ବଢ଼ିଲା କାର୍ଯ୍ୟ ସମୟ; ଅପରାହ୍ନ ସାଢେ ୪ଟା ସୁଦ୍ଧା ସ୍କୁଲ ଛାଡ଼ି ପାରିବେନି ଶିକ୍ଷକ-ଶିକ୍ଷୟିତ୍ରୀ

ଭୁବନେଶ୍ୱର ୧୮।୯: ସ୍କୁଲ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ ସମୟରେ ଆସିଛି ବଡ଼ ପରିବର୍ତ୍ତନ। ବଦଳିଛି ସ୍କୁଲ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ କାର୍ଯ୍ୟ ସମୟ। ଆଜି ଏଭଳି ନିଷ୍ପତ୍ତି ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଯାଇଛି।

ନୂଆ ନିଷ୍ପତ୍ତି ଅନୁଯାୟୀ, ଏଣିକି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକାଳ ସାଢେ ୯ଟାରେ ସ୍କୁଲରେ ପହଞ୍ଚିବେ ଏବଂ ସାଢେ ୪ଟା ସୁଦ୍ଧା କୈାଣସି ଶିକ୍ଷକ-ଶିକ୍ଷୟତ୍ରୀ ସ୍କୁଲ ଛାଡ଼ିପାରିବେ ନାହିଁ । ପୂର୍ବରୁ ଶିକ୍ଷକ-ଶିକ୍ଷୟତ୍ରୀ ୧୦ଟାରୁ ୪ଟା ଯାଏଁ କାର୍ଯ୍ୟ କରୁଥିଲେ ।

ସେହିପରି ସ୍କୁଲରେ ପିଲାମାନଙ୍କୁ ଫିଲଟର ଯୋଗେ ପାଣି ଯୋଗାଇଦେବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ଏହା ସହିତ ସବୁ ଶ୍ରେଣୀ କକ୍ଷରେ ପାପଚ୍ଛ ରହିବ। ସ୍କୁଲ ବେଳେ ପିଲାଙ୍କୁ ନେଲେ ରେଜିଷ୍ଟ୍ରରରେ ରହିବ ରେକର୍ଡ ।

ଅନ୍ୟପଟେ ଆଜି ଖୋର୍ଦ୍ଧା ବାଳକାଟି ଅନ୍ତର୍ଗତ ବାଲିଅନ୍ତା ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟକୁ ଅଚାନକ ଗସ୍ତ କରିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ | କିନ୍ତୁ ପୂର୍ବାହ୍ନ ୧୦.୩୦ ବାଜିଯାଇଥିଲେ ବି କୌଣସି କର୍ମଚାରୀ ଆସି ନଥିବା ନେଇ ମନ୍ତ୍ରୀ ଅସନ୍ତୋଷ ପ୍ରକାଶ କରିଛନ୍ତି |

   ସମ୍ବନ୍ଧିତ ଖବର


ଅଭିନେତ୍ରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଆପତ୍ତିଜନକ ମନ୍ତବ୍ୟ, ଓକିଲଙ୍କ ନାଁରେ ଏତଲା

ରାଜ୍ୟର ଶିଳ୍ପାନୁଷ୍ଠାନ ସମ୍ପର୍କିତ ଡିରେକ୍ଟୋରୀ ‘ଆମ ସମୟର ଶିଳ୍ପ’ ଉନ୍ମୋଚିତ

ଲାଇନ୍‌ଚ୍ୟୁତ ହେଲା ରେଳ ଇଞ୍ଜିନ-୪୦ ମିଟର୍‌ ଘୁଷୁଡ଼ିଲା, ୪ ଘଣ୍ଟା ନୟାନ୍ତ ବର୍ତ୍ତିଗଲେ ୨ ଡ୍ରାଇଭର୍‌ ଓ ଜଣେ ଗାର୍ଡ

ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଫୁଙ୍ଗୁଳା – ମାଳ ମାଳ ପୁଲିସ ଦ୍ୱାର ମୁହଁରେ ଜଗି ବସିଛନ୍ତି, କିନ୍ତୁ ଉଲ୍ଲଙ୍ଘନକାରୀ ସରକାରୀ କଟକଣାକୁ ବେଖାତିର କରି ଶ୍ରୀମନ୍ଦିରକୁ ପ୍ରବେଶ କରୁଛନ୍ତି

ପ୍ରେମ କରି ଫସିଗଲେ ବିବାହିତା ମହିଳା, ସୁନା ଟଙ୍କା ଲୁଟି ନେଲା ଲମ୍ପଟ ପ୍ରେମିକ, ଥାନାରେ ଏତଲା

ବେସାହାରା ତୁଳସୀକୁ ମିଳିଗଲେ ବାପା- ମା’, ଔପଚାରିକତା ପୂରଣ କରି ସିଡବ୍ଲ୍ୟସି ଠାରୁ ଶିଶୁକୁ କୋଳେଇ ନେଲେ ବେଙ୍ଗାଲୁରୁ ଦମ୍ପତି