସ୍ମାର୍ଟଓ୍ବାଚ୍, ଇ-ରିଡର ଆଦିକୁ ‘ଫ୍ଲାଇଟ୍’ କିମ୍ବା ‘ଏରୋପ୍ଲେନ ମୋଡ’ରେ ରଖିବାକୁ ପଡିବ। ନୋଟିଫିକେସନରେ ଏହା କୁହାଯାଇଛି ଯେ, ଉଡାଣ ବେଳେ  ୱାଇ-ଫାଇ କେବଳ ସେତେବେଳେ ବ୍ୟବହୃତ ହେବ, ଯେତେବେଳେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏଥିପାଇଁ ବିମାନ ଯାଞ୍ଚ କରି ସାରିଥିବେ।

   ସମ୍ବନ୍ଧିତ ଖବର


ପୁଣି ଲଜ୍ଜା: ମନ୍ଦିର ପରିସରରେ ଖେଳୁଥିବା ନାବାଳିକାକୁ ପୂଜାରୀ କଲା ଦୁଷ୍କର୍ମ

ମିଗ୍-୨୯କେ ଟ୍ରେନର ବିମାନ ଦୁର୍ଘଟଣାଗ୍ରସ୍ତ, ପାଇଲଟ୍ ନିଖୋଜ

ଜାଣନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମର ପୁଟିନଙ୍କ ଏହି ସୁନ୍ଦରୀ ଗର୍ଲଫ୍ରେଣ୍ଡଙ୍କ ଦରମା କେତେ ?

ଗୁଜରାଟର ଏକ କୋଭିଡ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ, ଶ୍ବାସରୁଦ୍ଧ ହୋଇ ୬ ଜଣ ରୋଗୀଙ୍କ ମୃତ୍ୟୁ…

ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ