PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ଏହି ଦେଶରେ ରାଷ୍ଟ୍ରପତି ଭବନର ସୁରକ୍ଷା କରନ୍ତି ବାଜପକ୍ଷୀ ଏବଂ ପେଚା, ଜାଣନ୍ତୁ ଏହା ପଛର କାରଣ…

ନୂଆଦିଲ୍ଲୀ,୫।୪: ସାଧାରଣତଃ କୌଣସି ଦେଶର ପ୍ରଧାନମନ୍ତ୍ରୀ କିମ୍ବା ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ଵ ଦେଶର ସେନା କିମ୍ବା କମାଣ୍ଡୋଙ୍କ ହାତରେ ରହିଥାଏ। କିନ୍ତୁ ବିଶ୍ଵରେ ଏଭଳି ଏକ ଦେଶ ରହିଛି, ଯେଉଁଠି ରାଷ୍ଟ୍ରପତି ଭବନର ସୁରକ୍ଷା ଦାୟିତ୍ଵରେ ରହିଛନ୍ତି ବାଜପକ୍ଷୀ ଏବଂ ପେଚା। ଏହା ପଛରେ ବି ରହିଛି ଏକ ବିଶେଷ କାରଣ।

source: https://www.scmp.com

ପ୍ରକୃତରେ ରୁଷରେ ରାଷ୍ଟ୍ରପତି ଭବନ ଏବଂ ଏହାର ଆଖପାଖରେ ଥିବା ଗୁରୁତ୍ଵପୂର୍ଣ୍ଣ ସରକାରୀ କୋଠାଗୁଡ଼ିକର ସୁରକ୍ଷା ପାଇଁ ଦେଶର ପ୍ରତିରକ୍ଷା ବିଭାଗ ବାଜପକ୍ଷୀ ଏବଂ ପେଚାମାନଙ୍କର ଏକ ଟିମ୍‌ ତିଆରି କରିଛି। ଶିକାରୀ ପକ୍ଷୀଙ୍କ ଏହି ଟିମ୍‌ ୧୯୮୪ରେ ପ୍ରସ୍ତୁତ କରାଯାଇଥିଲା। ଯେଉଁଥିରେ ଏବେ ୧୦ରୁ ଅଧିକ ବାଜ ପକ୍ଷୀ ଏବଂ ପେଚା ରହିଛନ୍ତି। ସେମାନଙ୍କୁ ସ୍ବତନ୍ତ୍ର ଭାବେ ଟ୍ରେନିଂ ମଧ୍ୟ ଦିଆଯାଇଛି।

source: https://www.scmp.com

ଗଣମାଧ୍ୟମର ରିପୋର୍ଟ ଅନୁସାରେ, କାଉମାନଙ୍କ ଦାଉରୁ ରାଷ୍ଟ୍ରପତି ଭବନକୁ ସୁରକ୍ଷିତ ରଖିବା ଲାଗି ଏହି ବାଜପକ୍ଷୀ ଏବଂ ପେଚାମାନଙ୍କୁ ମୁତୟନ କରାଯାଇଛି। କାଉମାନଙ୍କ ମଳ-ମୁତ୍ର କାରଣରୁ ରାଷ୍ଟ୍ରପତି ଭବନ ଏବଂ ଆଖପାଖରେ ଥିବା ସରକାରୀ କୋଠାଗୁଡ଼ିକ ଅପରିଷ୍କାର ହେଉଥିଲା। ତେଣୁ ସେମାନଙ୍କୁ ଦୂରକୁ ଘଉଡ଼ାଇବା ଲାଗି ବାଜପକ୍ଷୀ ଏବଂ ପେଚାଙ୍କୁ ମୁତୟନ କରାଯାଇଛି। ଏହି ଦୁଇ ପକ୍ଷୀ ସଂଘୀୟ ସୁରକ୍ଷା ସେବାର ଗୋଟିଏ ଅଂଶ।

source: https://www.scmp.com

ରାଷ୍ଟ୍ରପତି ଭବନର ସୁରକ୍ଷା ଟିମ୍‌ରେ ଗୋଟିଏ ୨୦ ବର୍ଷୀୟ ବାଜ ପକ୍ଷୀ ‘ଅଲଫା’ ଏବଂ ‘ଫାଇଲ୍ୟା’ ନାମକ ପେଚା ରହିଛି। ଏମାନଙ୍କ ବିଶେଷତ୍ଵ ହେଉଛି ଯେ, କୌଣସି କାଉ ରାଷ୍ଟ୍ରପତି ଭବନ ଏହାର ଆଖପାଖ ଆକାଶରେ ଉଡୁଥିବେ କିମ୍ବା ସେମାନଙ୍କ ଶବ୍ଦ ଶୁଣିବେ, ତେବେ ଏମାନେ ସଙ୍ଗେ ସଙ୍ଗେ ସେଠାରେ ପହଁଞ୍ଚି ସେମାନଙ୍କୁ ବହୁ ଦୂର ପର୍ଯ୍ୟନ୍ତ ଘଉଡ଼ାଇ ଦିଅନ୍ତି ଅଥବା ମାରି ଦିଅନ୍ତି।

source: https://www.scmp.com

କ୍ରେମାଲିନ୍ ଏବଂ ଏହା ଆଖପାଖର ସରକାରୀ କୋଠାଗୁଡ଼ିକର ଦେଖାଶୁଣା କରୁଥିବା ପାୱେଲ ମାଲକୋଭ କୁହନ୍ତି, ପ୍ରଥମେ କାଉମାନଙ୍କ ଦାଉରୁ ଏହି କୋଠାଗୁଡ଼ିକର ସୁରକ୍ଷା ପାଇଁ ସ୍ବତନ୍ତ୍ର ଗାର୍ଡ ରହିଥିଲେ। ଏହା ସହିତ କାଉମାନଙ୍କୁ ଡରାଇବା ଲାଗି ଶିକାରୀ ପକ୍ଷୀଙ୍କ ରେକର୍ଡ କରାଯାଇଥିବା ଶବ୍ଦକୁ ଶୁଣାଯାଉଥିଲା, କିନ୍ତୁ ଏସବୁ ଚେଷ୍ଟା ବିଫଳ ହୋଇଥିଲା। କିନ୍ତୁ ଏହି ବାଜପକ୍ଷୀ ଏବଂ ପେଚାଙ୍କୁ ଏହାର ସୁରକ୍ଷା ଦାୟିତ୍ବ ଦେବାପରେ ପୂର୍ବ ଅପେକ୍ଷା ସ୍ଥିତି ସୁଧୁରିଛି। ଏବେ ଏହି ପକ୍ଷୀଙ୍କୁ ଏକ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଉଛି, ତାହା ହେଲା  ଯଦି କୌଣସି ଛୋଟ ଡ୍ରୋନ୍ ରାଷ୍ଟ୍ରପତି ଭବନ ଆଖପାଖରେ ଦେଖାଯାଏ ତେବେ ସେମାନେ ଏହାକୁ ଖସାଇ ପାରିବେ।

ସମ୍ବନ୍ଧିତ ଖବର