ସ୍ତ୍ରୀ ଥାଉ ଥାଉ ସ୍ୱାମୀର ଦ୍ୱିତୀୟ ବିବାହ ପ୍ରତିବାଦ କରିବାରୁ ମହିଳାଙ୍କୁ ଆକ୍ରମଣ

ସମ୍ବଲପୁର: ବୁର୍ଲା ଥାନା ଅନ୍ତର୍ଗତ ଚାଉଁରପୁର ଅଞ୍ଚଳରେ ସ୍ତ୍ରୀ ଥାଉ ଥାଉ ସ୍ୱାମୀର ଦ୍ୱିତୀୟ ବିବାହ ଭଳି ସାଙ୍ଘାତିକ ଅଭିଯୋଗ ହୋଇଛି । ସ୍ତ୍ରୀ ଏହାକୁ ବିରୋଧ କରିବାରୁ ସ୍ୱାମୀ ଅଚ୍ୟୁତ୍‌ ପାଇକ୍‌ ଏବଂ ଦ୍ୱିତୀୟ ସ୍ତ୍ରୀ ମହିଳାଙ୍କୁ ଆକ୍ରମଣ କରିଥିବା ନେଇ ମହିଳା ଥାନାରେ ଅଭିଯୋଗ ହୋଇଛି । ଏନେଇ ପୁଲିସ ଏକ ମାମଲା ରୁଜୁ କରିବା ସହ ଘଟଣାର ତଦନ୍ତ ଚଳାଇଛି ।

ସୂଚନା ଅନୁସାରେ ଅଚ୍ୟୁତ୍‌ ଗତ ୪ ବର୍ଷ ତଳେ ଗୌଡପାଲି ଅଞ୍ଚଳରେ ଜଣେ ମହିଳାଙ୍କୁ ବିବାହ କରିଥିଲେ । ପାରିବାରିକ ଅଶାନ୍ତି ଲାଗି ରହୁଥିବାରୁ ସଂପୃକ୍ତ ମହିଳା ଜଣଙ୍କ ୨ ବର୍ଷ ହେବ ନିଜ ବାପ ଘରେ ରହି ଆସୁଥିଲେ । ତେବେ ଗତ କିଛିଦିନ ତଳେ ଅଚ୍ୟୁତ୍‌ ପ୍ରଥମ ସ୍ତ୍ରୀକୁ ନ ଜଣାଇ ଦ୍ୱିତୀୟ ବିବାହ କରିଥିଲା ।

ଏନେଇ ପ୍ରଥମ ସ୍ତ୍ରୀ ଘଟଣା ସମ୍ପର୍କରେ ଅବଗତ ହେବା ପରେ ଆଜି ଘର ଆଗରେ ଏହାର ପ୍ରତିବାଦ କରିବାରୁ ସ୍ୱାମୀ ତାଙ୍କୁ ଆକ୍ରମଣ କରିଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛ

   ସମ୍ବନ୍ଧିତ ଖବର


ଚାକିରୀ ପାଇଁ ହତ୍ୟାକାରୀ ସାଜିଲା ପୁଅ: ୩୫ ବର୍ଷ ଧରି ହତାସ ହେବା ପରେ ବାପାର ଗଳା କାଟି ହତ୍ୟା କଲା କୁଳାଙ୍ଗାର ପୁଅ

ଭିଜିଲାନ୍ସ ପଞ୍ଝାରେ ମେଡିକାଲ ଅଫିସର, ଲାଞ୍ଚ ନେଇଥିବା ଅଭିଯୋଗରେ ଗିରଫ ହେଲେ ପାଣୁ ଚରଣ ମଣ୍ଡଳ

କିନ୍ନରଙ୍କ ଆତଙ୍କ ରାଜ: ଫୁଲ ଦୋକାନୀଙ୍କୁ ନିସ୍ତୁକ ପିଟିଲେ, ଟେକି ଫିଙ୍ଗିଦେଲେ…

‘ପ୍ରମେୟ’ ପ୍ରତିନିଧିଙ୍କୁ ପୁଲିସ ହାଜତରେ ଥାର୍ଡ ଡିଗ୍ରୀ: ଏନ୍‍ଏଚ୍‍ଆର୍‌ସିରେ ମାମଲା, ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ ଲାଗି କମିସନ୍‌ଙ୍କ ନିର୍ଦ୍ଦେଶ

କଟକ ଆଇଆଇଏଫ୍‌ଏଲ୍‌ ଡକାୟତି ଘଟଣା: ଦକ୍ଷିଣ ଓଡ଼ିଶା ଲିଙ୍କ୍ ମିଳିବା ପରେ ଗଞ୍ଜାମରେ ଚଢ଼ଉ କରୁଛି କଟକ ପୁଲିସ ସ୍ବତନ୍ତ୍ର ଟିମ୍,ଚାଲିଛି ଜୋରଦାର ଛାନ୍‌ଭିନ୍‌

‘ବାହା ନ ହେଲେ ମାରିଦେବି ନ ହେଲେ ମରିଯିବି’: ପାଗଳ ପ୍ରେମୀକୁ ବାନ୍ଧିଲା ପୁଲିସ