PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଭାରତୀୟ ଟିମ୍‌ ଉପରେ ଡବଲ ମାଡ଼, ଆଇସିସି ଲଗେଇଲା ଜରିମନା

ନୂଆଦିଲ୍ଲୀ : ଭାରତୀୟ ଟିମ୍‌ ସାଉଥ୍‌ ଆଫ୍ରିକା ବିରୋଧରେ ୩ ମ୍ୟାଚ୍ ବିଶିଷ୍ଟ ୱାନଡେ ଇଣ୍ଟରନ୍ୟାସନାଲ ସିରିଜରେ ଅତି ଖରାପ ସ୍ଥିତିରେ ହାରିଲା। ଟିମ୍‌ ଇଣ୍ଡିଆ ପ୍ରଥମ ମ୍ୟାଚ୍‌ ହାରି ଥିଲା ,ପରେ ଲାଗୁଥିଲା କି ପୁଣି ବିଜୟ ଧାରାକୁ ଫେରିବ। ହେଲେ ୨ୟ ମ୍ୟାଚ୍‌ ମଧ୍ୟ ଭାରତ ହାରିଗଲା। ସେପଟେ, ରବିବାର କେପଟାଉନ୍‌ର ନ୍ୟୁଲାଣ୍ଡସରେ ଖେଳାଯାଇ ଥିବା ୱାନଡେ ସିରିଜର ୩ୟ ତଥା ଶେଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆକୁ ରୋମାଞ୍ଚକର ମ୍ୟାଚ୍‌ରେ ୪ରନ୍‌ରେ ପରାଜୟ ମିଳିଥିଲା। ଏହି ପରାଜୟ ସହ ଭାରତର ଏହି ସିରିଜ ବି ହାରିଥିଲା।

ଏବେ ଇଣ୍ଟରନ୍ୟାସନାଲ କ୍ରିକେଟ କାଉନ୍ସିଲ ଅର୍ଥାତ୍‌ ଆଇସିସି ଭାରତୀୟ ଟିମ୍‌ ଉପରେ ଜରିମନା ଲଗେଇଛି। ଭାରତୀୟ ଟିମ୍‌ର ଅଧିନାୟକଙ୍କ ସମେତ ଟିମ୍‌ର ଅନ୍ୟ ଖେଳାଳିଙ୍କର ମ୍ୟାଚ୍‌ ଫିସ୍‌ କାଟିବାକୁ ଆଇସିସି ନିର୍ଦ୍ଦେଶ ଦେଇଛି। ବାସ୍ତବରେ ୩ୟ ୱାନଡେ ଇଣ୍ଟରନ୍ୟାସନାଲ ମ୍ୟାଚ୍‌ରେ ସ୍ଲୋ ଓଭର ରେଟ୍‌ କାରଣରୁ ଭାରତୀୟ ଟିମ୍‌ ଉପରେ ଜରିମନା ଲାଗିଛି।

ଭାରତୀୟ ଟିମ୍‌ର ଖେଳାଳିଙ୍କର ୪୦-୪୦ ପ୍ରତିଶତ ମ୍ୟାଚ୍‌ ଫିସ୍‌ କାଟି ନିଆଯାଇଛି।  ଆଇସିସି ଏଲିଟ ପ୍ୟାନେଲର ମ୍ୟାଚ୍‌ ରେଫରୀ ଏଣ୍ଡି ପିକ୍ରାଫ୍ଟ କେଏଲ ରାହୁଲଙ୍କର ଅଧିନାୟକତ୍ୱର ଟିମ୍‌ ଉପରେ ଜରିମନା ଲଗେଇଛନ୍ତି ।

ଉଲ୍ଲେଖନୀୟଯେ, ଭାରତୀୟ ଟିମ୍‌ ସମୟ ସୀମା ଭିତରେ କେବଳ ୪୮ ଓଭର ପକାଇଛି। ଶେଷ ଦୁଇ ଓଭର ଭାରତୀୟ ଟିମ୍‌ ବିଳମ୍ୱରେ ପକାଇଥିଲେ , ଯେଉଁଥି ପାଇଁ ଭାରତ ଉପରେ ଜରିମନା ଲାଗିଛି । ଗୋଟିଓ ଓଭର ପାଇଁ ଖେଳାଳିଙ୍କ ୨୦ ପ୍ରତିଶତ ମ୍ୟାଚ୍‌ ଫିସ୍‌ କଟାଯାଇ ଥାଏ । ଭାରତ ୨ଓଭର ବିଳମ୍ୱରେ ପକାଇବାରୁ ଟିମ୍‌ର ଖେଳାଳିଙ୍କୁ ୪୦-୪୦ ପ୍ରତିଶତ ମ୍ୟାଚ୍‌ ଫିସ୍‌ କଟାଯିବ । ଆଇସିସିର ଆଚରଣ ସଂହିତା ଅନୁଚ୍ଛେଦ ୨.୨୨ ଅନୁସାରେ ଭାରତୀୟ ଟିମ୍‌କୁ ଦୋଷୀ କରାଯାଇଛି । ଏବଂ ଅଧିନାୟର କେଏଲ ରାହୁଲ ମଧ୍ୟ ଏହି ଦଣ୍ଡକୁ ସ୍ୱୀକାର କରିନେଇଛନ୍ତି । ଏଥିପାଇଁ ଏବେ ଏହି ମାମଲାରେ କୌଣସି ଶୁଣାଣି ହେବନାହିଁ ।