PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ଦୁଷ୍କର୍ମ ପରେ ସିଗାରେଟ୍‌ ଚେଙ୍କ ଦେଲେ ଦୁର୍ବୃତ୍ତ- ମାମଲା ରୁଜୁ କଲା ପୁଲିସ

ଗୋରଖପୁର- ପୁଣି ଉତ୍ତରପ୍ରଦେଶର ଗୋରଖପୁରରେ ଏକ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ସହ ଅକଥନୀୟ ଅତ୍ୟାଚାର କରିଥିବା ଘଟଣା ସାମ୍ନାକୁ ଆସିଛି । ଇଟା ଭାଟ୍ଟିରେ କାମ କରୁଥିବା ଏକ ନାବାଳିକାକୁ ଗଣ ଦୁଷ୍କର୍ମ କରିବା ପରେ ଦୁର୍ବୃତ୍ତମାନେ ସିଗାରେଟ୍‌ ଚେଙ୍କ ଦେଇଥିବା ଘଟଣା ସାମ୍ନାକୁ ଆସିଛି । ପୀଡିତାର ମାଆଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରିବା ସହ ଏବେ ଦୁର୍ବୃତ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି ।

ରବିବାରରେ ଏହି ନାବାଳିକା ଜଣଙ୍କ ନଳକୂପରୁ ରାତିରେ ପାଣି ଆଣିବା ପାଇଁଯାଇଥିଲେ । ଏହି ସମୟରେ ମଟରସାଇକେଲ୍‌ରେ ଦୁଇ ଜଣ ଦୁର୍ବୃତ୍ତ ଆସି ତାଙ୍କୁ ପାଟି ବନ୍ଦ କରି ନିକଟସ୍ଥ ଏକ ଘର ଭିତରକୁ ଟେକି ନେଇଥିଲେ । ସେଠାରେ ଦୁଷ୍କର୍ମ କରିବା ପରେ ତାଙ୍କୁ ସିଗାରେଟ୍‌ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି । ଏହାପରେ ପୀଡିତା ଚେତାଶୂନ୍ୟ ହୋଇଯିବାରୁ ସେଠାରେ ତାଙ୍କୁ ଛାଡି ଚାଲିଯାଇଥିଲେ ।

ପରେ ପରିବାର ଲୋକ ଖୋଜା ଖୋଜି କରି ପୀଡିତାଙ୍କୁ ପାଇଥିଲେ । ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ଭର୍ତ୍ତୀ କରାଯାଇଥିଲା । ପୀଡିତାଙ୍କ ମାଆଙ୍କ ବୟାନ ଅନୁସାରେ ପୁଲିସ ମାମଲା ରୁଜୁ କରିଛି । ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢଉ ଜାରି କରିଥିବା ବେଳେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୋରଖପୁର ଏସ୍‌ପି ସୁନୀଲ କୁମାର ଗୁପ୍ତା ସୂଚନା ଦେଇଛନ୍ତି ।