ଡଚ୍‌ ଅଲିମ୍ପିଆନ୍‌ ମାଡି ଗାଫୁରଙ୍କୁ ଜେଲ୍‌ ଦଣ୍ଡ

କ୍ଲିଭ୍‌, ୭/୧୧: ନେଦରଲାଣ୍ଡ୍‌ସର ମହିଳା ଆଥ୍‌ଲେଟ୍‌ ମାଡି ଗାଫୁରଙ୍କୁ ନିଷିଦ୍ଧ ଡ୍ରଗ୍ସ ଚାଲାଣ ମାମଲାରେ ଦଣ୍ଡିତ କରାଯାଇଛି । ୨୭ବର୍ଷିୟ ଗାଫୁର ଗତ ରିଓ ଅଲିମ୍ପିକ୍ସରେ ନେଦରଲାଣ୍ଡ୍‌ସ ୪ଗୁଣା ୪୦୦ ମିଟର ରିଲେ ଦଳର ସଦସ୍ୟା ରହିଥିଲେ । ଗତ ଜୁନ୍‌ ମାସରେ ଜର୍ମାନୀରେ ଗାଫୁରଙ୍କ କାର୍‌ରୁ ୧୧୦ପାଉଣ୍ଡ ଓଜନର ମେଥାମ୍ଫେଟାମିନ୍‌ ନାମକ ଏକ ନିଷିଦ୍ଧ ଡ୍ରଗ୍‌ ଜବତ କରାଯାଇଥିଲା । କ୍ଲିଭ୍‌ ନ୍ୟାୟପାଳିକା ଏହି ମାମାଲାର ଶୁଣାଣି କରି ଗାଫୁରଙ୍କୁ ୮ବର୍ଷ ୬ ମାସ ଜେଲ୍‌ ଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି । ଡ୍ରଗ୍‌କୁ ଶକ୍ତିବର୍ଦ୍ଧକ ଭାବେ ବ୍ୟବହାର କରିବା ପାଇଁ ସେ ସାଙ୍ଗରେ ନେଉଥିବା ସ୍ୱୀକାର କରିଥିଲେ ବୋଲି କୋର୍ଟ ଦର୍ଶାଇଛନ୍ତି ।

   ସମ୍ବନ୍ଧିତ ଖବର


ଭାରତର ମହାନ କ୍ରିକେଟରଙ୍କର ନାମରେ ରଖାଗଲା ବୁଢିଆଣୀର ନୂଆ ପ୍ରଜାତିର ନାମ, ଜାଣିବା ପରେ ଆଶ୍ଚର୍ଯ୍ୟ ହେବେ

ବିବାହ ପାଇଁ ମହିଳା ଆଥଲେଟଙ୍କୁ ଚାପ୍ ପକାଉଥିଲେ କୋଚ୍,ନଶୁଣିବାରୁ ବନ୍ଧୁକ ଆଣି…

ଡାଇପର ପିନ୍ଧି ଦେଖନ୍ତୁ କିଭଳି ଯୋରଦାର ବ୍ୟାଟିଂ କରୁଛି ଏହି ପିଲା, ସୋସିଆଲ ମିଡିଆରେ ଲୋକ କହିଲେ- ଲିଟିଲ ତେନ୍ଦୁଲକର

କଟକରେ ଏସୀୟ କୁସ୍ତି ଚାମ୍ପିଅନ୍‌ସିପ୍‌ ପାଇଁ ଭିତ୍ତିଭୂମି ଯାଞ୍ଚ୍‌ କଲେ ବିଶ୍ୱ ଓ ଭାରତୀୟ କୁସ୍ତି ସଂଘ କର୍ମକର୍ତ୍ତା