କୋଟିଏ ଟଙ୍କାରେ ନିଲାମ ହେଲା ମୋଦିଙ୍କୁ ରୁପାନୀ ଦେଇଥିବା ରୁପା କଳସ

ନୂଆଦିଲ୍ଲୀ ୧୮/୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଦେଇଥିବା ଏକ ଉପହାର ଆଜି ୧ କୋଟି ଟଙ୍କାରେ ନିଲାମ ହୋଇଛି । ରୁପାନୀ ଗତ ୬ ମାସ ତଳେ ମୋଦିଙ୍କୁ ଏକ ରୁପା କଳସ ଉପହାର ଦେଇଥିଲେ । ଉକ୍ତ କଳସଟିର ପ୍ରକୃତ ମୂଲ୍ୟ ୧୮,୦୦୦ ଟଙ୍କା ହେବ । ମୋଦିଙ୍କୁ ମିଳିଥିବା ଉପହାରଗୁଡ଼ିକ ନ୍ୟାସନାଲ ମଡର୍ଣ୍ଣ ଆର୍ଟ ଗ୍ୟାଲେରିରେ ସଂରକ୍ଷିତ ହୋଇରହିଛି । ସେଠାରୁ ଅନ୍‌ଲାଇନ ଯୋଗେ ଉପହାରଗୁଡ଼ିକୁ ନିଲାମ କରାଯିବା ସମୟରେ ଜଣେ ବ୍ୟକ୍ତି ୧ କୋଟି ଟଙ୍କାରେ ଉକ୍ତ କଳସଟିକୁ କିଣିଛନ୍ତି ।

ଏହା ବ୍ୟତୀତ ମୋଦିଙ୍କର ଏକ ଫଟୋ ଷ୍ଟାଣ୍ଡକୁ ମଧ୍ୟ ୧ କୋଟି ଟଙ୍କାରେ ନିଲାମ କରାଯାଇଛି । ଉକ୍ତ ଫଟୋଷ୍ଟାଣ୍ଡଟିର ପ୍ରକୃତ ମୂଲ୍ୟ ୫୦୦ ଟଙ୍କା ହେବ । ଉଲ୍ଲେଖଯୋଗ୍ୟ, ଉପହାର ନିଲାମୀରୁ ମିଳିବାକୁ ଥିବା ସମସ୍ତ ଟଙ୍କାକୁ ନମାମୀ ଗଙ୍ଗା ଯୋଜନାରେ ଖର୍ଚ୍ଚ କରାଯିବ ବୋଲି ପୂର୍ବରୁ ମୋଦି କହିଛନ୍ତି ।

   ସମ୍ବନ୍ଧିତ ଖବର


ଆପଲ ଆପ୍‌ ଷ୍ଟୋରରୁ‌ ହଟିଲା ‘ଗୁଗୁଲ ପେ’

ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

ସବ୍-ଇନ୍ସପେକ୍ଟରଙ୍କ କଳାକାରନାମା: ଝିଅଙ୍କୁ ଅଶ୍ଲୀଳ କମେଣ୍ଟ ସହ କରୁଥିଲେ ଅସଦାଚରଣ, ଶେଷରେ ଗିରଫ ହେଲେ ଏପରି

ପୋଲାଣ୍ଡର ଏହି ଚୌକ୍ ଅମିତାଭ ବଚ୍ଚନଙ୍କ ପିତାଙ୍କ ନାଁରେ ନାମିତ ହେବ, ଇଷ୍ଟାଗ୍ରାମରେ ସୂଚନା ଦେଲେ ଅଭିନେତା

ପାତାଳର ପ୍ରବେଶ ଦ୍ୱାର ପାତାଲକୋଟ୍‌, ଜାଣନ୍ତୁ କେଉଁଠି ରହିଛି ଏହି ରହସ୍ୟମୟ ସ୍ଥାନ