PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ଉପରମୁହାଁ ହେଲା କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୨୮ ପଜିଟିଭ୍ ଚିହ୍ନଟ
  • ||
  • ନୂଆଦିଲ୍ଲୀ : ୭୧ ବର୍ଷରେ ପାଦ ଦେଲେ ପ୍ରଧାନମନ୍ତ୍ରୀ ମୋଦି
  • ||
  • ଭୁବନେଶ୍ୱର : ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ, ୧୮ରୁ ପୁଣି ବଢ଼ିବ ବର୍ଷା, ଉତ୍ତର ଓଡିଶାରେ ପ୍ରବଳ ଛେଚିବ
  • ||
  • ସମ୍ବଲପୁର : ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତିି
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ସୁନିଆଁ ପର୍ବ ପାଳନ, ଜଗା ଦର୍ଶନ ବନ୍ଦ
  • ||
  • ଭୁବନେଶ୍ୱର : ଆଜି ଦେବଶିଳ୍ପୀ ବିଶ୍ୱକର୍ମାଙ୍କ ପୂଜା, ଓଡ଼ିଶାର ପୁରପଲ୍ଲୀ ଚଳଚଞ୍ଚଳ
  • ||
  • ନୀଳଗିରି : ଡାକବଙ୍ଗଳା ରାସ୍ତାରେ ବୁଲୁଛି ଭାଲୁ
  • ||
  • ସାନଖେମୁଣ୍ଡି : ଗାଧୋଇ ଯିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ୨ ମହିଳା ମୃତ
  • ||
  • ସୁନ୍ଦରଗଡ଼ : ସୁନ୍ଦରଗଡ଼ ସହର ୧୨ ଘଣ୍ଟିଆ ବନ୍ଦ, ୪ ଦଫା ଦାବି ନେଇ ବନ୍ଦ ଡ଼କରା ଦେଇଛି ଟ୍ରକ୍ ମାଲିକ ସଙ୍ଘ
  • ||
  • ଜଳେଶ୍ଵର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ସୁବର୍ଣ୍ଣରେଖା, ଜଳମଗ୍ନ ୫ଟି ପଞ୍ଚାୟତ
  • ||
  • ପାଟଣା : ଦାଉ ସାଧିଲା ଲଗାଣ ବର୍ଷା, ବନ୍ଧ ଭାଙ୍ଗି ବାଲି ଚରିଗଲା ଏକର ଏକର ଚାଷ ଜମି
  • ||

ଏଥର ଝାଳରୁ ଜଣାପଡ଼ିବ ରୋଗର ସମସ୍ୟା: ଆସନ୍ତୁ ଜାଣିବା କେମିତି…

ନୂଆଦିଲ୍ଳୀ ୨୦/୮ : ଆମେରିକୀୟ ବୈଜ୍ଞାନିକମାନେ ଏକ ପ୍ରକାର ପିନ୍ଧିବାଯୋଗ୍ୟ ତ୍ୱଚା ସେନସର୍‌ ବିକାଶ କରିଛନ୍ତି । ବ୍ୟକ୍ତିଙ୍କ ଝାଳରେ କ’ଣ ଅଛି, ଏହି ସେନସର୍‌ ତାହା ଚିହ୍ନଟ କରି ଠିକ୍‌ ସମୟରେ କ୍ଳାନ୍ତ କିମ୍ବା ଶରୀରରୁ ଜଳୀୟ ଅଂଶ ହ୍ରାସ ଭଳି ସ୍ୱାସ୍ଥ୍ୟ ସମସ୍ୟା ସମ୍ପର୍କିତ ତଥ୍ୟ ପ୍ରଦାନ କରିବ । ସାଇନ୍ସ ଆଡଭାନ୍ସେଜ୍‌ ପତ୍ରିକାର ସଦ୍ୟତମ ସଂସ୍କରଣରେ ଏହି ଅଧ୍ୟୟନ ପ୍ରକାଶ ପାଇଛି ।

ଏହି ନୂଆ ସେନସର୍‌ ଆପଣଙ୍କ ଝାଳ ହାର ସହିତ ଝାଳରେ ଥିବା ଇଲେକ୍ଟ୍ରୋଲାଇଟ୍‌ସ ଓ ମେଟାବଲାଇଟ୍ସକୁ ଯାଞ୍ଚ କରିବ ବୋଲି ତେହ୍‌ ସିହ୍ନୁଆ ଖବର ସଂସ୍ଥା ସ୍ପଷ୍ଟ କରିଛି । ଗବେଷକମାନେ ଯୁଦ୍ଧକାଳୀନ ଭିତ୍ତିରେ ସ୍କ୍ରିନ୍‌ ପ୍ରିଣ୍ଟିଂ କୌଶଳ ଭଳି ସେନସର୍‌ ପ୍ୟାଚ୍‌ ପ୍ରସ୍ତୁତିର ଏକ ଉପାୟ ମଧ୍ୟ ବିକାଶ କରିଛନ୍ତି । ଖବରକାଗଜରେ ଶବ୍ଦ ଯେଉଁଭଳି ଭାବେ ପ୍ରିଣ୍ଟ ହୁଏ, ଠିକ୍‌ ସେହିଭଳି ଏକ ପ୍ଲାଷ୍ଟିକ୍‌ ଚାଦର ଉପରେ ସେନସର୍‌କୁ ଏହା ପ୍ରିଣ୍ଟ କରିବ । ନୂଆ ସେନସର୍‌ରେ ଏକ ଘୂର୍ଣ୍ଣାୟମାନ ମାଇକ୍ରୋସ୍କୋପିକ୍‌ ଟ୍ୟୁବ୍‌ ରହିଛି, ଯାହା ତ୍ୱଚାରୁ ଝାଳ ପୋଛିବ । ଝାଳ ମାଇକ୍ରୋଫ୍ଲୁଇଡିକ୍‌ ମଧ୍ୟ ଦେଇ କେତେ ଶୀଘ୍ର ଗତି କରୁଛି ତାହା ଚିହ୍ନଟ କରି ବ୍ୟକ୍ତି ଶରୀରରୁ କେତେ ମାତ୍ରାରେ ଝାଳ ନିର୍ଗତ ହେଉଛି, ସେନସର୍‌ ତାହା ରିପୋର୍ଟ କରିପାରିବ ।

ଏହି ଉପକରଣଗୁଡ଼ିକ ରସାୟନିକ ସେନସର୍‌ ଦ୍ୱାରା ପ୍ରସ୍ତୁତ ହୋଇଛି, ଯାହା ପୋଟାସିୟମ୍‌ ଓ ସୋଡିୟମ୍‌ ଭଳି ଇଲେକ୍ଟ୍ରୋଲାଇଟ୍‌ସ ଏବଂ ଗ୍ଲୁକୋଜ୍‌ ଭଳି ମେଟାବଲାଇଟ୍ସର ସାନ୍ଦ୍ରତା ଚିହ୍ନଟ କରିପାରିବ । ମଣିଷର ସ୍ୱାସ୍ଥ୍ୟ ଉପରେ ଝାଳର ପ୍ରଭାବ ବିଷୟରେ ଜାଣିବା ପାଇଁ କାଲିଫର୍ଣ୍ଣିଆ ୟୁନିଭର୍ସିଟିର ଗବେଷକମାନେ କିଛି ଲୋକଙ୍କ ମଥା, ବାହୁ, କାଖ ଓ ପିଠିର ଉପର ଅଂଶ ସମେତ ଶରୀରର ବିଭିନ୍ନ ସ୍ଥାନରେ ଝାଳ ସେନସର୍‌ ସଂଲଗ୍ନ କରିଥିଲେ ।