ପାକିସ୍ତାନରେ ଏବେ ଦୁଷ୍କର୍ମକାରୀଙ୍କୁ କରାଯିବ ନପୁଂସକ,ଏହି ସବୁ ଦେଶରେ ଦିଆଯାଏ ଅତି ଭୟଙ୍କର ଦଣ୍ଡ

ନୂଆଦିଲ୍ଳୀ, ୨୫।୧୧:  ନିର୍ଭୟା ଗଣଦୁଷ୍କର୍ମ ମାମଲା ପରେ ସାରା ଦେଶରେ ଦୁଷ୍କର୍ମକାରୀଙ୍କୁ ଫାଶୀ ଦିଆଯିବା ସ୍ଥାନରେ ନପୁଂସକ କରିବାକୁ ଦାବି କରାଯାଇଥିଲା। ତେବେ ସରକାର ଓ ସିଭିଲ ସୋସାଇଟି ଏହାକୁ ମାନବିକତାର ବିରୋଧ ବୋଲି କହି ମନା କରିଦେଇଥିଲେ। ଭାରତରେ ଗଣଦୁଷ୍କର୍ମ ଭଳି ଜଘନ୍ୟ ଅପରାଧ ପାଇଁ ଜେଲ୍ ଓ କିଛି ମାମଲାରେ ଫାଶୀ ଦଣ୍ଡର ବ୍ୟବସ୍ଥା ରହିଛି। ଏହି କାରଣରୁ ନିର୍ଭୟା ଦୋଷୀଙ୍କୁ ଫାଶୀ ଦିଆଯାଇଥିଲା। କିନ୍ତୁ କ’ଣ ଆପଣଙ୍କୁ ଜଣାଅଛି କି ବହୁ ଦେଶରେ ଦୁଷ୍କର୍ମ ଦୋଷୀଙ୍କୁ ନପୁଂସକ କରିବା ପାଇଁ ପ୍ରାଇଭେଟ୍ ପାର୍ଟ କାଟିବା କିମ୍ବା ମୁଣ୍ଡକୁ ଗୁଳି କରିବା ଭଳି ଦଣ୍ଡର ଦିଆଯିବାର ନିୟମ ରହିଛି।

ଆମର ପଡୋଶୀ ଦେଶ ପାକିସ୍ତାନରେ ଦୁଷ୍କର୍ମକୁ ନେଇ ନୂଆ ଆଇନ ତିଆରି କରାଯାଇଛି, ଯାହାକୁ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖା୍ ମଧ୍ୟ ସିଦ୍ଧାନ୍ତିକ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହା ଅନୁସାରେ, ଯଦି ସେଠାରେ କେହି ବ୍ୟକ୍ତି ଦୁଷ୍କର୍ମ କରନ୍ତି ଓ ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି ତାଙ୍କୁ ସର୍ଜିକାଲ କିମ୍ବା କେମିକାଲ ପ୍ରଣାଳୀରେ ନପୁଂସକ କରିଦିଆଯିବ। ସେଭଳି ଉତ୍ତର କୋରିଆରେ ଦୁଷ୍କର୍ମକାରୀଙ୍କୁ ସିଧାସଳଖ ଭାବରେ ମୁଣ୍ଡ ଗୁଳି ମାରିଦେବାର ଦଣ୍ଡ ଦିଆଯାଇଥାଏ। ଏହି କାମ ସାର୍ବଜନୀନ ସ୍ଥାନରେ କରାଯାଇଥାଏ।

ସାଉଦି ଆରବରେ ଦୁଷ୍କର୍ମକୁ ନେଇ ଖୁବ୍ କଡା ଆଇନ ରହିଛି। ସେଭଳି ଇସଲାମିକ୍ ଆଇନ ସରିୟା ହିସାବରେ ଦୋଷୀଙ୍କୁ ଦଣ୍ଡ ଦିଆଯାଇଥାଏ। ଯଦି କୌଣସି ବ୍ୟକ୍ତି ଦୁଷ୍କର୍ମ ମାମଲାରେ ଅପରାଧୀ ସାବ୍ୟସ୍ତ ହୁଅନ୍ତି ତେବେ ଅପରାଧୀଙ୍କୁ ଫାଶି ଦେବା, ମୁଣ୍ଡ କାଟିବା ସହିତ ତାଙ୍କର ପ୍ରାଇଭେଟ୍ ପାର୍ଟକୁ କାଟିବା ଦଣ୍ଡ ଦିଆଯାଇଥାଏ। ଏହି ଦେଶରେ ମଧ୍ୟ ଅପରାଧୀଙ୍କୁ ମୃତ୍ୟୁ ଦଣ୍ଡ ଦେବାର ନିୟମ ରହିଛି। ପୋଲାଣ୍ଡରେ ଦୁଷ୍କର୍ମ ଦୋଷୀଙ୍କୁ ନପୁଂସକ କରିବାର ସଜା ଦିଆଯାଇଥାଏ। ତେଣୁ ସେଠାରେ ଏକ ଆଇନ ତିଆରି କରାଯାଇଛି, ଯାହା ଅନୁସାରେ ଦୋଷୀଙ୍କୁ କେମିକାଲ କିମ୍ବା ସର୍ଜିକାଲ ପଦ୍ଧତିରେ ନଂପୁସକ କରିଦିଆ ଯାଇଥାଏ।

ଚୀନରେ ଦୁଷ୍କର୍ମ ଦୋଷୀଙ୍କୁ ଫାଶୀ ଦଣ୍ଡ ଦେବାର ନିୟମ ରହିଛି। ଚୀନରେ ଏହି ଅପରାଧ ପାଇଁ ଖୁବ୍ ଶୀଘ୍ର ଦୋଷୀଙ୍କୁ ଫାଶୀରେ ଚଢାଯାଇଥାଏ। ଏହି ସମୟରେ ଟ୍ରାଏଲ ମଧ୍ୟ କମ୍ ହିଁ ହୋଇଥାଏ ଓ ସିଧା ସଳଖ ମେଡିକାଲ ଟେଷ୍ଟରେ ଦୁଷ୍କର୍ମ ହୋଇଥିବା ନେଇ ଜଣାପଡିଲେ ଫାଶୀ ଦିଆଯାଇଥାଏ। ତେବେ ବହୁବାର ସେଠାରେ ଏହି କାରଣରୁ ନିର୍ଦୋଷଙ୍କୁ ମଧ୍ୟ ସଜା ମିଳିଯାଇଥାଏ, କିନ୍ତୁ ପରେ ସତ କଥା ଜଣାପଡିଥାଏ।

ଇସଲାମିକ୍ ଦେଶ ଇରାକରେ ମଧ୍ୟ ଦୁଷ୍କର୍ମକାରୀଙ୍କୁ ଏଭଳି ସଜା ଦିଆଯାଇଥାଏ, ଯାହାଦ୍ବାରା ଏ ବିଷୟରେ ଭାବୁଥିବା ଲୋକଙ୍କର ଆତ୍ମା ମଧ୍ୟ ଥରିଉଠିବ। ସେଠାରେ ଦୁଷ୍କର୍ମକାରୀଙ୍କୁ ପଥର ମାରି ହତ୍ୟା କରାଯାଇଥାଏ। ଅପରାଧୀକୁ ସେ ପର୍ଯ୍ୟନ୍ତ ପଥର ମାଡ କରାଯାଇଥାଏ, ଯେଉଁ ପର୍ଯ୍ୟନ୍ତ ସେ ମରିଯାଇ ନଥାନ୍ତି। ଏଭଳି ସେଥିପାଇଁ କରାଯାଇଥାଏ, ଯାହାଫଳରେ ଯେପରି ସହଜରେ ତା’ର ମୃତ୍ୟୁ ହୋଇନପାରିବ।

ଇଣ୍ଡୋନେସିଆରେ ଦୁଷ୍କର୍ମକାରୀଙ୍କୁ ନପୁଂସକ କରିବାର ଦଣ୍ଡ ଦିଆଯାଇଥାଏ। ବହୁବାର ଅପରାଧୀଙ୍କ ପ୍ରାଇଭେଟ୍ ପାର୍ଟ କାଟିବାର ସଜା ଦିଆଯାଇଥାଏ। ଆମେରିକାରେ ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଆଜୀବନ ସଜା ଦିଆଯାଇଥାଏ, କିନ୍ତୁ କାର୍ଲିଫର୍ଣ୍ଣିଆ, ଫ୍ଲୋରିଡା, ଜର୍ଜିଆ,ଲୋଭା, ଲୁସିୟାନା, ମୋନଟାନା, ଅରେଗାନ୍, ଟେକ୍ସସାସ୍ ଭଳି କିଛି ଏଭଳି ସ୍ଥାନ ରହିଛି, କିନ୍ତୁ କେମିକାଲ ଓ ସର୍ଜିକାଲ ପ୍ରଣାଳୀରେ ନପୁଂସକ କରିବାର ଦଣ୍ଡ ଦିଆଯାଇଥାଏ।