ମାର୍କେଟକୁ ଆସିଲା ଇ-ସିମ୍, ଜାଣନ୍ତୁ ବ୍ୟବହାର କରିବାର ଫାଇଦା

ନୂଆଦିଲ୍ଲୀ ୨୩/୧୧: ଆଜିକାଲି ସବୁକିଛି ଡିଜିଟାଲ ହେବାରେ ଲାଗିଛି । ପୂରୁଣା ସିମ୍ ଆଜିକାଲି ଛୋଟରୁ ଅତି ଛୋଟ ହେବାରେ ଲାଗିଛି । ଆଉ କିଛି ଦିନ ପରେ ଏହା ସମ୍ପୂର୍ଣ୍ଣ ଗାଏବ୍ ହୋଇଯିବ । ଅର୍ଥାତ୍ ଏବେ ସ୍ମାର୍ଟଫୋନ୍ ୟୁଜର୍ସ ଇ ସିମ୍ ବ୍ୟବହାର କରିପାରିବେ । ଏବେ ସମସ୍ତ ଟେଲିକମ୍ କମ୍ପାନୀ ମାର୍କେଟରେ ଇ-ସିମ୍ ଲଞ୍ଚ୍ କରିସାରିଛନ୍ତି । ଇ-ସିମ୍ ଇଲେକ୍ଟ୍ରୋନିକ୍ ବା ଏମ୍ବେଡେଡ୍ ସିମ୍ ଯାହା ଆପଣଙ୍କୁ ଇ-ସିମ୍ ମୋବାଇଲ୍ ଫୋନରେ ଭୈତିକ ସିମର ବିନା ପ୍ରୟୋଗରେ ମଧ୍ୟ ଡିଭାଇସରେ ଟେଲିକମ୍ ସେବା ଚାଲୁ ରଖିବାରେ ଅନୁମତି ଦେଇଥାଏ ।

ଏହି ସିମ୍ ହଜିବାର ଭୟ ନଥାଏ । କାରଣ ଏଥିରେ ସିମ୍ ଟ୍ରେର କିଛି ଆବଶ୍ୟକ ନଥାଏ । ତେବେ ସାଧାରଣ ସିମ୍ ତୁଳନାରେ ଏହା ସାମାନ୍ୟ ମହଙ୍ଗା ହୋଇଥାଏ । ଏହା ବ୍ୟତୀତ କିଛି ଦାମୀ ସ୍ମାର୍ଟଫୋନରେ ହିଁ ଏହି ସିମ୍ ସପୋର୍ଟ କରିଥାଏ । କିନ୍ତୁ ଆଗାମୀ କିଛି ଦିନରେ ପ୍ରାୟତଃ ସବୁ କମ୍ପାନୀର ସ୍ମାର୍ଟଫୋନରେ ଏହା କାମ ଦେବ ।

ତେବେ ଯଦି କେହି ମୋବାଇଲରେ ଗୋଟିଏରୁ ଅଧିକ ଇ ସିମ୍ ବ୍ୟବହାର କରେ ତେବେ ଗୋଟିଏ ସିମ୍ ବ୍ୟବହାର କରିହେବ ଅର୍ଥାତ୍ ଏକ ସମୟରେ ଗୋଟିଏ ସିମ ହିଁ ବ୍ୟବହାର କରିହେବ । ଇ ସିମ୍ ସହଜରେ ଡାଉନଲୋଡ୍ ହୋଇଯାଏ । ଅନ୍ତର୍ଜାତୀୟ ସ୍ତରରେ ଯାତ୍ରା କରିବା ସମୟରେ ଆପଣ ଇ-ସିମ୍ କାର୍ଡ ଚୟନ କରିପାରିବେ ।