ସରକାରଙ୍କ ବିରୋଧରେ ବିକ୍ଷୋଭ କରିବାକୁ ଆସିଥିଲେ କଂଗ୍ରେସ ନେତା, ହେଲେ ପରସ୍ପର ମଧ୍ୟରେ ହୋଇଗଲା ହାତାହାତି

ନୂଆଦିଲ୍ଲୀ,୧୧।୫: ତେଲେଙ୍ଗାନାରେ ଇଣ୍ଟରମିଡିୟଟ ପରୀକ୍ଷାରେ ଫଳରେ ଅବ୍ୟବସ୍ଥା ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବିରୋଧୀ ଦଳର ବିକ୍ଷୋଭ କରିବାକୁ ଯାଇଥିଲେ। କିନ୍ତୁ ସେଠାରେ ପହଁଞ୍ଚିବା ପରେ ଏଭଳି କିଛି ପରିସ୍ଥିତି ସୃଷ୍ଟି ହୋଇଥିଲା ଯେ, ଦୁଇଜଣ କଂଗ୍ରେସ ନେତାଙ୍କ  ମଧ୍ୟରେ ହୋଇଯାଇଥିଲା ହାତହାତି। ସେମାନେ ହେଲେ ଭି. ହନୁମନ୍ଥା ରାଓ ଏବଂ ନାଗେଶ ମୁଦିରାଜ। ବହୁ କଷ୍ଟରେ ଦଳର ଅନ୍ୟ ନେତାମାନେ ଦୁହିଁଙ୍କୁ ଅଲଗା କରି ପରିସ୍ଥିତି ଶାନ୍ତ କରିଥିଲେ। ଏବେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଲୋକମାନେ ଏହାକୁ ନେଇ ବିଭିନ୍ନ ପ୍ରକାର କମେଣ୍ଟ ଦେଉଛନ୍ତି।

ରିପୋର୍ଟ ଅନୁସାରେ ହାତାହାତି ହେବା ଘଟଣା ବସିବାକୁ ନେଇ ହୋଇଥିଲା। ଏହି ଧାରଣା ପ୍ରଦର୍ଶନର ଆୟୋଜନ କେ. ଚନ୍ଦ୍ରଶେଖର ରାଓ୍ବଙ୍କ ତେଲେଙ୍ଗାନା ରାଷ୍ଟ୍ର ସମିତି ସରକାରଙ୍କ ବିରୋଧରେ ବିକ୍ଷୋଭ କରିବାକୁ ବିରୋଧୀ ଦଳର(ବାମପନ୍ଥୀ, ତେଲଗୁ ଦେଶମ ପାର୍ଟୀ, କଂଗ୍ରେସ ଏବଂ ଅନ୍ୟ ଦଳ) ନେତାଙ୍କ ଦ୍ବାରା କରାଯାଇଥିଲା। ଏହି ସମୟରେ ହାତାହାତି ଘଟଣା ଘଟିଥିଲା। ଯାହାକି ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଳେଖନୀୟ ଯେ, ହନୁମନ୍ତ ରାଓ କେନ୍ଦ୍ର ସରକାରରେ ମନ୍ତ୍ରୀ ଓ ଆନ୍ଧ୍ରପ୍ରଦେଶ କଂଗ୍ରେସ  ୟୁନିଟର ଅଧ୍ୟକ୍ଷ ମଧ୍ୟ ରହିସାରିଛନ୍ତି। ଉଲ୍ଳେଖନୀୟ ଯେ ଏଥର ତେଲେଙ୍ଗାନା ବୋର୍ଡ ଦ୍ବାରା ପରିଚାଳିତ ଇଣ୍ଟରମିଡିୟଟ ପରୀକ୍ଷାରେ ଗଡବଡ ହୋଇଥିବାର ଅଭିଯୋଗ ହୋଇଥିଲା। ଏହାକୁ ନେଇ ସାରା ରାଜ୍ୟରେ ଧାରଣା ପ୍ରଦର୍ଶନ ବଢିଯାଇଛି। ଗତ ଶୁକ୍ରବାର ଅଭିଯୋଗ ହୋଇଥିଲା ଏହି କାରଣରୁ ୨୫ ଜର ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି।

   ସମ୍ବନ୍ଧିତ ଖବର


ନାଗାଲାଣ୍ଡର ଏହି ଗାଁରେ ହୀରା ମିଳିବା ଖବର ପରେ ପାହାଡ ଖୋଳିଦେଲେ ଗ୍ରାମବାସୀ

‘ନିବାର’ ବାତ୍ୟା ଯୋଗୁ ବେଳାଭୂମିରେ ଜମା ହେଲା ସୁନା, କଥା ପ୍ରଚାର ହେବା ପରେ ସୁନାର ସନ୍ଧାନ ପାଇଁ ଲାଗିଲା ପ୍ରବଳ ଭିଡ଼

ଶାଳୀକୁ ନେଇ ଫେରାର ହେଲା ଭିଣୋଇ, ଧରା ପଡିବା ପରେ ବିଷ ପିଇଲେ ଯୁବତୀ

ଦେଶର ସୀମାରେ ବଡ଼ ବିପଦ, ଆତଙ୍କବାଦୀଙ୍କ ଅନୁପ୍ରବେଶ ଚେଷ୍ଟା ଜାରି – ସେନା ମୁଖ୍ୟ

କରୋନା ଟିକା ଆସିବାର ତିନିରୁ ୪ ସପ୍ତାହ ମଧ୍ୟରେ ସମସ୍ତଙ୍କୁ ଟିକା ଦେବେ ଏହି ରାଜ୍ୟର ସରକାର

ନକଲି ରେଳ ଟିକେଟକୁ ସାବଧାନ- ମାତିଛନ୍ତି ଏ ପ୍ରକାରର ଦଲାଲ