PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜୟପୁର: ଜୟପୁର ସବ୍ ଜେଲରେ ରେଡ୍, ଏସ୍‌ପି ଓ ଉପ ଜିଲ୍ଲାପାଳ ସାମିଲ
  • ||
  • ଆଇପିଏଲ-୧୪: ଆଜି ଖେଳାଯିବ ଦୁଇଟି ମ୍ୟାଚ୍, କୋହଲି-ମୋର୍ଗାନ ଓ ରାହୁଲ-ପନ୍ଥ ମଧ୍ୟରେ ଲଢେ଼ଇ
  • ||
  • ଭୁବନେଶ୍ୱର : ବଦଳିଲା ମୋ ବସ୍‌ ଚଳାଚଳ ସମୟ। ଏଣିକି ସକାଳ ୭ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଚଳାଚଳ କରିବ ମୋ ବସ୍
  • ||
  • ଭୁବନେଶ୍ୱର: ରମାଦେବୀ ଛାତ୍ରୀନିବାସରୁ ୪ ଛାତ୍ରୀ କରୋନା ପଜିଟିଭ୍, ୧୯ ତାରଖ ପୂର୍ବରୁ ହଷ୍ଟେଲ ଛାଡ଼ିବାକୁ ନିର୍ଦ୍ଦେଶ ‌
  • ||
  • ରାଜ୍ୟକୁ ପୁଣି ଫେରିବ ତାତି, ସପ୍ତାହେ ପର୍ଯ୍ୟନ୍ତ ଛଟପଟ କରିବ ଗ୍ରୀଷ୍ମ ପ୍ରକୋପ
  • ||

କୋଲକାତାରେ ମହିଳାଙ୍କୁ ଦୁଷ୍କର୍ମ ପରେ ହତ୍ୟା ମାମଲା: ପାରାଦୀପରୁ ଅଭିଯୁକ୍ତକୁ ଗିରଫ କଲା ପୁଲିସ

ପାରାଦୀପ,୦୯/୦୩: କୋଲକାତାରେ ମହିଳାଙ୍କୁ ଦୁଷ୍କର୍ମ ଓ ହତ୍ୟା କରିବା ପରେ ପାରାଦୀପରେ ଲୁଚିଥିବା ଜଣେ ଅଭିଯୁକ୍ତକୁ କୋଲକାତା ପୁଲିସ ଗତକାଲି ସନ୍ଧ୍ୟାରେ ଗିରଫ କରିଛି । ଗିରଫ ଅଭିଯୁକ୍ତକୁ ଏବେ ପାରାଦୀପ ଲକ୍‌ ଥାନା ପୁଲିସ ପଚରାଉଚୁରା କରାଯାଇଛି । ପାରାଦୀପରୁ କୋଲକାତା ପୁଲିସ ଗିରଫ କରିବା ମାସକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା ହୋଇଥିବା ବେଳେ ଏଭଳି ଜଘନ୍ୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ କେଉଁଠି ଓ କିଭଳି ଭାବେ ଆଶ୍ରୟ ନେଇଥିଲା ତାକୁ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି।

ସୂଚନା ମୁତାବକ କୋଲକାତା ନର୍ଥ ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ହେମନଗର କୋଷ୍ଟାଲ୍‌ ଥାନା ଅଧୀନସ୍ଥ ଯୋଗେଶଗଞ୍ଜ ଗ୍ରାମର ସନ୍ଧ୍ୟା ମଣ୍ଡଳ(୨୬) ନାମକ ମହିଳାଙ୍କର ଗଳିତ ଶବ ଗତ ଜାନୁଆରୀ ମାସ ୬ ତାରିଖରେ ଯୋଗେଶଗଞ୍ଜ ପାଖରେ ଉଦ୍ଧାର ହୋଇଥିଲା । ସନ୍ଧ୍ୟା ମଣ୍ଡଳଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ ପାଇଥିଲା । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସେହି ଗ୍ରାମର ସୁନିଲ ମଣ୍ଡଳ(୩୦) ଘଟଣା ପରଠୁ ଫେରାର ଥିଲା । ପୁଲିସ ତାକୁ ଯେତେ ଖୋଜିଲେ ବି ପାଉନଥିଲା । ହେଲେ ଆଜି ହେମନଗର କୋଷ୍ଟାଲ ଥାନା ପୁଲିସର ଏକ ୫ ଜଣିଆ ଟିମ୍‌ ମାମଲାର ତଦନ୍ତକାରୀ ଅଫିସର୍‌ ଏସ୍‌ଆଇ ଦୀପକ ଦେଙ୍କ ନେତୃତ୍ୱରେ ପାରାଦୀପରେ ପହଞ୍ଚିଥିଲା । ମାମଲାର ଅଭିଯୁକ୍ତ ସୁନିଲ ମଣ୍ଡଳ ପାରାଦୀପ ଲକ୍‌ ଥାନା ଅନ୍ତର୍ଗତ ଜର୍ଦ୍ଦାରୀପଡ଼ାରେ ଏକ ଯାଗାରେ ବସି ତାସ୍‌ ଖେଳୁଥିବା ବେଳେ ପୁଲିସ ତାକୁ କାବୁ କରିଥିଲା । ଲକ୍‌ ଥାନା ପୁଲିସ ଖବର ପାଇବା ପରେ ସମସ୍ତଙ୍କୁ ଥାନାକୁ ନେଇ ପରାଉଚୁରା କରୁଥିବା ଜଣାପଡ଼ିଛି ।

ମନଗର କୋଷ୍ଟାଲ୍‌ ଥାନାର ହୋଇଥିବା ମାମଲାରେ ସୁନିଲ ବିରୋଧରେ ୩୭୬ ଓ ୩୦୨ ଦଫା ରହିଛି । ଆଜି କୋଭିଡ୍‌ ପରୀକ୍ଷା ପରେ ତାକୁ କୋଲକାତା ପୁଲିସକୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି । ହେଲେ ମାସକ ମଧ୍ୟରେ କୋଲକାତାରେ ଅପରାଧ ଘଟାଇଥିବା ଦୁଇଜଣ ଅପରାଧୀଙ୍କୁ କୋଲକାତା ପୁଲିସ ପାରାଦୀପରୁ ଗିରଫ କରିବା ପରେ ଚିନ୍ତା ବଢିଛି। ଅପରାଧ ଘଟାଇବା ପରେ ଅପରାଧୀମାନେ ପାରାଦୀପକୁ ଆଶ୍ରୟସ୍ଥଳୀ ଭାବେ ବାଛିନେଉଛନ୍ତି । ଏଥିରୁ ପାରାଦୀପ ଅଞ୍ଚଳରେ ପୁଲିସର ଡ଼ୋର ଢିଲା ଥିବା ଭଳି ମନେହେଉଛି। ପାରାଦୀପରେ ରହୁଥିବା ବଙ୍ଗଳାଭାଷୀଙ୍କ ଉପରେ କଡ଼ା ନଜର ଦେବାକୁ ସାଧାରଣରେ ଦାବି ହେଉଛି ।