PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିଆଣାରେ ୨୪ମଇ ଯାଏ ବଢ଼ିଲା ଲକ୍‌ ଡାଉନ୍‌ , ମୁଖ୍ୟମନ୍ତ୍ରୀ ଖଟ୍ଟର କହିଲେ –ଜନତାଙ୍କ ଦାବି ନେଇ ନିଷ୍ପତ୍ତି
  • ||
  • ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ କ୍ରିକେଟ ଅଲରାଉଣ୍ଡର ରାଜେନ୍ଦ୍ର ସିଂ ଜାଡେଜାଙ୍କ କରୋନାରେ ପରଲୋକ
  • ||
  • ଭୁବନେଶ୍ଵର : ରାଜ୍ୟରେ ଫିଲ୍ମ କିମ୍ଵା ସିରିୟଲ ସୁଟିଂ ଉପରେ ପ୍ରତିବନ୍ଧକ, ସମସ୍ତ ଇନଡୋର ଓ ଆଉଟଡୋର ସୁଟିଂ ବନ୍ଦ
  • ||
  • ୨୪ରେ ବଙ୍ଗୋପସାଗରରେ ଲଘୁଚାପ: ଆଣ୍ଡାମାନ ସାଗରରେ ସୃଷ୍ଟି ହେବ, ଅବପାତ ରୂପ ନେବା ପାଇଁ ପାଣିପାଗ ଅନୁକୂଳ…
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୭୩୨ ଜଣ କରୋନା ପଜିଟିଭ, ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୧୨ ହଜାର ଟପିଲା
  • ||
  • ଭୁବନେଶ୍ୱର : ଓଡ଼ିଶାରେ ୧୯ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୩୧୩କୁ ବୃଦ୍ଧି
  • ||
  • ସଇଁତଳା : ଜମିବାଡ଼ି କଳହକୁ ନେଇ ଗୋଷ୍ଠୀ ସଙ୍ଘର୍ଷ, ଜଣେ ମୃତ, ୨ ଅଟକ
  • ||
  • ପାଟଣାଗଡ଼ : କରୋନା ଯୁଦ୍ଧରେ ହାରିଗଲେ ବରିଷ୍ଠ ସାମ୍ବାଦିକ କୈଳାଶ ସାହୁ
  • ||
  • ଆଠଗଡ : ଚୋରା ଚାଲାଣ ବେଳେ ଓଲଟିଲା କାଠ ବୋଝେଇ ପିକଅପ୍ ଭ୍ୟାନ, ଡ୍ରାଇଭର ମୃତ ଜଣେ ଗୁରୁତର
  • ||
  • ଭୁବନେଶ୍ୱର : ସ୍ୱର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର, କରୋନା ଆକ୍ରାନ୍ତ ହେବା ପରେ ଚାଲିଛି ଚିକିତ୍ସା
  • ||
  • ଭୁବନେଶ୍ୱର : ସୋମବାରଠୁ ଅନ୍‌ଲାନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସଂଧ୍ୟା ୫ଟା ଯାଏଁ ଦେଇ ପାରିବେ ଅର୍ଡର, ହଜାର ଟଙ୍କାରେ ମଦ କିଣିଲେ ୧୦୦ ଟଙ୍କା ଡେଲିଭାରୀ ଚାର୍ଜ
  • ||
  • ଭୁବନେଶ୍ୱର : ପାରା ଧରିବାକୁ ଯାଇ ଟ୍ରେନ୍‌ ଲାଇନ୍ରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲା ନାବାଳକ, ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର
  • ||
  • ଭୁବନେଶ୍ୱର : ମାସ ଶେଷକୁ ଓଡ଼ିଶାରେ ସଂକ୍ରମଣ ପିକ୍‌ରେ ପହଞ୍ଚିବ, ଜୁନ୍‌ ପ୍ରଥମ ସପ୍ତାହରୁ କମିପାରେ
  • ||
  • କଟକ : ବୃଦ୍ଧ ଦମ୍ପତ୍ତିଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ !
  • ||

ବଢ଼ୁଛି ଇ-ସ୍କୁଟର୍‌ ଚାହିଦା : ନାହିଁ ପରିବେଶ ପ୍ରଦୂଷଣ ଚିନ୍ତା, ତେଲ ପୁରାଇବାର ଝଞ୍ଜଟ

ଭୁବନେଶ୍ୱର,୧୩।୧୨ : ରାଜ୍ୟରେ ବଢିଛି ବିଦ୍ୟୁତ୍‌ ଦୁଇଚକିଆ ବା ଇ-ସ୍କୁଟର୍‌ର ଚାହିଦା । ପରିବେଶ ପ୍ରଦୂଷଣ ନେଇ ଚିନ୍ତା ବଢିବା ପରେ ଗ୍ରାହକମାନେ ଇ-ସ୍କୁଟର୍‌୍‌ ଚଳାଇବାକୁ ପସନ୍ଦ କରୁଛନ୍ତି । ଆଉ ଏହି ଇ-ସ୍କୁଟର୍‌ ଚଳାଇବା ବେଳେ ତେଲ ସରିବାର ଡର ନାହିଁ କି ତେଲ ଟାଙ୍କିରେ ଲାଇନ୍‌ ଦେବାର ଚିନ୍ତା ନାହିଁ । ଥରେ ଚାର୍ଜ କରିଦେଲେ ସର୍ବ ନିମ୍ନ ୩୦ କିଲୋମିଟର୍‌ ଚାଲିବ ଗାଡ଼ି । ସବୁଠୁ ବଡ କଥା ହେଲା କିଛି ଇ-ସ୍କୁଟର୍‌ ପାଇଁ ସଡ଼କ ପରିବହନ ନିୟମ ବି ଲାଗୁ ହେବ ନାହିଁ । ଦରକାର ନାହିଁ ଆର୍‌ଟିଓରେ ପଞ୍ଜିକରଣ କିମ୍ବା ଇନସ୍ୟୁରାନ୍ସ୍‌ କରିବାର ଟେନସନ୍‌ । ନୂଆଦିଲ୍ଲୀ ଭଳି ଭୁବନେଶ୍ୱରରେ ପରିବେଶ ପ୍ରଦୂଷଣ ଚିନ୍ତା ବଢିଥିବା ବେଳେ କିଛି ସଚେତନ ନାଗରିକ ଏବେଠୁ ଇ-ସ୍କୁଟର ଚଳାଉଛନ୍ତି ।

ଏ ସମ୍ପର୍କରେ ସୂଚନା ଦେଇ ଭାଗବତ ମୋଟର୍ସର ପରିଚାଳନା ନିର୍ଦ୍ଦେଶକ ଶୁଭେନ୍ଦୁ କୁମାର ସାହୁ କହିଛନ୍ତି, ୨୦୧୭ ସେପ୍ଟେମ୍ବର ୨୫ରେ ତାଙ୍କର ସୋରୁମ୍‌ ଆରମ୍ଭ ହୋଇଥିଲା । ସେହି ବର୍ଷ ପ୍ରଥମ ୩ ମାସରେ ତାଙ୍କର ୩୪୦ଟି ଇ-ସ୍କୁଟର୍‌ ବିକ୍ରି ହୋଇଥିବା ବେଳେ ୨୦୧୮- ୧୯ରେ ୨୫ଶହ ଇ-ସ୍କୁଟର୍‌ ବିକ୍ରି ହୋଇଛି । ଚଳିତ ବର୍ଷ ନଭେମ୍ବର ସୁଦ୍ଧା ସେ ୨ହଜାର ଓକିନୱା ସ୍କୁଟର୍‌ କମ୍ପାନୀରୁ ଆଣିଥିବା ଶ୍ରୀ ସାହୁ କହିଛନ୍ତି । ସାରା ଓଡ଼ିଶାରେ ତାଙ୍କର ୧୭ଟି ଓକିନୱା ଇ-ସ୍କୁଟର୍‌ ସୋରୁମ୍‌ ଥିବା ବେଳେ ଇ-ସ୍କୁଟର୍‌ ବିକ୍ରିରେ ସେ ୧ ନମ୍ବର ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି । ତେବେ ୪୫ ହଜାର ଟଙ୍କାରୁ ଇ-ସ୍କୁଟରଗୁଡିକ ଦାମ ଆରମ୍ଭ ହେଉଥିବା ବେଳେ ୫୦ ହଜାର ଟଙ୍କା, ୫୫ ହଜାର ଟଙ୍କା ଓ ୬୫ ହଜାର ଟଙ୍କାର ଇ-ସ୍କୁଟର୍‌ ରହିଛି ।