ଡିସ୍ଲେକ୍ସିଆ ରୋଗକୁ ନେଇ ପିଏମ୍ ମୋଦିଙ୍କ ଭିଡିଓ ଭାଇରାଲ, ରାହୁଲଙ୍କ ମଜା ଉଡାଇଥିବା କହି ଟ୍ରୋଲ୍ କଲେ ୟୁଜର୍ସ

ନୁଆଦିଲ୍ଲୀ ୪/୩: ସୋସିଆଲ ମିଡିଆରେ ପିଏମ ନରେନ୍ଦ୍ର ମୋଦି ଏବଂ ଜଣେ ଛାତ୍ରୀଙ୍କ ଆଲୋଚନାର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଡିସ୍ଲେକ୍ସିଆ ନାମକ ଏକ ରୋଗ ସମ୍ପର୍କରେ ପ୍ରଶ୍ନ ପଚାରୁଛନ୍ତି ଛାତ୍ରୀ । କିନ୍ତୁ ଏହାର ଉତ୍ତର ମୋଦି ଏମିତି ଦେଇଛନ୍ତି ଯେ ଏବେ ତାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଏହି ଭାଇରାଲ ଭିଡିଓରେ ପିଏମ୍ ନରେନ୍ଦ୍ର ମୋଦି ଡିସ୍ଲେକ୍ସିଆ ନାମକ ଏକ ରୋଗ ସମ୍ପର୍କରେ ଆଲୋଚନା କରୁଛନ୍ତି । ଯୁବଗୋଷ୍ଠୀଙ୍କ ସହିତ ଲାଇଭ୍ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଲର୍ଣ୍ଣିଙ୍ଗ ଡିସଅର୍ଡର ଉପରେ ରାଜନୈତିକ ବ୍ଯଙ୍ଗ କରିଛନ୍ତି ।
Dyslexia is one of the most common learning disorders that affects 3-7% people, (traits in upto 17-20%). It is genetic (heritable) that affects reading, writing & hence learning skills but not a marker for intelligence. Poor judgement by the PM to mock a neurological condition pic.twitter.com/lJczhocUYV
— Dr. Sumaiya Shaikh (@Neurophysik) March 3, 2019
ରବିବାର ଉତ୍ତରାଖଣ୍ଡ ରାଜଧାନୀ ଡେରାଡୁନରେ ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୧୯ର ଏକ ଭିଡିଓ କନଫରେନ୍ସ ଆୟୋଜିତ ହୋଇଥିଲା । ଯେଉଁଥିରେ ପିଏମ୍ ନରେନ୍ଦ୍ର ମୋଦି ଏହି ପ୍ରୋଗ୍ରାମରେ ଡିସ୍ଲେକ୍ସିୟା ପୀଡିତମାନେ ଭୋଗୁଥିବା ସମସ୍ୟା ଓ ଏହାର ସମାଧାନ ଉପରେ ଆଲୋଚନା କରୁଥିଲେ । ଏହି ସମୟରେ ପିଏମ୍ ଏହାକୁ ନେଇ ଟିକିଏ ମଜା କରିଦେଲେ । ସମସ୍ତେ କହୁଛନ୍ତି ପିଏମ୍ ଏହି ମଜା କରି ରାହୁଲଙ୍କୁ ପରୋକ୍ଷରେ ଟାର୍ଗେଟ୍ କରିଛନ୍ତି । ତେବେ ପିଏମଙ୍କ ଏହି ଭିଡିଓ ନେଇ ସୋସିଆଲ ମିଡିଆରେ ଖୁବ୍ ଆଲୋଚନା ହେଉଛି ।
‘ସ୍ମାର୍ଟ ଇଣ୍ଡିଆ ହାକାଥନ ୨୦୧୯’ର ଗ୍ରାଣ୍ଡ ଫାଇନାଲରେ ପିଏମ୍ ନରେନ୍ଦ୍ର ମୋଦି ଦେଶର ଅନେକ ସମସ୍ୟା ଉପରେ ଯୁବଗୋଷ୍ଠୀଙ୍କ ଠାରୁ ଉପାୟ ଓ ସମାଧାନ ସମ୍ପର୍କରେ ସୂନଚା ନେଉଥିଲେ । ଏହି ସମୟରେ ସେ କହିଥିଲେ ଯେ ‘କଣ ଏହି ଯୋଜନା ୪୦-୪୫ ବର୍ଷର ପିଲାଙ୍କ କ୍ଷେତ୍ରରେ ମଧ୍ୟ କାମ ଦେବ ?’
ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ କିଛି ୟୁଜର୍ସ ମୋଦିଙ୍କୁ ଟ୍ରୋଲ୍ କରିବାରେ ଲାଗିପଡିଛନ୍ତି । ୟୁଜର୍ସ ଟ୍ୱିଟ୍ କରି କହିଛନ୍ତି ଯେ ପିଏମ୍ ମୋଦି ଏଭଳି ଗମ୍ଭୀର ରୋଗକୁ ନେଇ ପଚରାଯାଇଥିବା ପ୍ରଶ୍ନରେ ବିରୋଧୀ ଦଳ ନେତାଙ୍କ ମଜା ଉଡାଇବା ଅତ୍ଯନ୍ତ ନିରାଶଜନକ ।
The Prime Minister of India keeping it classy as ever. Cracking a joke about dyslexia to target a political opponent. pic.twitter.com/qLoQMwKxVH
— Pratik Sinha (@free_thinker) March 3, 2019
God! When we thought @narendramodi cd not go any lower, he still manages to stoop.
— Preeti Sharma Menon (@PreetiSMenon) March 3, 2019
As a parent I do not want my kid to listen to a speaker who'd use dyslexia as a slur and here our Prime Minister uses dyslexia to insult @RahulGandhi
This is wrong on so many levels!!! https://t.co/gQ2IZVvY0m
Making fun of Dyslexia to target political opponent. There is no low which is too Low for Narendra Modi. Worse are the students who were clapping but cant blame them. When the PM of the Nation is such a Cheap Man, they had to entertain him pic.twitter.com/bJ7apIlpup
— Joy (@Joydas) March 3, 2019