PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର : ନାକଟିଦେଉଳରେ ଭାଲୁ ଆକ୍ରମଣରେ ୨ ଚାଷୀ ଗୁରୁତର
  • ||
  • Tokyo Olympics : ଭାରତକୁ ପ୍ରଥମ ପଦକ, ଭାରତ୍ତୋଳନରେ ମୀରାବାଈ ଚାନୁ ଜିତିଲେ ରୌପ୍ୟ ପଦକ
  • ||
  • ସମ୍ବଲପୁର : ହୀରାକୁଦ ଉପରମୁଣ୍ଡରେ ପ୍ରବଳ ବର୍ଷା, ଜଳଭଣ୍ଡାରକୁ ପ୍ରବେଶ କରୁଛି ୭୭ ହଜାର କ୍ୟୁସେକ ଜଳ, ପୁଣି ଗେଟ୍ ଖୋଲିବା ନେଇ ବାଜିଲା ସାଇରନ୍
  • ||
  • ଆନନ୍ଦପୁର : ଶାଳନ୍ଦୀ ନଦୀର ହଦଗଡ ଡ୍ୟାମରୁ ହୋମିଓପାଥି ଡାକ୍ତରୀ ଛାତ୍ରଙ୍କ ମୃତଦେହ ଉଦ୍ଧାର, ଦୁଇ ଦିନ ତଳୁ ଥିଲେ ନିଖୋଜ
  • ||
  • ଯାଜପୁର : ଘର ଭିତରୁ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
  • ||
  • ତେଲକୋଇ : ନାଳରେ ଭାସିଗଲେ ଓରିଆ ପଞ୍ଚାୟତ ପୁରୁଣାପାଣି ପାଣି ଗାଁର ଗୁରଦେବ ନାୟକ
  • ||
  • ବାନ୍ଦୀପୋରା : ଆତଙ୍କବାଦୀ-ସୁରକ୍ଷାବାହିନୀ ମୁହାଁମୁହିଁ, ସେନା ଗୁଳିରେ ୨ ଆତଙ୍କବାଦୀ ସଫା
  • ||
  • ଟୋକିଓ ଟକ୍କର: ଭାରତୀୟ ପୁରୁଷ ହକି ଦଳର ଦମଦାର ବିଜୟ, ନ୍ୟୁଜିଲାଣ୍ଡକୁ ୩-୨ରେ ଦେଲା ମାତ୍‌
  • ||
  • ଚଣ୍ଡିଖୋଲ : କେନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୫୪୪୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ଭିତରେ ଚିହ୍ନଟ ହେଲେ ଆଉ ୧୮୬୪ ଜଣ କରୋନା ପଜିଟିଭ୍
  • ||
  • ପୁରୀ : ୨୯ ଦିନ ପରେ ରତ୍ନବେଦିକୁ ଫେରିଲେ ମହାବାହୁ, ଆଜି ମିଳିବ ନୀଳାଚଳ ଅବଢ଼ା
  • ||

ଆଇଏମ୍‌ଜି ଏକାଡେମୀ ସହ ଦୂତିଙ୍କ ଚୁକ୍ତି

ଭୁବନେଶ୍ୱର, ୫ ।୩ (ବ୍ୟୁରୋ): ଓଡ଼ିଆ ଅଲିମ୍ପିଆନ ଦୂତି ଚାନ୍ଦ ଆମେରିକାରେ ପ୍ରଶିକ୍ଷଣ ନେବେ । ଫ୍ଲୋରିଡାର ଆଇଏମ୍‌ଜି ଏମାଡେମୀ ସହ ସେ ଚୁକ୍ତି କରିଛନ୍ତି । ଦୁଇ ମାସ ପ୍ରଶିକ୍ଷଣ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଓଡ଼ିଶା ସରକାର ପ୍ରୋତ୍ସାହନା ଯୋଗାଇ ଦେଲେ ଆମେରିକା ଯାଇ ପ୍ରଶିକ୍ଷଣ ନେବେ ବୋଲି କହିଛନ୍ତି ଦୂତି ।
୨୦୨୦ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ପାଇଁ ଦୂତି ପ୍ରସ୍ତୁତି ଆରମ୍ଭ କରିବେ । ନିଜର ଟାଇମିଂରେ ଉନ୍ନତି ଆଣିବା ପାଇଁ ସେ ବିଦେଶୀ ପ୍ରଶିକ୍ଷଣ ଆବଶ୍ୟକ କରୁଛନ୍ତି । ନିକଟରେ ସେ ଇଣ୍ଡିଆନ ଗ୍ରାଁପ୍ରି-୧, ୨ରେ ଅଂଶ ଗ୍ରହଣ କରିଥିଲେ । ମାତ୍ର ୧୦୦ ମିଟରରେ ସ୍ୱର୍ଣ୍ଣ ଜିତିଥିଲେ ବି ତାଙ୍କର ଟାଇମିଂ ଏତେ ଭଲ ନଥିଲା । ୨୦୦ ମିଟରରେ ସେ ପ୍ରଥମ ସ୍ଥାନ ହାସଲ କରି ଆଗାମୀ ଏସିଆନ ଆଥଲେଟିକ୍ସ ଚାମ୍ପିଅନସିପ୍‌ ପାଇଁ ଯୋଗ୍ୟତା ହାସଲ କରିଛନ୍ତି ।
ଗତ ବର୍ଷ ଏସିଆଡ୍‌ରେ ଉଭୟ ୧୦୦ ଓ ୨୦୦ ମିଟରରେ ଅବିଶ୍ୱସନୀୟ ପ୍ରଦର୍ଶନ ସହ ପଦକ ଜିତିବା ପରେ ଦୂତିଙ୍କୁ ୩ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ ରାଜ୍ୟ ସରକାର । ଏଥିସହ ଆଗାମୀ ୨୦୨୦ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଘୋଷଣା କରିଥିଲେ । ମାତ୍ର ଏ ପର୍ଯ୍ୟନ୍ତ ଦୂତିଙ୍କୁ ସରକାର ଏ ସୁବିଧା ଯୋଗାଦେଇ ନାହାନ୍ତି ।
ଦୂତି କହିଛନ୍ତି, ଟାଇମିଂରେ ଉନ୍ନତି ପାଇଁ ବିଦେଶୀ କୋଚିଂର ଆବଶ୍ୟକତା ରହିଛି । ସେଥିପାଇଁ ବିଦେଶୀ ଏକାଡେମୀରେ ପ୍ରଶିକ୍ଷଣ ନେବାକୁ ପଡ଼ିବ । ନୂଆ ଟେକ୍‌ନିକ ସହ ବିଭିନ୍ନ ଇଭେଣ୍ଟରେ ଦୌଡ଼ିବାର ସୁଯୋଗ ମିଳିବ । ଯେଉଁ ଇଭେଣ୍ଟ ଗୁଡ଼ିକରେ ବିଶ୍ୱର ଆଗଧାଡ଼ିର ଧାବିକାମାନେ ଦୌଡ଼ିଥାନ୍ତି । ସେମାନଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କଲେ ଆତ୍ମବିଶ୍ୱାସ ବଢ଼ିବ । ପ୍ରଦର୍ଶନ ମଧ୍ୟ ଉନ୍ନତି ଆସିବ ।
ସାଧାରଣତଃ ଆମ ଦେଶରେ ସେଭଳି ଅଧିକ ଇଭେଣ୍ଟର ଆୟୋଜନ ହୋଇନଥାଏ । ଯେଉଁମାନେବି ଇଭେଣ୍ଟରେ ଭାଗ ନିଅନ୍ତି ସେମାନଙ୍କ ଟାଇମିଂ ମଧ୍ୟ ଭଲ ନଥାଏ । ଫଳରେ ଟାଇମିଂରେ ଏତେ ସୁଧାର ଆସି ପାରେ ନାହିଁ । ତେଣୁ ବିଦେଶରେ କେବଳ ଟେକନିକ୍‌ ନୁହଁ ବିଶ୍ୱସ୍ତରୀୟ ଆଥଲେଟଙ୍କ ସହ ଦୌଡ଼ିବାର ସୁଯୋଗ ମିଳେ ।
ଏସିଆଡ୍‌ରେ ପଦକ ଜିତି ସାରିବା ପରେ ବିଭିନ୍ନ ବିଦେଶୀ ଏକାଡେମୀ ସହ କଥାବାର୍ତ୍ତା କରିଥିଲେ । ଫ୍ଲୋରିଡାର ଆଇଏମଜି ଏକାଡେମୀ ଶେଷରେ ଚୁକ୍ତି କରିଛନ୍ତି । ମେ’ ମାସରେ ଏକାଡେମୀରେ ଯୋଗଦେବେ ବୋଲି ଆଶା ରଖିଛନ୍ତି । ମାତ୍ର ରାଜ୍ୟ କ୍ରୀଡ଼ା ବିଭାଗରୁ ଏ ପର୍ଯ୍ୟନ୍ତ ତାଙ୍କୁ ପ୍ରଶିକ୍ଷଣ ପାଇଁ ପ୍ରୋତ୍ସାହନ ରାଶି ମିଳି ପାରି ନାହିଁ ।
ଏ ବିଷୟରେ ଦୂତି କହିଛନ୍ତି, ରାଜ୍ୟ ସରକାର ଅଲିମ୍ପିକ୍ସ ପାଇଁ ସହାୟତା ଯୋଗାଇ ଦେବେ ଘୋଷଣା କରିଥିଲେ । ମୋତେ ୨ ବର୍ଷର ଏକ ପୂର୍ଣ୍ଣାଙ୍ଗ ବଜେଟ କରି ଦେବାକୁ କୁହାଯାଇଥିଲା । ମୁଁ ୨ କୋଟି ଟଙ୍କାର ବଜେଟ କରି ସରକାରଙ୍କୁ ଦେଇଛି । ମାତ୍ର ଏ ପର୍ଯ୍ୟନ୍ତ କୌଣସି ଉତ୍ତର ମିଳିନି । ସେହିପରି ଏବେ ୨ ମାସ ଟ୍ରେନିଂ ପାଇଁ ଆଇଏମଜି ଏକାଡେମୀ ସହ କଥାବାର୍ତ୍ତା ହୋଇଛି । ସରକାର ପ୍ରୋତ୍ସାହନା ଦେଲେ ପ୍ରଶିକ୍ଷଣ ପାଇଁ ଯିବି ।’