PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

୧୦୦, ୨୦୦ ମିଟରରେ ଟୋକିଓରେ ଦୌଡ଼ିବେ ଦୂତି- ବିଶ୍ୱ ମାନ୍ୟତା ଅନୁସାରେ ହାସଲ କରିଛନ୍ତି ଯୋଗ୍ୟତା

  • .୦୨ ସେକେଣ୍ଡରୁ ଟୋକିଓ ଟାଇମିଂରୁ ବଞ୍ଚିତ ହୋଇଥିଲେ
  • ୧୦୦ ମିଟରରେ ୧୧.୦୫ ସେକେଣ୍ଡ ଟାର୍ଗେଟ: ଦୂତି
  • ରାଜ୍ୟରୁ ୪ ଜଣଙ୍କୁ ଟୋକିଓ ଟିକେଟ୍‌
    ଭୁବନେଶ୍ୱର, ୩୦ ।୬ (ବ୍ୟୁରୋ): ଦେଶର ଦ୍ରୁତତମ ଧାବିକା ଅଲିମ୍ପିଆନ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଛନ୍ତି । ବିଶ୍ୱ ମାନ୍ୟତା ତାଲିକା ଅନୁସାରେ ସେ ଉଭୟ ୧୦୦ ଓ ୨୦୦ ମିଟରରେ ଭାଗ ନେବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । କ୍ୟାରିୟରରେ ଦ୍ୱିତୀୟ ଥର ଦୂତି ଅଲିମ୍ପିକ୍ସ ଖେଳିବେ । ୨୦୧୬ ରିଓ ଅଲିମ୍ପିକ୍ସରେ ସେ ୧୦୦ ମିଟରରେ ଯୋଗ୍ୟତା ହାସଲ କରିଥିଲେ ।
    ଦୂତି ଟୋକିଓ ଟିକେଟ୍‌ ହାସଲ କରିବା ଜାତୀୟ ଗଣମାଧ୍ୟମରୁ ସ୍ପଷ୍ଟ ହେବା ପରେ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେ ଲେଖିଛନ୍ତି, ଦୌଡ଼ ରାଣୀ ତଥା ଓଡ଼ିଶାର ଗୌରବ ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ଲାଭ କରିଛନ୍ତି । ୧୦୦ ଓ ୨୦୦ ମିଟର ଦୌଡ଼ରେ ସେ ସଫଳ ହୁଅନ୍ତୁ ସେଥିପାଇଁ ତାଙ୍କୁ ମୁଁ ଶୁଭେଚ୍ଛା ଜଣାଉଛି ।
    ଟୋକିଓ ଅଲିମ୍ପିକ୍ସର ମହିଳା ୧୦୦ ମିଟର ଦୌଡ଼ରେ ଯୋଗ୍ୟତା ଟାଇମିଂ ରହିଥିଲା ୧୧.୧୫ ସେକେଣ୍ଡ । ଗତ ୨୧ ତାରିଖରେ ପଟିଆଲାରେ ଠାରେ ଅନୁଷ୍ଠିତ ଇଣ୍ଡିଆନ ଗ୍ରାଁପ୍ରିରେ ଦୂତି (୧୧.୧୭ ସେକେଣ୍ଡ) ଟାଇମିଂରେ ଦ୍ରୁତ ସୁଧାର ଆଣି ନିଜ ନାମରେ ଥିବା ପୂର୍ବ ଜାତୀୟ ରେକର୍ଡ ଭଙ୍ଗ କରିବାରେ ସଫଳ ହୋଇଥିଲେ । ମାତ୍ର .୦୨ ସେକେଣ୍ଡରୁ ସେ ଅଲିମ୍ପିକ୍ସ ଯୋଗ୍ୟତା ଟାଇମିଂରୁ ବଞ୍ଚିତ ହୋଇଥିଲେ । ନଚେତ ସେ ସିଧାସଳଖ ଯୋଗ୍ୟତା ହାସଲ କରିପାରିଥାନ୍ତେ ।
    ଗତ ୨୯ ତାରିଖ ଟୋକିଓ ଅଲିମ୍ପିକ୍ସ ପାଇଁ ଥିଲା ଯୋଗ୍ୟତା ପର୍ଯ୍ୟାୟର ଶେଷ ଦିବସ । ପଟିଆଲାରେ ଆୟୋଜିତ ୬୦ତମ ଅନ୍ତଃ ରାଜ୍ୟ ଆଥଲେଟିକ୍‌ ଚାମ୍ପିଅନସିପ୍‌ ଗତକାଲି ଶେଷ ହୋଇଥିଲା । କିନ୍ତୁ ଏଥିରେ ଦୂତି ଆହତ ହେବା ଯୋଗୁ ସିଧାସଳଖ ଯୋଗ୍ୟତା ହାସଲ ସୁଯୋଗ ହରାଇଥିଲେ ।
    ଆଜି ଟୋକିଓ ଅଲିମ୍ପିକ୍ସ ପାଇଁ ସବୁ ଇଭେଣ୍ଟର ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ମହିଳା ୧୦୦ ମିଟରରେ ଯୋଗ୍ୟତା ଟାଇମିଂ ସହ ମୋଟ୍‌ ୩୫ ଜଣ ସିଧାସଳଖ ଟୋକିଓ ଟିକେଟ୍‌ ହାସଲ କରିଥିଲେ । ସେମିତି ବିଶ୍ୱ ମାନ୍ୟତା ଅନୁସାରେ ୨୨ ଜଣ ଏବଂ ବିଶ୍ୱବିଦ୍ୟାଳୟ ଗୁଡ଼ିକ ପାଇଁ ଥିବା ସଂରକ୍ଷିତ ଟିକେଟ୍‌ରୁ ୨୦ ଜଣ ଯୋଗ୍ୟତା ହାସଲ କରିଛନ୍ତି ।

  • ଦୂତି ଜାତୀୟ ରେକର୍ଡ ପ୍ରତିଷ୍ଠା କରିବା ପରେ ସେ ବିଶ୍ୱ ମାନ୍ୟତାରେ ୪୭ରୁ ୪୪ତମ ସ୍ଥାନକୁ ଉନ୍ନୀତ ହୋଇଥିଲେ । ସେହିପରି ୨୦୦ ମିଟରରେ ୧୧୭୬ ପଏଣ୍ଟ ସହ ୫୧ତମ ସ୍ଥାନରେ ରହିଛନ୍ତି । ଉଭୟ ଇଭେଣ୍ଟରେ ଦୂତି ଯୋଗ୍ୟତା ହାସଲ କରିଥିବାରୁ ବେଶ୍‌ ଖୁସି ରହିଛନ୍ତି । ଗତ ଥର ଶ୍ରାବଣୀ ନନ୍ଦ ୨୦୦ ମିଟରରେ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିଥିଲେ ।

  • ଦୂତି କହିଛନ୍ତି, ପ୍ରଥମେ ରାଜ୍ୟବାସୀ, ମୋର ପ୍ରଶଂସକ ଏବଂ ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଉଛି । କ୍ରମାନ୍ୱୟରେ ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସରେ ଭାଗ ନେବାକୁ ଯାଉଛି । ଗତ ୧୦୦ ମିଟର ଦୌଡ଼ରେ ଗୋଡ଼ର ମାଂଶପେସୀ ସାମାନ୍ୟ ଟାଣି ଧରିବାରୁ ଭଲ ଟାଇମିଂ ଦେଇ ପାରି ନଥିଲି । ପ୍ରକୃତରେ ସିଧାସଳଖ ଯୋଗ୍ୟତା ହାସଲ କରିବା ନେଇ ବହୁ ପ୍ରୟାସ କରିଥିଲି । ଗତ ଇଣ୍ଡିଆନ ଗ୍ରାଁପ୍ରିରେ .୦୨ ସେକେଣ୍ଡରୁ ବଞ୍ଚିତ ହୋଇଥିଲି । ବିଶ୍ୱ ମାନ୍ୟତା ଅନୁସାରେ ମୋତେ ଟୋକିଓ ଟିକେଟ୍‌ ମିଳିବ ବୋଲି ପୂର୍ବରୁ ଆଶା ରଖିଥିଲି ।’
    ଟୋକିଓରେ ୧୦୦ ମିଟର ଉପରେ ଅଧିକ ଧ୍ୟାନ ଦେବେ ବୋଲି ଦୂତି କହିଛନ୍ତି । ସେ କହିଛନ୍ତି, ୧୧.୦୫ରୁ ୧୧.୧୦ ସେକେଣ୍ଡ ମଧ୍ୟରେ ଟୋକିଓରେ ଦୌଡ଼ିବା ପାଇଁ ଲକ୍ଷ୍ୟ ରଖିଛି ।’
    ୨୦୧୬ ମସିହାରୁ ଦୂତିଙ୍କ ନାମରେ ଜାତୀୟ ରେକର୍ଡ ରହିଛି । ପୂର୍ବରୁ ରଚିତା ମିସ୍ତ୍ରୀଙ୍କ (୧୧.୩୮) ନାମରେ ୧୦୦ ମିଟରରେ ଜାତୀୟ ରେକର୍ଡ ରହିଥିଲା । ୧୬ ବର୍ଷ ପରେ ଦୂତି (୧୧.୩୩) ୨୦୧୬ ମସିହାରେ ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ଫେଡରେସନ କପ୍‌ରେ ଏହି ରେକର୍ଡ ଭାଙ୍ଗିଥିଲେ । ୨୦୧୬ ଜୁନ ୨୫ ତାରିଖରେ ସେ କାଜାଖସ୍ତାନର ଆଲମାଟିରେ ଗୋଟିଏ ଦିନରେ ଦୁଇ ଥର ଜାତୀୟ ରେକର୍ଡ ଭଙ୍ଗ କରିଥିଲେ । ୧୧.୨୪ ସେକେଣ୍ଡ ସହ ସେ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଥିଲେ । ଏହା ତାଙ୍କ କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ଥିଲା । ଦୀର୍ଘ ୩୬ ବର୍ଷ ବ୍ୟବଧାନ ପରେ ଦୂତି ତୃତୀୟ ଭାରତୀୟ ମହିଳା ଭାବେ ରିଓ ଅଲିମ୍ପିକ୍ସର ୧୦୦ ମିଟରରେ ଅଂଶ ଗ୍ରହଣ କରିଥିଲେ । ମାତ୍ର ହିଟ୍‌ରେ ୧୧.୬୯ ସେକେଣ୍ଡ ସହ ତାଙ୍କର ଅଭିଯାନ ଶେଷ ହୋଇଥିଲା । ପୁଣି ୧୧-୧୦-୨୦୧୯ରେ ଦୂତି ନିଜର ପୂର୍ବ ଜାତୀୟ ରେକର୍ଡ ଭଙ୍ଗ କରି ନୂଆ ରେକର୍ଡ (୧୧.୨୨)ପ୍ରତିଷ୍ଠା କରିଥିଲେ ।
    ଦୂତି ପ୍ରଥମ ଭାରତୀୟ ମହିଳା ଭାବେ ୨୦୧୯ରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (ନାପୋଲି)ରେ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୮ ଏସୀୟ କ୍ରୀଡ଼ାରେ ଉଭୟ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ । ସେହିପରି ଏସିଆନ୍‌ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ସେ ୪ଟି ବ୍ରୋଞ୍ଜ ପଦକ ଜିତିବାରେ ସଫଳ ରହିଛନ୍ତି ।
    ଟୋକିଓ ଅଲିମ୍ପିକ୍ସରେ ରାଜ୍ୟରୁ ମୋଟ୍‌ ୪ ଜଣ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛନ୍ତି । ଦୂତିଙ୍କ ସହ ପୁରୁଷ ହକିରେ ଉପ ଅଧିନାୟକ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସ ଏବଂ ମହିଳା ହକିରେ ଉପ ଅଧିନାୟିକା ଦୀପଗ୍ରେସ ଏକ୍କା । ସେମିତି ପାରା ଅଲିମ୍ପିକ୍ସ ପାଇଁ ଅର୍ଜୁନ ପୁରସ୍କାର ବିଜେତା ବିଶ୍ୱ ଚାମ୍ପିଅନ ପ୍ରମୋଦ ଭଗତ ମଧ୍ୟ ଟୋକିଓ ଯୋଗ୍ୟତା ହାସଲ କରିସାରିଛନ୍ତି । ପାରା ଧାବିକା ଜୟନ୍ତୀ ବେହେରା ମଧ୍ୟ ଟୋକିଓ ଟିକେଟ୍‌ ହାସଲ କରିବାର ସମ୍ଭାବନା ରହିଛି ।